ବର୍ତମାନ ଭାରତ ରେ ଏକ୍ସଟ୍ରା ମାରିଟାଲ ଆଫେୟାର ଦ୍ରୁତ ଗତିରେ ବୃଦ୍ଧି ପାଉଛି l ଯାହାକି ପୂର୍ବରୁ ପାଶ୍ଚାତ୍ୟ ସଭ୍ୟତା ରେ ଦେଖିବାକୁ ମିଳୁଥିଲା l ଏକ୍ସଟ୍ରା ମାରିଟାଲ ଆଫେୟାର ଅର୍ଥାତ ବିବାହ ପରେ ମଧ୍ୟ ସମ୍ପର୍କ ରଖିବା, ଏହା ବର୍ତମାନ ଗୋଟିଏ ସାଧାରଣ କଥା ହୋଇଯାଇଛି l ଏହାକୁ ନେଇ ନିକଟରେ କିଛି ମନୋଚିକିତ୍ସକ, କିଛି ପୋଲିସ କର୍ମୀ, କିଛି ଓକିଲ ଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନ ରେ ଅନେକ କାରଣ ସାମ୍ନା କୁ ଆସିଛି l ଯେଉଁଠି ଏହା ୧୦ ବର୍ଷ ତଳେ ୧୦୦ ଟି ରେ ୭ଟି ଦେଖିବାକୁ ମିଳୁଥିଲା, ତାହା ବର୍ତମାନ ବୃଦ୍ଧି ହୋଇ ୭୦ ରେ ପହଂଚି ସାରିଛି l କେତେକ ସ୍ଥାନରେ ଜୀବନ ଯିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସୁଛି l ଯାହାକୁ ନେଇ ପୁରୁଷ ହେଉ କି ନାରୀ ଜୀବନ ହରିବାକୁ କିମ୍ବା ଜୀବନ ନେବାକୁ ପଛାଉ ନାହାନ୍ତି l
ଏହାକୁ ନେଇ ରିସର୍ଚ୍ଚ ରେ ଅନେକ କାରଣ ସାମ୍ନାକୁ ଆସିଥିଲା l ଏବଂ ଗବେଷକ ଙ୍କ ଦ୍ୱାରା କୁହାଯାଇଥିଲା ଯେ ଏହାକୁ ପ୍ରତ୍ୟେକ ପତିପତ୍ନୀ ନିହାତି ଜାଣିବା ଜରୁରୀ l
* ଏହି ଅଧ୍ୟୟନ ବେଳେ ଜଣାପଡିଲା ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବର୍ତମାନ ଦୂରତା ଖୁବ ବଢି ଯାଇଛି l ଉଭୟ ଅଧିକ ସମୟ ଏକାଠି ରହିବା ପରିବର୍ତେ ଫୋନ ରେ ଅଧିକ ସମୟ ଅତିବାହିତ କରୁଛନ୍ତି l ଅନେକ ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୋନ ରେ ବ୍ୟସ୍ତ ରହିବା କାରଣରୁ ସନ୍ଦେହ ର କାରଣ ସୃଷ୍ଟି ହେଉଛି l ଯାହାକି ପାରିବାରିକ କଳହ କୁ ଜନ୍ମ ଦେଇ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ାଇ ଦେଉଛି l
* ମାନଚିକିତ୍ସକ ଙ୍କ ମତରେ ଆଜିକାଲି ଲୋକଙ୍କ ଜୀବନ ଅନେକ ଚିନ୍ତା ଓ ଉତେଜନା ମଧ୍ୟରେ ଗତି କରୁଛି l ଛୋଟ ଛୋଟ କଥାକୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଉଛି l ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ଉଭୟ ଉଭୟ ଙ୍କ ଭାବନା କୁ ବୁଝିବା ଜରୁରୀ l ଉଭୟ ଉଭୟଙ୍କର ଛୋଟ ଛୋଟ ଖୁସି କୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ l ଯାହାଦ୍ୱାରା ନିବିଡ଼ତା ବୃଦ୍ଧି ପାଇଥାଏ l
* ଏହି ଅଧ୍ୟୟନ ରେ ଆଉ ଗୋଟିଏ କଥା ସାମ୍ନାକୁ ଆସିଥିଲା ଯେ ଆଜିର ଆଧୁନିକତା ପଛରେ ଉଭୟ ପୁରୁଷ ଓ ନାରୀ ଧାଉଁଛନ୍ତି l ପୁରୁଷ ମାନେ ଖାଲି ନୁହେଁ, ମହିଳା ମାନେ ମଧ୍ୟ ଆଧୁନିକ ବେଶପୋଷାକ ଧାରଣ କରିଥିବା ପୁରୁଷ ମାନଙ୍କ ପ୍ରତି ଅକ୍ରୁସ୍ତ ହେଉଛନ୍ତି l କିନ୍ତୁ ସେମାନେ ଜାଣି ରଖିବା ଆବଶ୍ୟକ ଯେ ଗୋଟିଏ ସୁନ୍ଦର ବୈବାହିକ ଜୀବନ ପାଇଁ ଆଧୁନିକ ବେଶପୋଷାକ ମୂଲ୍ୟ ହୀନ ଅଟେ l
* ଉଭୟ ପୁରୁଷ ଓ ନାରୀଙ୍କ ମଧ୍ୟରେ ପାଇବାର ଉଚ୍ଚ ଅଭିଳାଷ ବା ଆକଂକ୍ଷା ଅଧିକ ମାତ୍ରାରେ ବୃଦ୍ଧି ପାଇବାକୁ ଲାଗୁଛି l କେହି ଧନ ଲୋଭରେ ତ ଆଉକେହି ଦେହ ଲୋଭରେ ଏକ୍ସଟ୍ରା ମାରିଟାଲ ଆଫେୟାର ର ସମୁଖୀନ ହେଉଛନ୍ତି l ଯାହାକି ଗୋଟିଏ ସୁନ୍ଦର ପରିବାର କୁ ନଷ୍ଟ କରିବା ଭଳି କାର୍ଯ୍ୟ କରୁଛି l ଏହି ଅଧ୍ୟୟନ ରେ କୁହାଯାଇଛି ଯେ କେଉଁଠି ଏହାର ପରିଣତି ଭୟାବହ ହେଉଛି ତ ଆଉ କେଉଁଠି ଆପସ ବୁଝାମଣାରେ ଗୋଟିଏ ସୁନ୍ଦର ବୈବାହିକ ଜୀବନ ଓ ପରିବାର ର ଅଧପତନ ହେଉଛି l
* ଏହାଛଡା କେତେକ କ୍ଷେତ୍ରରେ ପୁରୁଷ ମାନେ ଜୀବନ ହାରୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ମହିଳା ମାନେ ଜୀବନ ହାରୁଛନ୍ତି l କିନ୍ତୁ ଯାହାବି ପରିସ୍ଥିତି ହୋଇଥାଉ ନା କାହିଁକି ଗବେଷକ ଙ୍କ ମତରେ ପିତାମାତା ଙ୍କ ଏଭଳି ପଦକ୍ଷେପ ଦ୍ୱାରା ନିରୀହ ପିଲାମାନେ ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି l ତେଣୁ ସର୍ବ ପ୍ରଥମେ ନିଜ ସନ୍ତାନ ମାନଙ୍କ କଥା ଚିନ୍ତା କରି କୌଣସି ପଦକ୍ଷେପ ନେବା ଜରୁରୀ l ଯାହାଦ୍ୱାରା ପିଲା ମାନଙ୍କର କୌଣସି ଅସୁବିଧା ହେବ ନାହିଁ l