Odisha news

ଆଶ୍ଚର୍ଯ୍ୟ ହେଲେବି ସତ : କଙ୍କଡା ରକ୍ତର ମୂଲ୍ୟ ଲିଟର ପିଛା ୧୦ ଲକ୍ଷ ଟଙ୍କା

0

ନୂଆଦିଲ୍ଲୀ : ଆପଣ ଭାବିଲେ ଥରେ ଦେଖି ଗୋଟିଏ କଙ୍କଡା ର ରକ୍ତ ଅମୃତ ସହିତ ତୁଳନୀୟ l ଆଜ୍ଞା ହଁ ଆମ ଜୀବଜଗତ ବିଭିନ୍ନ ଆଶ୍ଚର୍ଯ୍ୟ ଚକିତ ଜିନିଷରେ ଭରପୁର ଅଟେ l ଅନେକ ଜୀବଜନ୍ତୁ ରହିଛନ୍ତି ଯାହା ବିଷୟରେ ଆମେ ଜାଣି ନଥାଉ l ଆସନ୍ତୁ ଆଜି ଆମେ ଆଜି ଜାଣିବା ସେହିଭଳି ଗୋଟିଏ କଙ୍କଡା ବିଷୟରେ l

ପାଣିରେ ମିଳୁଥିବା ହର୍ସ – ସୁ – କଙ୍କଡା ର ରକ୍ତ ମେଡିକାଲ ସାଇନ୍ସ ରେ ଅମୃତ ଠାରୁ କମ ନୁହେଁ l ଏହାର ରକ୍ତର ରଙ୍ଗ ନୀଳ ରଙ୍ଗର ହୋଇଥାଏ l କିନ୍ତୁ ଦୁର୍ଭାଗ୍ୟର କଥା ହେଲା ଯେ ଏହି ଜୀବଟି କୁ ଏହି କାରଣରୁ ମାରିଦିଆ ଯାଇଥାଏ l ଏହି ଜୀବଟି ଦେଖିବାକୁ ଘୋଡା ନାଳ ଭଳି ତେଣୁ ତାକୁ ହର୍ସ -ସୁ- କ୍ରାବ କୁହାଯାଇ ଥାଏ l ଏହି କଙ୍କଡ଼ାର ବିଜ୍ଞାନୀଙ୍କ ନାମ ହେଲା ଲିମୂଳାଷ ପଲିଫେମସ l ଏହି କଙ୍କଡ଼ାର ପ୍ରଜାତି ୪୫ କୋଟି ବର୍ଷରୁ ରହିଛନ୍ତି l ଏତେ ବର୍ଷର ହୋଇ ମଧ୍ୟ ଏହି କଙ୍କଡା ର ଆକାର ଓ ବିକାର ରେ କୌଣସି ପରିବର୍ତନ ହୋଇନାହିଁ l ମେଡିକାଲ ସାଇନ୍ସ ରେ ଏହି କଙ୍କଡ଼ାର ରକ୍ତକୁ ଆଣ୍ଟି ବ୍ୟାକ୍ଟେରିଆ ପ୍ରପର୍ଟି ପାଇଁ ବ୍ୟବହାର କରାଯାଇ ଥାଏ l

ଏହି କଙ୍କଡ଼ାର ରକ୍ତ ନୀଳ ରଙ୍ଗର ହେବା ପଛରେ ବିଶେଷ କାରଣ ରହିଛି l ଏହି କଙ୍କଡ଼ାର ରକ୍ତରେ କପର ବେସଡ ହିମୋସୈନିନ ରହିଛି, ଯାହାକି ଅକ୍ସିଜେନ କୁ ଶରୀରର ସମସ୍ତ ଭାଗକୁ ନେଇଯାଇଥାଏ l ଏହି କଙ୍କଡ଼ାର ରକ୍ତ ମଣିଷ ଶରୀର ମଧ୍ୟରେ ଈଂଜେକ୍ଟ କରି ଜୀବନ ନେଉଥିବା ବ୍ୟାକ୍ଟେରିଆ ର ବିନାଶ କରାଯାଇ ଥାଏ l ଏହାଛଡା ଏହି କଙ୍କଡା ର ରକ୍ତ ବ୍ୟାକ୍ଟେରିଆକୁ ଜାଣିବା ପାଇଁ ଚିକିତ୍ସକ ଙ୍କୁ ସାହାଯ୍ୟ କରିଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ବିଶେଷ କାରଣରୁ ଏହି କଙ୍କଡ଼ାର ରକ୍ତ ଲିଟର ପିଛା ୧୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ l ପ୍ରତିବର୍ଷ ଏଥିପାଇଁ ୫ଲକ୍ଷ ରୁ ଅଧିକ କଙ୍କଡା କୁ ହତ୍ୟା କରାଯାଇଥାଏ l

Leave A Reply