Odisha news

ପ୍ରଦୂଷଣ ଯୋଗୁଁ ଭାରତରେ ବୃଦ୍ଧି ପାଉଛି ସିଓପିଡି ର ବିପଦ , କିପରି ଦେବେ ନିଜକୁ ସୁରକ୍ଷା : ରିସର୍ଚ୍ଚ

0

ବର୍ତମାନ ସାରା ବିଶ୍ୱରେ ପ୍ରଦୂଷଣ ର ସ୍ତର ବଢି ବଢି ଚାଲିଛି, ଭାରତ ବା ଏଥିରୁ କିପରି ବାଦ ପଡନ୍ତା l ପ୍ରଦୂଷଣ ର ମାତ୍ରା ଏତେ ଅଧିକ ବଢି ଯାଉଛି ଯେ ଏହାଦ୍ୱାରା ବିଭିନ୍ନ ରୋଗର ମଧ୍ୟ ଉତ୍ପତି ହେଉଛି l ନିକଟରେ ଦୀପାବଳୀ ଉତ୍ସବ ପାଳନ ହୋଇଥିବା ହେତୁ ଏହି ପ୍ରଦୂଷଣ ଆହୁରି ଅଧିକ ବଢି ଯାଇଛି l ଏହି କାରଣରୁ ପ୍ରଶ୍ୱାସ ବାଟରେ ବିଷାକ୍ତ ବାୟୁ ଆମ ଶରୀର ମଧ୍ୟକୁ ବିଭିନ୍ନ ରୋଗ ର କାରଣ ହେଉଛି l ସେହିସବୁ ରୋଗ ମଧ୍ୟରୁ କ୍ରନିକ ଆବ୍ସଟ୍ରକ୍ଟିଭ ପାଲମୋନାରୀ ଡିଜିଜ ଯାହାକୁ ଆମେ ସିଓପିଡି କହିଥାଉ ଏହା ସେଥି ମଧ୍ୟରୁ ଗୋଟିଏ l ଏହା ଗୋଟିଏ ଗମ୍ଭୀର ରୋଗ ଅଟେ l ଯାହାକୁ ନେଇ ଲୋକ ମାନଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ମାସର ତୃତୀୟ ବୁଧବାର ଦିନ ଟିରେ ସିଓପିଡି ଡେ ପାଳନ କରାଯାଇ ଥାଏ l

ଆସନ୍ତୁ ଜାଣିବା ସିଓପିଡି ସମସ୍ୟା କଣ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବାୟୁ ପ୍ରଦୂଷଣ ସିଓପିଡି ସମସ୍ୟାର ମୁଖ୍ୟ କାରଣ ଅଟେ l ବାୟୁ ପ୍ରଦୂଷଣ ଏଲବିୟୋଲର ସ୍ତରରେ ଫୁସଫୁସ କୁ କ୍ଷତି କରିଥାଏ l ଏଲବିୟୋଲର ଗୋଟିଏ ଏଭଳି ଥଳି ଯାହାକି କାର୍ବନ ଡାଇଅକ୍ସାଇଡ ଓ ଅକ୍ସିଜେନ ଗ୍ୟାସ କୁ ଏକ୍ସଚେଞ୍ଜ କରିଥାଏ l ବାୟୁ ପ୍ରଦୂଷଣ ବଢିବା ଦ୍ୱାରା ଏହି ଥଳି ଟି କ୍ଷତିଗ୍ରସ୍ତ ହୋଇଥାଏ, ଯାହାକି ସିଓପିଡି ର କାରଣ ହୋଇଥାଏ l

ଏହା କିପରି ଘଟିଥାଏ –
ପ୍ରଶ୍ୱାସ ମାଧ୍ୟମରେ ପ୍ରଦୂଷିତ ବାୟୁ ରେ ଥିବା ଛୋଟ ପାର୍ଟିକିଲସ ଫୁସଫୁସ ମଧ୍ୟକୁ ଯାଇଥାଏ l ଯାହାଦ୍ୱାରା ଫୁସଫୁସ ଉପରେ ଖରାପ ପ୍ରଭାବ ପଡିଥାଏ l ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ପାର୍ଟିକିଲସ ଫୁସଫୁସ ମଧ୍ୟରେ ରହିବା ଦ୍ୱାରା ଆକ୍ସିତେଟିଭ ସମସ୍ୟା ଓ ଫୁସଫୁସ ର ଟିସୁ ପ୍ରଭାବିତ ହୋଇଥାଏ l ଯାହାକି ରେସ୍ପିରେଟୋରି ସିଷ୍ଟମ କୁ ପ୍ରଭାବିତ କରେ l ଏହି କାରଣରୁ ସିଓପିଇଡ଼ି ସମସ୍ୟା ଦେଖା ଯାଇଥାଏ l

ସିଓପିଡି ର ସାମାନ୍ୟ ଲକ୍ଷଣ –
– କାଶ
– ଥକା ଲାଗିବା
– ଅଣନିଶ୍ୱାସୀ ଲାଗିବା
– ଛାତି କଫରେ ଜାମ ହୋଇଯିବା
– ପ୍ରଶ୍ୱାସ ନେବାରେ ଅସୁବିଧା ହେବା
– ଛାତିରେ ଯନ୍ତ୍ରଣା ଅନୁଭବ ହେବା

ଏହିପରି କରନ୍ତୁ ନିଜକୁ ସିଓପିଡି ରୁ ସୁରକ୍ଷା –
* ସର୍ବ ପ୍ରଥମେ ସିଓପିଡି ନିଜକୁ ରକ୍ଷା କରିବା ନିଜ ଫୁସଫୁସ କୁ ସୁରକ୍ଷିତ ରଖନ୍ତୁ l
* ଫୁସଫୁସ କୁ ସୁରକ୍ଷିତ ରଖିବା ପାଇଁ ତମ୍ବାଖୁ ସେବନ କରନ୍ତୁ ନାହିଁ ଓ ଧୁମ୍ରପାନ ଠାରୁ ଦୁରେଇ ରହନ୍ତୁ l
* ପ୍ରଦୂଷଣ ରୁ ରକ୍ଷା ପାଇବା ପାଇଁ ମାସ୍କ ନିହାତି ପିନ୍ଧନ୍ତୁ ଏବଂ ଧୂଆଁ, ଧୂଳି ଇତ୍ୟାଦି ଠାରୁ ଦୁରେଇ ରୁହନ୍ତୁ l
* ଘରର ଭେଣ୍ଟିଲେସନ କୁ ଠିକ ରଖନ୍ତୁ , ଖାଇବା ପ୍ରସ୍ତୁତ କରିବା ସମୟରେ ଅଧିକ ଧୂଆଁ ଠାରୁ ଦୂରେଇ ରୁହନ୍ତୁ l

Har Ghar Tiranga

Leave A Reply