ଆମ ଓଡ଼ିଆ ଘରର ଘାଣ୍ଟ ତରକାରୀ ଓ ଡାଲମା ର ମୁଖ୍ୟ ପରିବା ହେଉଛି ସାରୁ l ଏହାକୁ ଖାଇବା ପାଇଁ ପ୍ରତ୍ୟେକ ଋତୁରେ ଲୋକେ ପସନ୍ଦ କରନ୍ତି l ସାରୁ ଖାଇବା ଶରୀର ପକ୍ଷରେ ହିତକର ହୋଇଥାଇ ପାରେ କିନ୍ତୁ କିଛିଟା କ୍ଷେତ୍ର ରେ ସାରୁ ଶରୀର ପାଇଁ ଅନେକ ମାତ୍ରରେ କ୍ଷତି କାରକ ମଧ୍ୟ ହୋଇଥାଏ l କିଛିଟା ଏପରି ରୋଗ ଅଛି ଯାହାଦ୍ୱାରା ପୀଡିତ ବ୍ୟକ୍ତି କଦାପି ସାରୁ ଖାଇବା ଉଚିତ ନୁହେଁ l ଆସନ୍ତୁ ଜାଣିବା କେଉଁ ରୋଗ ରେ ପୀଡିତ ବ୍ୟକ୍ତି ସାରୁ ଖାଇବା ଉଚିତ ନୁହେଁ l
* ସାରୁ ରେ ଓକ୍ସା ଲିକ୍ ଏସିଡ ରହିଥାଏ l ଯଦି କିଡ଼ନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ବ୍ୟକ୍ତି ଅଧିକ ମାତ୍ରରେ ସାରୁ ସେବନ କରିବେ ତେବେ କିଡ଼ନୀ ଉପରେ ଖରାପ ପ୍ରଭାବ ପଡିପାରେ l
* ବ୍ରେଷ୍ଟ ଫିଡିଙ୍ଗ ବା ସ୍ତନ୍ୟ ପାନ କରାଉଥିବା ମହିଳା ମାନେ କଦାପି ସାରୁ ଖାଇବା ଉଚିତ ନୁହେଁ l ସାରୁ ସେବନ ଦ୍ୱାରା ଗ୍ୟାସ ଏସିଡିଟି ସମସ୍ୟା ଦେଖା ଜସିଥାଏ l ଯାହାକି ଉଭୟ ମା ଶିଶୁ ପାଇଁ କ୍ଷତିକାରକ l
* ଯେଉଁ ମାନେ ବିଭିନ୍ନ ପ୍ରକାର ଏଲର୍ଜି ରେ ପୀଡିତ ହୋଇ ଥାଆନ୍ତି , ଯେପରିକି ଛିଙ୍କ , ଦେହ କୁଣ୍ଡାଇ ହେବା, ଅଚାନକ କାଶ ହେବା ଇତ୍ୟାଦି ସମସ୍ୟାରେ ଥାଆନ୍ତି ସେମାନେ ସାରୁ ଖାଇବା ଉଚିତ ନୁହେଁ l
* ମଧୁମେହ ରୋଗୀ ଙ୍କ ପାଇଁ ସାରୁ ସେବନ ଖୁବ କ୍ଷତି କାରକ l ଏହାଦ୍ୱାରା ରକ୍ତରେ ସୁଗାର ଲେବୁଲ ହ୍ରାସ ହୋଇପାରେ l ତେଣୁ ମଧୁମେହ ରୋଗୀ ସାରୁ ଖାଇବାରୁ ଦୂରେଇ ରହିବା ଉଚିତ l
* ଯେଉଁ ବ୍ୟକ୍ତି ମାନେ ଆଣ୍ଠୁ ଗଣ୍ଠି ସମ୍ବନ୍ଧୀୟ ସମସ୍ୟା ରେ ପୀଡିତ ହୋଇ ଥାଆନ୍ତି କିମ୍ବା ଅର୍ଥରାଇଟିସ ସେମାନେ ପୀଡିତ ହୋଇ ଥାଆନ୍ତି ସେମାନେ ସାରୁ ଖାଇବା ଉଚିତ ନୁହେଁ l ଏହାକୁ ସେବନ କରିବା ଦ୍ୱାରା ଜଏଣ୍ଟ ରେ ୟୁରିକ ଏସିଡ ସମସ୍ୟା ବଢି ପାରେ l
* ସାରୁ ରେ କ୍ୟାଲସିୟମ ଆକ୍ସଲେଟ ଖୁବ ଅଧିକ ପରିମାଣ ରେ ରହିଥାଏ l ଏହାକୁ ସେବନ କରିବା ଦ୍ୱାରା ମହିଳା ମାନଙ୍କ ପ୍ରାଇଭେଟ ପାର୍ଟ ରେ ଯନ୍ତ୍ରଣା ଓ ସମସ୍ୟା ସୃଷ୍ଟି ହୋଇଥାଏ l ତେଣୁ ମହିଳା ମାନେ ଅଧିକ ସାରୁ ଖାଇବା ଉଚିତ ନୁହେଁ l