ଅନେକ ସମୟରେ ଆମେ ଭୋଜନ କରିବା ସମୟରେ ଖାଇବାରୁ କେଶ ବାହାରିଥିବାର ଆମେ ଦେଖିବାକୁ ପାଇଥାଉ l ଯେଉଁ କାରଣରୁ ଖାଇବା ପାଇଁ ଆଗ୍ରହ ହୋଇ ଅଥାଏ l ଏବଂ ଅଧିକାଂଶ ସମୟରେ ବାନ୍ତି ମଧ୍ୟ ଲାଗିଯାଏ l ସମସ୍ତଙ୍କ ମୁଣ୍ଡରେ କେଶ ରହିଥିଲେ ମଧ୍ୟ ଆମେ ଏହାକୁ ଗୋଟିଏ ଘୃଣ୍ୟ ଜିନିଷ ଭାବରେ ଦେଖିଥାଉ l ସହଜ ରେ ଆମେ ଖାଦ୍ୟ ଖାଇ ପାରୁ ନାହିଁ l କିନ୍ତୁ ଅନେକ ସମୟରେ ଭୋଜନ ରୁ ଲଗାତାର କେଶ ବାହାରି ଥାଏ, ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଭଲ ସଂକେତ ବୋଲି ଗ୍ରହଣ କରାଯାଏ ନାହିଁ l ଏହା ଅନେକ ଅସୁବିଧାର କାରଣ ହୋଇଥାଏ l ଆଜି ଆସନ୍ତୁ ଜାଣିବା ଅନେକ ସମୟରେ ଭୋଜନ ରୁ ବାଳ ବାହାରିବା ହୋଇଥାଏ କେଉଁ କରଣର ସଂକେତ l
– ମାନ୍ୟତା ଅନୁସାରେ ଯଦି ବାରମ୍ବାର ଖାଇବାରୁ ଚୁଟି ବାହାରୁଛି ତେବେ ଏହା କୌଣସି ଗୋଟିଏ ଖରାପ ସଂକେତ ହୋଇପାରେ l ଏହାଦ୍ୱାରା ଜୀବନ ରେ କୌଣସି ଗୋଟିଏ ବଡ ବିଘ୍ନ ଆସିବାର ସମ୍ଭାବନା ରହିଥାଏ , ତେଣୁ ଏଥିପ୍ରତି ସତର୍କ ରହିବା ଜରୁରୀ ଅଟେ l
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ , ଖାଇବାରେ ଯଦି ଲଗାତାର ଚୁଟି ବାହାରୁଚି ତେବେ ଏହା ଆପଣଙ୍କ ଜାତକ ରେ ରାହୁ ଙ୍କର ଖରାପ ପ୍ରଭାବ ପଡ଼ିବାର ସଂକେତ ଅଟେ l ତେଣୁ ଖାଦ୍ୟ ପ୍ରସ୍ତୁତ କରିବା ସମୟ ରେ ଓ ପରଷିବା ସମୟରେ ସତର୍କ ରହିବା ଜରୁରୀ ଅଟେ l
– ଖାଇବାରେ ବାରମ୍ବାର ବାଳ ବାହାରିବା ପିତୃ ଦୋଷ ର ସଂକେତ ହୋଇଥାଏ, ଏହାଦ୍ୱାରା ଜାଣିବେ ଯେ ଆପଣଙ୍କ ପିତୃ ପୁରୁଷ ଅସନ୍ତୁଷ୍ଟ ଅଛନ୍ତି ଓ ଜୀବନ ରେ ଖରାପ ସମୟର ଆଗମନ ହୋଇପାରେ l
– ଯଦି ପିତୃ ପକ୍ଷ ସମୟରେ ବାରମ୍ବାର ଖାଦ୍ୟରୁ ବାଳ ବାହାରୁଛି ତେବେଏହାଦ୍ୱାରା ଏହା ସଂକେତ ମିଳିଥାଏ ଯେ ଆପଣଙ୍କ ପୂର୍ବଜ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି l ତେଣୁ ଏହି ସମୟରେ ପିଣ୍ଡ ଦାନ କରି ପିତୃ ପୁରୁଷ ଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ l
– ଯେଉଁ ଖାଦ୍ୟରୁ ବାଳ ବାହାରୁଛି ସେହି ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ l ଏଭଳି ଖାଦ୍ୟ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷରେ ହାନି କାରକ ଅଟେ l ଏହାଛଡା ଏଭଳି ଖାଦ୍ୟ ମଧ୍ୟ କାହାକୁ ପରଷିବା ଉଚିତ ନୁହେଁ l