Odisha news

ପୋଷା ଜୀବ ଯନ୍ତୁ ଙ୍କ ସହିତ ଅଧିକ ନିବିଡ଼ତା ଟାଣି ନେଇଥାଏ ଗମ୍ଭୀର ରୋଗ ଆଡକୁ : ରିସର୍ଚ୍ଚ

0

ପ୍ରାୟ ଅନେକ ଲୋକ ନିଜ ଘରେ କିଛିଟା ପୋଷା ଜୀବଜନ୍ତୁ ରଖି ଥାଆନ୍ତି l ଆମେ ତାଙ୍କୁ ଆମ ଫାମିଲି ମେମ୍ବର ଭଳି ରଖିଥାଉ l ସେମାନଙ୍କୁ ନିଜ ପାଖରେ ଶୁଆଇ ଥାଉ, ତାଙ୍କ ସହିତ ଖେଳି ଥାଉ, କ୍ୱାଲିଟି ଷ୍ଟାଇଲ ସ୍ପେଣ୍ଟ କରିଥାଉ l ଆଉ କିଛି ଲୋକ ଏଭଳି ଥାଆନ୍ତି ଯିଏ କି ନିଜ ପୋଷା ଜୀବଜନ୍ତୁଙ୍କୁ ସ୍ନେହ ରେ ଗେଲ ମଧ୍ୟ କରି ଥାଆନ୍ତି l ଏହା ସେଭଳି କୌଣସି ବଡ କଥା ଆପଣଙ୍କୁ ଲାଗି ନପାରେ, କିନ୍ତୁ ଏହାଦ୍ୱାରା ଶାରୀରିକ ସମସ୍ୟା ଦେଖା ଦେଇଥାଏ , ଯାହାକୁ ଆମେ ଧ୍ୟ ଦେବା ଖୁବ ଜରୁରୀ ଅଟେ l

– ପଶୁ ଚିକିତ୍ସକ ଙ୍କ ମତରେ ମଣିଷ ଓ ଜୀବଜନ୍ତୁ ଙ୍କ ପାଟିରେ ଅନେକ ମାତ୍ରାରେ ବିଷାକ୍ତ ବ୍ୟାକ୍ଟେରିଆ ରହିଥାଏ l ଯାହାଦ୍ୱାରା ଆମେ ଯଦି ଜୀବଜନ୍ତୁ ଙ୍କୁ ସର୍ବଦା ଚୁମା ଦେବା ବା ଗେଲ କରିବା ତେବେ ଆମେ ନିୟମିତ ରୋଗ ଗ୍ରସ୍ତ ହେବା l ଯେପରିକି ଅଧିକ ଆମେ ଫ୍ଲୁ ରେ ଆକ୍ରାନ୍ତ ହେବା ;l

– ନରୱେ ର ପଶୁ ଚିକିତ୍ସକ ଙ୍କ ମତରେ ‘କିଛି ଲୋକ କହି ଥାଆନ୍ତି ଯେ ଆପଣଙ୍କ ପେଟ ର ମୁହଁ ଟଏଲେଟ ସିଟ ଠାରୁ ମଧ୍ୟ ପରିସ୍କାର ଅଟେ l କିନ୍ତୁ ଏହା ଭୁଲ ଅଟେ l କାହିଁକି ନା ପୋଷା ଜୀବଜନ୍ତୁ ଙ୍କ ପାଟି କଦାପି ସ୍ଵଛ ନଥାଏ l ତେଣୁ ସେମାନଙ୍କୁ ଗେଲ କରିବା ଦ୍ୱାରା ବିଭିନ୍ନ ଓରାଲ ଡ଼ିଜିଜ ଦେଖା ଦେଇଥାଏ l ଏହାଛଡା ମଣିଷ ଙ୍କ ପାଟିର ବ୍ୟାକ୍ଟେରିଆ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ l

– ବିଶେଷ ଭାବରେ ଇ-କୋଲାଈ , ସାଲମୋନେଲା ଓ ଷ୍ଟେଫିଲୋକୋକସ ଭଳି ଅଧିକାଂଶ ବ୍ୟାକ୍ଟେରିଆ ଆମ ପୋଷା ଜୀବଜନ୍ତୁଙ୍କ ପାଟିରେ ରହିଥାଏ l ଏହିସବୁ ବ୍ୟାକ୍ଟେରିଆ ସଂସ୍ପର୍ଶ ରେ ଆସିବା ଦ୍ୱାରା ଫଙ୍ଗlଲ ଇନଫେକ୍ସନ, ରିଙ୍ଗ ୱର୍ମ ସମସ୍ୟା ଦେଖା ଯାଇଥାଏ l

– ରିଙ୍ଗ ୱର୍ମ ଓ ଫଂଙ୍ଗାଳ ଇନଫେକ୍ସନ ଏଭଳି ସମସ୍ୟା ଯାହାକି ବିଲେଇ ମାନଙ୍କ ନିକଟରୁ ମଣିଷ ମାନଙ୍କ ନିକଟକୁ ଆସିଥାଏ l ଏହାଛଡା ମଣିଷ ମାନଙ୍କ ନିକଟରୁ ମଧ୍ୟ ମଣିଷ ମାନଙ୍କୁ ବ୍ୟାପିଥାଏ l ଏହାଛଡା କୁକୁର ମାନଙ୍କ ନିକଟରୁ ମଧ୍ୟ ବିଭିନ୍ନ ଚର୍ମ ରୋଗ ମଣିଷ ମାନଙ୍କୁ ହୋଇଥାଏ l

– ୨୦୨୧ ରେ ହୋଇଥିବା ଗୋଟିଏ ଷ୍ଟଡି ଅନୁସାରେ ପୋଷା ଜୀବଜନ୍ତୁ ଙ୍କ ଶ୍ୱାସ କ୍ରିୟା ଦ୍ୱାରା ମଧ୍ୟ ମଣିଷ ମାନଙ୍କ ଶ୍ୱାସ କ୍ରିୟାରେ ବିଭିନ୍ନ ବ୍ୟାକ୍ଟେରିଆ ଆମ ଶରୀର କୁ ଯାଇ ଥାଆନ୍ତି ଯାହାକି ଫୁସଫୁସ କୁ ପ୍ରଭାବିତ କରି ଥାଆନ୍ତି l

Leave A Reply