ଆଠଗଡ : ଆଠଗଡରେ ଅଞ୍ଚଳରେ ମେଗା ପାନୀୟ ଜଳ ପ୍ରକଳ୍ପରୁ ପାଇପ ଚୋରି କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଆଜି ଆଠଗଡ ପୋଲିସ କୋର୍ଟ ଚାଲାଣ କରିଛି। ଗତ କାଲି ଠାରୁ ଆଜି ପର୍ଯ୍ୟନ୍ତ ୨୪ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ପୋଲିସ ପକ୍ଷରୁ ଜେରା କରାଯାଇଥିଲେ ବି ଅଧିକ ତଥ୍ୟ ମିଳି ପାରି ନାହିଁ, ଫଳରେ ଆଜି ସନ୍ଧ୍ୟାରେ ପୋଲିସ ଆଠଗଡ ଥାନା କେଶ ନମ୍ବର ୨୬୪/୨୦୨୩ ମାମଲା ରୁଜୁ କରି ଦଫା ୩୭୯/୩୪ IPC ରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି, ମୁଖ୍ୟ ଅଭିଯୁକ୍ତ ଢେଙ୍କାନାଳ ସଦର ଥାନା ଚନ୍ଦ୍ରଶେଖରପ୍ରସାଦ ଗ୍ରାମର ସୁଶୀଲ କୁମାର ବେହେରା ବୟସ (୫୯) ଓ ସ୍କର୍ପିଓ ଡ୍ରାଇଭର ଢେଙ୍କାନାଳ ଥାନା ରାଜୁଆପାଟଣା ଗ୍ରାମର ଦିପୁନା କୁମାର ଦେବତା ଓ ଆଇଚର ଟ୍ରକ ଡ୍ରାଇବର ରାଜସ୍ଥାନ ସବାଇମଧୁପୁର ଜିଲ୍ଲା ମନଟାଉନ ଥାନା କରମୋଡା ଗ୍ରାମର ସୀତାରାମ ବୟସ (୨୫ ) ବୋଲି ଜଣାପଡିଛି, ପ୍ରକାଶ ଯୋଗ୍ୟ ଆଗରୁ ଅନେକ ଥର ଏହି ପାନୀୟ ଜଳ ପ୍ରକଳ୍ପର ପାଇପ ଚୋରି ହୋଇଥିବା ଅଭିଯୋଗ ହୋଇଥିଲେ ବି ଆସାମୀ ମାନେ ଧାରା ପଡି ନ ଥିଲେ,ଆଜିର ଗିରଫ ଦାରି ପରେ ରାଜସ୍ଥାନ ଗାଡ଼ି ଜବତ ହେବା ନେଇ ରାଜ୍ୟ ବାହାର ଗ୍ୟାଙ୍କର ସାମିଲ ନେଇ ସୁରାକ ମିଳୁଛି,ଆଠଗଡକୁ ଆସିଥିବା ପାଇପ ଗୁଡିକ ରାଜ୍ୟ ବାହାରର ବହୁ ଟ୍ରକ ଧରି ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ହାତ କରି ଠିକା ସଂସ୍ଥାର କେତକ ଅସାଧୁ କର୍ମଚାରୀ ଏଥିରେ ସାମିଲ ଥିବାର ଅଭିଯୋଗ ହେଉଛି, ଏପରି ହେଲେ ରାଜ୍ୟ ସରକାରଙ୍କ ଏହି ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ୍ଣ ହେବାରେ ଅସୁବିଧା ହେବ ତେଣୁ ରାଜ୍ୟ ସରକାର ତୁରନ୍ତ ଏକ ସ୍ୱତନ୍ତ୍ର ଅନୁସନ୍ଧାନ କାରୀ ଦଳ ଗଠନ କରି ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ମାନଙ୍କ ପାଖରେ ପହଂଚିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।