UN ର ଲାଟେଷ୍ଟ ରିପୋର୍ଟ ଅନୁସାରେ ରେଡ ମିଟ କମ ଖାଇବା ଆବଶ୍ୟକ l ଅନେକ ଗୁଡିଏ ରିସର୍ଚ୍ଚ ରୁ ଏହା ସାମ୍ନାକୁ ଆସିଛି ଯେ ଅତ୍ୟଧିକ ଆମିଷ ଭୋଜନ କରିବା ଦ୍ୱାରା ମୋଟାପା ବଢିବାକୁ ଲାଗିଥାଏ l କାହିଁକି ନ ମାଂସ ରେ ସ୍ୱେଚୁରେଟେଡ଼ ଫ୍ୟାଟ ଅଧିକ ରହିଥାଏ l ଯାହାଦ୍ୱାରା କିଡ୍ନୀ ଓ ଲିଭର ସମ୍ବନ୍ଧୀୟ ସମସ୍ୟା ଆରମ୍ଭ ହୋଇଥାଏ l ଅତ୍ୟଧିକ ଆମିଷ ସେବନ ଦ୍ୱାରା ଡାଇଜେଷ୍ଟିଭ ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ l ଖାଦ୍ୟରେ ଫାଇବର କମ ରହିବ ଦ୍ୱାରା ପେଟରେ ଇନଫେକ୍ସନ ସମସ୍ୟା ଷ୍ଟାର୍ଟ ହୋଇଥାଏ l ପେଟ ରେ ଏସିଡ ସମସ୍ୟା ଦେଖାଯାଇ ଥାଏ l ଏବଂ ହାଡର ଜଏଣ୍ଟ ଗୁଡିକରେ ଯନ୍ତ୍ରଣା ସମସ୍ୟା ମଧ୍ୟ ହୋଇଥାଏ l ତେଣୁ ଆମିଷ ସହିତ ଅଧିକ ମାତ୍ରାରେ ସାଲାଡ଼ ସେବନ କରିବା ପାଇଁ ପରାମର୍ଶ ଦିଆଯାଇ ଥାଏ l କାହିଁକି ନ ଶରୀର କୁ ଉଚିତ ପରିମାଣ ର ପ୍ରୋଟିନ ସହିତ ଫାଇବର ର ଆବଶ୍ୟକତା ରହିଛି l
ଆମିଷ ଭୋଜନ ଉପରେ କରାଯାଇଥିଲା ଏହି ଅଧ୍ୟୟନ –
ଏହି ଗବେଷଣାରେ ପାଖାପାଖି ୩୦ ହଜାର ଲୋକଙ୍କ ଡାଟା ସାମିଲ କରାଯାଇ ଥିଲା l ଏବଂ ଏଥିରେ ଏହି ଲୋକ ମାନଙ୍କର ଦୈନନ୍ଦିନ ଖାଦ୍ୟ ସମ୍ବନ୍ଧୀୟ ତଥ୍ୟ ସାମିଲ କରାଯାଇଥିଲା l ଗବେଷକ ମାନେ ଏହି ରିସର୍ଚ୍ଚ ରେ ସାମିଲ ହୋଇଥିବା ଯୁବକ, ବୟସ୍କ ଓ ଛୋଟ ପିଲାଙ୍କୁ ନେଇ ଅଧ୍ୟୟନ କରିଥିଲେ l ଏହି ଅଧ୍ୟୟନ ରେ ଜଣା ପଡିଥିଲା ଯେ –
– ଗୋଟିଏ ସପ୍ତାହ ରେ ୨ଥର ରେଡ ମିଟ କିମ୍ବା ପ୍ରୋସେସଡ଼ ମିଟ ଖାଇବା ଦ୍ୱାରା ହାର୍ଟ ଷ୍ଟ୍ରୋକ ସମସ୍ୟା ୩ରୁ ୭ ପ୍ରତିଶତ ଅଧିକ ବଢିଯିବାର ସମ୍ଭାବନା ରହିଥିଲା l
– ଅଧିକ ଆମିଷ ଭୋଜନ ଦ୍ୱାରା ମୃତ୍ୟୁର ବିପଦ ଅଧିକ ୩ ପ୍ରତିଶତ ବଢି ଯିବାର ସମ୍ଭାବନା ଦେଖିବାକୁ ମିଳିଥିଲା l
– ଗବେଷକ ଙ୍କ ମତରେ ପ୍ରତି ସପ୍ତାହ ରେ ୨ଥର କୁକୁଡ଼ା ମାଂସ ସେବନ କରିବା ଓ କୁକୁଡ଼ା ପାଳିବା ଦ୍ୱାରା ହୃଦୟ ରୋଗ ର ବିପଦ ୪ ପ୍ରତିଶତ ବଢି ଯାଇଥିଲା l
– କିନ୍ତୁ ମାଛ ଓ ଅଣ୍ଡା ସେବନ ଦ୍ୱାରା ସେଭଳି କୌଣସି ମୃତ୍ୟୁ ଦର ଦେଖିବାକୁ ମିଳି ନଥିଲା l
– ଯଦି ନିୟମିତ ଆମିଷ ଭୋଜନ କରୁଛନ୍ତି ତେବେ ଓଜନ ନିୟନ୍ତ୍ରଣ ରଖନ୍ତୁ l
– ଧୁମ୍ରପାନ ସମ୍ପୂର୍ଣ ଛାଡି ଦିଅନ୍ତୁ l ଦିନକୁ ୮ଘଣ୍ଟା ନିହାତି ସୂଅନ୍ତୁ l
– ନିୟମିତ ବ୍ୟାୟାମ କରନ୍ତୁ l
– ଜଙ୍କ ଫୁଡ ଓ କାର୍ବୋନେଟଡ଼ ଡ୍ରିଂକ୍ସ ଠାରୁ ଦୁରେଇ ରୁହନ୍ତୁ l
– ଔଷଧ କମ ସେବନ କରନ୍ତୁ l