Odisha news

ଜୀବନ ବୀମା କର୍ମଚାରିଙ୍କ  ୩୩ତମ ବାର୍ଷିକ ସାଧାରଣ  ସମ୍ମିଳନୀ ଉଦଘାଟିତ

0
ନୂଆପଡ଼ା- ୧୮/୧୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ)  ବ୍ରହ୍ମପୁର ମଣ୍ଡଳ ବୀମା କର୍ମଚାରୀ ସଂଘର ଦୁଇ ଦିନିଆ ୩୩ତମ ରାଜ୍ୟସ୍ତରୀୟ ବାର୍ଷିକ  ସମ୍ମିଳନୀ ଆଜି ନୂଆପଡ଼ା ଜିଲ୍ଲା ସଦମହକୁମା ତେଲିପଡ଼ା ସ୍ଥିତ  ଖୁଣ୍ଟିଆ  ସଭାଗୃହ ଠାରେ କ୍ଷେତ୍ରିୟ ବୀମା କର୍ମଚାରୀ ସଂଘର ସଭାପତି ପ୍ରଦୀପ ମୁଖାର୍ଜିଙ୍କ ଉପସ୍ଥିତରେ ଉଦଘାଟିତ ହୋଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସର୍ବଭାରତୀୟ ବୀମା କର୍ମଚାରୀ ସଂଘର କୋଷାଧ୍ୟକ୍ଷ ବି.ଏସ ରବି, ମୁଖ୍ୟବକ୍ତ ଭାବେ କ୍ଷେତ୍ରୀୟ ସାଧାରଣ ସଂପାଦକ ତ୍ରିନାଥ ଦୋରା, ନୂଆପଡ଼ା  ଏଲଆଇସି  ଶାଖା ପ୍ରବନ୍ଧକ ଅକ୍ଷୟ ବେହେରା, ବରିଷ୍ଠ ଆଇନଜୀବୀ କ୍ଷିତୀଶ ଅଶୋକ ବୋଧଙ୍କର ପ୍ରମୁଖ ଉପସ୍ଥିତ ରହିଥିଲେ।  ଅତିଥି ମାନେ  ସଂଗଠନର ବିଭିନ୍ନ ଦାୟିତ୍ୱ ଉପରେ ବିଚାର ପ୍ରକଟ କରିବା ସହ ଏଲଆଇସିର ବର୍ତ୍ତମାନ ପରିସ୍ଥିତି, ଦେଶର ଆର୍ଥନୈତିକ ଓ ରାଜନୈତିକ ପରିସ୍ଥିତି ସହ ସର୍ବସାଧାରଣଙ୍କ ସାମାଜିକ ବ୍ୟବସ୍ଥା  ବିଷୟ ରେ ବିଶଦ ଆଲୋଚନା କରିଥଲେ। ଉପରୋକ୍ତ ଦୁଇ ଦିନିଆ ସମ୍ମିଳନୀ ରେ ଓଡିଶା ର ୧୪ ଗୋଟି ଜିଲ୍ଲା ର ଜୀବନ ବୀମା କର୍ମଚାରିଗଣ ଯୋଗ ଦାନ କରିଛନ୍ତି। ଆଜି ର ସଭା କୁ ଭବାନି ଶଙ୍କର ବେହେରା ସଭାପତିତ୍ବ କରିଥିବା ବେଳେ ନୂଆପଡ଼ା ଶାଖାର ସଂପାଦକ ସପନ ସାହୁ, ଗୀରିଧାରୀ ସେଲମା ସହ  ନୂଆପଡ଼ା ଏଲଆଇସିର  ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିବାରେପୂର୍ଣ୍ଣ ସହଯୋଗ କରିଥିଲେ।
Nalco

Leave A Reply