Odisha news

ବନଖଣ୍ଡ ତେଲକୋଇ ବନାଞ୍ଚଳ ଜଙ୍ଗଲ ରୁ ଉଦ୍ଧାର ହାତୀ ନନ୍ଦନକାନନ ଆସିଲା 

0
ବାରଙ୍ଗ :  ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ମଇଦାନକେଲ ସଂରଖିତ ଜଙ୍ଗଲ ରୁ ଉଦ୍ଧାର ହୋଇଥିବା ୩ ମାସ ର ମାଇ ହାତୀ ଛୁଆ ଗୁରୁବାର ବିଳମ୍ବିତ ରାତିରେ ନନ୍ଦନକାନନ ଆସିଛି । ତାର ଗୋଡ଼ରେ ଆଘାତ ଲାଗି ସଂକ୍ରମଣ ହୋଇଯାଇଛି।  ତାର ଚିକିତ୍ସା ଜାରି ରଖିଛନ୍ତି ପ୍ରାଣୀ ଉଦ୍ୟାନ ର ଚିକିତ୍ସକ ଓ ବିଶେଷଜ୍ଞ ମାନେ ।ପ୍ରକାଶ ଯେ , ଏହି ଛୁଆ ହାତୀ ଟି ମା ଠାରୁ ଅଲଗା କରି ଚିକିତ୍ସା ପାଇଁ ଏଠାକୁ ଅଣାଯାଇଛି।  ଏହି ଛୁଆ ହାତୀ ଏଠାକୁ ଆସିବା ପରେ ଏମାନଙ୍କ ସଂଖ୍ୟା ୫ କୁ ବୃଦ୍ଧି ପାଇଛି।
Har Ghar Tiranga

Leave A Reply