Odisha news

ଦେଶ ଛାଡ଼ି ପାକିସ୍ତାନ ଯାଇଥିବା ବିବାହିତା ଅଞ୍ଜୁ ଦୀର୍ଘ ୬ ମାସ ପରେ ପୁଣି ଭାରତକୁ ଫେରିଲେ

0

ପାକିସ୍ତାନୀ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ନିଜ ଦେଶ ଛାଡ଼ି ପାକିସ୍ତାନ ଯାଇଥିବା ବିବାହିତା ଅଞ୍ଜୁ ଦୀର୍ଘ ୬ ମାସ ପରେ ପୁଣି ଭାରତକୁ ଫେରିଛନ୍ତି। ଭରତ ଫେରିବା ପରେ ତାଙ୍କର ଏକ ଫଟୋ ବି ଗଣମାଧ୍ୟମରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେଉଛି। ତେବେ ଏବେ ପର୍ଯ୍ୟନ୍ତ ଏହା ସ୍ପ‌ଷ୍ଟ ହୋଇନାହିଁ ଯେ ସେ ସଂପୂର୍ଣ୍ଣ ରୂପେ ଭାରତ ଫେରିଛନ୍ତି ନା ପୁଣି ଥ‌ରେ ନସରୁଲ୍ଲାଙ୍କ ପାଖକୁ ପାକିସ୍ତାନ ଯିବେ। ଆମେ ପୂର୍ବରୁ ଜାଣନ୍ତି ଯେ ଅଞ୍ଜୁ ପାକିସ୍ତାନ ଯାଇ ନିଜ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିବା ପ‌ରେ ତାଙ୍କ ନାମ ବଦଳାଇ ଫାତିବା କରି ଦେଇଥିଲେ।

 

ରାଜସ୍ଥାନ ଝିଅ, ପାକିସ୍ତାନୀ ବୋହୂ ଅଞ୍ଜୁଙ୍କ ପ୍ରେମ କାହାଣୀ ବିଷୟରେ ଗଣମାଧ୍ୟମରେ ଢ଼େର ଚର୍ଚ୍ଚା ହୋଇଥିଲା । ସିଏ ତାଙ୍କ ପ୍ରେମ ପାଇଁ ଭାରତରେ ନିଜ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ଚଳିତ ବର୍ଷ ପାକିସ୍ତାନ ଚାଲି ଯାଇଥିଲେ। ୨୦୧୯ ମସିହାରେ ସୋସିଆଲ ମିଡିଆ ମାଧ୍ୟମରେ ନସରୁଲ୍ଲାଙ୍କୁ ଜାଣିବା ପରେ ତାଙ୍କ ପ୍ରେମରେ ପଡ଼ିଥିଲେ ଅଞ୍ଜୁ। ତା’ପରେ ପ୍ରେମ ସମ୍ପର୍କ ନିବିଡ଼ ହେବାରୁ ଅଞ୍ଜୁ, ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଭିସା ନେଇ ପାକିସ୍ତାନ ପଳାଇଥିଲେ।

Har Ghar Tiranga

Leave A Reply