Odisha news

ଲକ୍ଷାଧିକ ଟଙ୍କା ର ଶାଗୁଆନ କାଠ ଜବତ

0

ନୂଆପଡ଼ା- ୧୮/୧୧ ଆଜି ସନ୍ଧ୍ୟା ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ଲଖନା ଗ୍ରାମ ପଞ୍ଚାୟତ ଡେଡେଙ୍ଗା ଗ୍ରାମ ଠାରେ ବନ ବିଭାଗ ବିଶ୍ଵସ୍ଥ ସୂତ୍ର ରୁ ଖବର ପାଇ ଲକ୍ଷାଧିକ ଟଙ୍କା ର ଶାଗୁଆନ କାଠ ଜବତ କରିଛନ୍ତି। ଖବର ନେବାରୁ ଜଣା ପଡ଼ିଛି ଯେ, ଆଜି ନୂଆପଡ଼ା ବନ ବିଭାଗ ପକ୍ଷରୁ ରେଞ୍ଜ ଅଧିକାରୀ ଆଲୋକ ମାଝିଙ୍କ ନେତୃତ୍ୱରେ ଲଖନା ଫରେଷ୍ଟର ଖଗେଶ୍ବର ମାଝି ସମେତ ବନ ବିଭାଗ କର୍ମଚାରି ଡେଡେଙ୍ଗା ଗ୍ରାମରେ ଅଚାନକ ଚଢାଉ କରି ଦୁଇ ଘରରୁ ଶାଗୁଆନ କାଠ୍ ଜବତ୍ କରିବାରେ ସଫଳ ହୋଇଛନ୍ତି। ଘଟଣା ସ୍ଥଳ ରୁ କାଠ ମାଫିଆ ଫେରାର ମାରିଛନ୍ତି। ଜବତ୍ କାଠ କୁ ବାନାଞ୍ଚ୍ଚଳ କାର୍ଯ୍ୟାଳୟ ନୂଆପଡ଼ା କୁ ଅଣା ଯାଇଛି।

Nalco

Leave A Reply