Odisha news

ବିବାହିତ ମହିଳାଙ୍କ ଅପମୃତ୍ୟୁ ମାମଲାର ଗାଙ୍ଗପୁର ପୋଲିସର ସଠିକ ତଦନ୍ତ : ନିର୍ଦ୍ଦୋଷ ପରିବାର ହତ୍ୟା ମାମଲାରୁ ବର୍ତ୍ତିଲେ

0

ଭଞ୍ଜନଗର : ଅମରେନ୍ଦ୍ର କୁମାର ପଟ୍ଟନାୟକ , ସକାଳ ଖବର : ଗାଙ୍ଗପୁର ପୋଲିସ୍ ଜଣେ ବିବାହିତ ମହିଳାଙ୍କ ଅପମୃତ୍ୟୁ ମାମଲାର ଉପଯୁକ୍ତ ତଦନ୍ତ କରି ପ୍ରକୃତ ଦୋଷୀକୁ ଖୋଜି ବାହାର କରିପାରିବା ଯୋଗୁଁ ଏକ ନିର୍ଦ୍ଦୋଷ ପରିବାର ହତ୍ୟା ମାମଲାରୁ ବର୍ତ୍ତି ଯାଇଛନ୍ତି I ଏଥିପାଇଁ ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟଙ୍କ ସମେତ ଗାଙ୍ଗପୁର ପୋଲିସ୍ ଏବଂ ଗଞ୍ଜାମ ପୋଲିସ୍ କୁ ଅଶେଷ ଅଶେଷ ଧନ୍ୟବାଦ I ବାସ୍ତବରେ ବହୁ ସମୟରେ ଦେଖାଯାଇଛି ଝିଅଟିଏ ବିବାହ କରିବାର ସାତ ବର୍ଷ ଭିତରେ କୌଣସି କରଣରୁ ମଧ୍ୟ ମୃତ୍ୟୁ ବରଣ କଲେ ଝିଅଟିର ବାପ ଘର ଲୋକେ ଶ୍ଵଶୁର ଘର ଲୋକ ନାମରେ ହତ୍ୟା ଅଭିଯୋଗ ଆଣିଥାନ୍ତି I ଆମର ବହୁ ପୋଲିସ୍ ଭାଇ ଝିଅଟିକୁ ନ୍ୟାୟ ଦେବା ବାହାନାରେ ଅବିଚାରଣୀୟ ଭାବେ ଶ୍ଵଶୁର ଘର ଲୋକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥାନ୍ତି I ଫଳତଃ ବର୍ତ୍ତମାନ ସମୟରେ ମଧ୍ୟ ଅନେକ ସ୍ୱାମୀ, ଶାଶୁ, ଶ୍ଵଶୁର ଅକାରଣରେ ଦଣ୍ଡ ଭୋଗୁଥିବା ଦେଖିବାକୁ ମିଳୁଛି I କିନ୍ତୁ ଏହାର ଉର୍ଦ୍ଧ୍ୱକୁ ଯାଇ ଏମିତି ଏକ ମାମଲାରେ ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଏକ ଦାୟିତ୍ୱବାନ୍ ଏବଂ କର୍ତ୍ତବ୍ୟ ନିଷ୍ଠ ଅଧିକାରୀର ପରିଚୟ ଦେବା ସହ ବଧୂ ହତ୍ୟା ଭଳି ମିଥ୍ୟା ମାମଲାରେ ଛନ୍ଦି ହେବାକୁ ଯାଉଥିବା ଏକ ପରିବାରକୁ ନ୍ୟାୟ ପ୍ରଦାନ କରିଛନ୍ତି I ତେଣୁ ସେ ମହାଶୟ ଏବଂ ତାଙ୍କ ଟିମ୍ ଙ୍କୁ ସାଧୁବାଦ ଜଣାଉଛି I ଶ୍ରୀ ସାମନ୍ତରାୟଙ୍କ ଏହି ନିଷ୍ଠାପର କାର୍ଯ୍ୟଧାରାରେ ଅନ୍ୟ ପୋଲିସ୍ ଭାଇ ମାନେ ଅନୁପ୍ରାଣିତ ହେବା ଆବଶ୍ୟକ I ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଶୁଭ୍ରଜିତ ଭାଇଙ୍କ କାର୍ଯ୍ୟଧାରା ଅଧିକ ଶାଣିତ ଏବଂ ନିରପେକ୍ଷ ହେଉ I

Har Ghar Tiranga

Leave A Reply