Odisha news

ବାରମ୍ବାର ଘରକୁ ଯଦି ପାରା ଆସି ଥାଆନ୍ତି ତେବେ ଦେଇ ଥାଆନ୍ତି ଏହି ସଂକେତ

0

ପାରା ଘରକୁ ଆସିବା ଶୁଭ କି ଅଶୁଭ ? କିଛି ଲୋକ ଭାବି ଥାଆନ୍ତି ପାରା ଘରକୁ ଆସିବା ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ ତେବେ ଆଉକିଛି ଲୋକ ଙ୍କର ମତ ରହିଥାଏ ପାରା ଘରକୁ ଆସିବା ଅଶୁଭ ହୋଇଥାଏ l ଜ୍ୟୋତିଷ ଶାସ୍ତ୍ରରେ ପାରା ଙ୍କୁ ବୁଦ୍ଧ ଗ୍ରହଙ୍କ ସହିତ ଯୋଡ଼ା ଯାଇଥାଏ l ପାରା ଗୋଟିଏ ଏଭଳି ପକ୍ଷୀ ଯାହାଙ୍କ ନିକଟରେ ବୁଧ ଗ୍ରହ ଙ୍କ ଶୁଭ ଓ ଅଶୁଭ ଗୁଣ ରହିଥାଏ l ପାରା ଯୋଡ଼ା ଙ୍କୁ ଶାନ୍ତି ଓ ପ୍ରେମର ପ୍ରତୀକ ଭାବରେ ଗ୍ରହଣ କରାଯାଇ ଥାଏ l ବିଶେଷ ଭାବରେ ଧଳା ପାରା ଙ୍କୁ ଅନେକ ଶୁଭଦାୟୀ ବୋଲି କୁହାଯାଇ ଥାଏ l ତେବେ ଆସନ୍ତୁ ଜାଣିବା ଘରକୁ ପାରା ଆସିବା ଶୁଭ ନା ଅଶୁଭ ସଂକେତ ଅଟେ l

– ପାରା ଗୋଟିଏ ଏଭଳି ପକ୍ଷୀ ଯାହା ନିକଟରେ ଖରାପ ଆତ୍ମାଙ୍କୁ ଦୂର କରିବାର ଶକ୍ତି ରହିଛି l ଯଦି ଆପଣଙ୍କ ଘରେ ପାରା ବସା ବାନ୍ଧିଚି ତେବେ ଖରାପ ଆତ୍ମାଙ୍କ ପ୍ରବେଶ ହୋଇନଥାଏ l

– ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ କିମ୍ବା ଘରେ ସୁଖ ଶାନ୍ତି ବଢାଇବା ପାଇଁ ପାରା ମାନଙ୍କର ଅନେକ ମହତ୍ୱ ରହିଛି l କିନ୍ତୁ ଗୋଟିଏ କଥା ଧ୍ୟାନ ରଖିବେ ଯେ ଯେପରି ପାରା ମାନଙ୍କୁ ଅସଦାଚରଣ କରିବେନାହିଁ l ବରଂ ସେମାନଙ୍କ ଖାଦ୍ୟ ପେୟ ର ଯତ୍ନ ନେବା ଦ୍ୱାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

– ଘରର ଯେଉଁ ସ୍ଥାନରେ ପାରା ବସା ବାନ୍ଧିଥାଏ ସେହି ସ୍ଥାନଟି କୁ ସର୍ବଦା ସଫା ସୁତୁରା ରଖିବା ଜରୁରୀ l ପାରା ଙ୍କ ବସା ଅତ୍ୟଧିକ ଅପରିଷ୍କାର ହେଲେ ବା ସେହି ସ୍ଥାନ ଅଧିକ ଅପରିଷ୍କାର ହେବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l

– ଯଦି ଆପଣ ପାରା ପୋଶୁଛନ୍ତି ତେବେ ସେମାନଙ୍କର ଉଚିତ ସେବା ଯତ୍ନ କରିବା ଆବଶ୍ୟକ l କିନ୍ତୁ ଯଦି ପାରା ନିଜ ଇଚ୍ଛାରେ ଆସି ଆପଣଙ୍କ ଘରେ ବସା ବାନ୍ଧୁଛି ତେବେ ଏହା ଠିକ ନୁହେଁ l ଏହା ଅଶୁଭ ସଂକେତ ହୋଇଥାଏ l ପରିଣାମ ସ୍ୱରୂପ ଗୃହ ରେ କ୍ଳେଶ ଓ କଳହ ଦେଖା ଯାଇଥାଏ l ଧନ ଅର୍ଜନ ରେ ବାଧା ଉପୁଜିଥାଏ l

Leave A Reply