Odisha news

ପିଲାଙ୍କ ଭବିଷ୍ୟତ ନଷ୍ଟ କରିପାରେ ପିତାମାତାଙ୍କର ଏହିସବୁ ଭୁଲ, ଜବରଦସ୍ତି କରାନ୍ତୁ ଏହିସବୁ ଅଭ୍ୟାସ

0

ପିତାମାତା ଙ୍କ ସାମାନ୍ୟ ଭୁଲ ଗୋଟିଏ ପରିବାର କୁ ନଷ୍ଟ କରିଦେଇ ଥାଏ ଓ ଘର ଭାଙ୍ଗି ଦେଇଥାଏ l ତେଣୁ ପିତାମାତା ସେଥିପ୍ରତି ଧ୍ୟାନ ରଖିବା ଆବଶ୍ୟକ l ପ୍ରତ୍ୟେକ ମାତାପିତା ଚାହିଁ ଥାଆନ୍ତି ତାଙ୍କ ପିଲା ସ୍ୱାବଲମ୍ବୀ ହୁଅନ୍ତୁ l ରିସର୍ଚ୍ଚ ଦ୍ୱାରା କିଛିଟା ଆକ୍ଟିଭିଟି ସାମ୍ନାକୁ ଆସିଛି ଯେଉଁଥିରେ ପିଲା ମାନଙ୍କର ଅନୁଶାସନ ରହିଛି l ତେଣୁ ପିଲା ମାନଙ୍କ ମଧ୍ୟରେ ଛୋଟ ବେଳରୁ କିଛିଟା ଅଭ୍ୟାସ ଜବରଦସ୍ତି କରାଇବା ଜରୁରୀ l

* ଶିଷ୍ଟାଚାର ଓ ସଂସ୍କାର ଶିଖାନ୍ତୁ –
ଛୋଟ ବେଳରୁ ନିଜ ପିଲା ମାନଙ୍କ ମଧ୍ୟରେ ଭଲ ସଂସ୍କାର ଓ ଭଲ ଶିଷ୍ଟାଚାର ନିହାତି ଶିଖାଇବା ଜରୁରୀ l କାହିଁକି ନା ଭଲ ସଂସ୍କାର ହିଁ ଜୀବନ ରେ ସମସ୍ତଙ୍କ ନିକଟରେ ଗୋଟିଏ ସ୍ୱତନ୍ତ୍ର ପରିଚୟ ଦେଇଥାଏ l ଏବଂ ଜୀବନରେ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ l

* ସୀମିତ ଅର୍ଥ ବ୍ୟୟ ରେ ଚଳିବା ଶିଖାନ୍ତୁ –
ଆପଣଙ୍କ ନିକଟରେ ଯେତେ ଅର୍ଥ ଥାଉ ନା କାହିଁକି ପିଲାଟି ଦିନରୁ ନିଜ ପିଲାଙ୍କୁ ମିତବ୍ୟୟୀ ହେବା ଶିଖାନ୍ତୁ l କିଛିଟା ଜିନିଷ ଯେପରିକି ଲାପଟପ, ମୋବାଇଲ, ଇତ୍ୟାଦି ବିନା ମଧ୍ୟ ନିଜ ପିଲାକୁ ଆଡ଼ଜଷ୍ଟ କରିବା ପିଲାଟି ଦିନରୁ ଶିଖାନ୍ତୁ l କାହିଁକିନା ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ଏହିସବୁ ଜିନିଷ ର ଆବଶ୍ୟକତା ପଡିଥାଏ l

* ପିଲାର ସବୁ ଜିଦି କୁ ରଖନ୍ତୁ ନାହିଁ –
ପିଲାମାନଙ୍କର କିଛିଟା ଡିମାଣ୍ଡ ପିତାମାତା ଙ୍କ ନିକଟରେ ଏପରି ହୋଇଯାଇ ଥାଏ, ଯାହାକୁ ନେଇ ସେମାନେ ଯିଦିଆ ହୋଇ ଯାଆନ୍ତି ଏବଂ ଜିଦି କରି ସବୁକିଛି ହାସଲ କରିବାକୁ ଚାହିଁ ଥାଆନ୍ତି l ଏପରିସ୍ଥିତି ରେ ପିଲାଙ୍କର ସବୁ ଜିଦି ରଖିବା ଜରୁରୀ ନୁହେଁ, ସେମାନଙ୍କୁ ଅନୁଭବ କରାନ୍ତୁ କି କିପରି ପରିଶ୍ରମ କରି ପଇସା ରୋଜଗାର କରାଯାଉଛି ଏବଂ ଦେଖିଚାହିଁ ପଇସା ଖର୍ଚ୍ଚ କରିବା ଜରୁରୀ l

* ଘରର ଛୋଟ ଛୋଟ କାମ କରାନ୍ତୁ –
ପିଲାମାନେ ସ୍ୱାବଲମ୍ବୀ ହେବା ପାଇଁ ଘରର ଛୋଟ ଛୋଟ କାର୍ଯ୍ୟ ନିହାତି କରାଇବା ଜରୁରୀ l ଏହାଛଡା ଏହି ଅଭ୍ୟାସ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଥାଏ l ଯେପରିକି ନିଜେ ନିଜ ପାଇଁ ପାଣି ଆଣିବା, ନିଜ ଓଦା ଗାମୁଛା ନିଜେ ଶୁଖାଇବା, ଘରେ ପାଣି ବୋତଲ ଭରିକରି ରଖିବା ଇତ୍ୟାଦି l

* ସମସ୍ତଙ୍କ ସହିତ ବସିକି ଖାଇବା ଶିଖାନ୍ତୁ –
ଆଜିକାଲି ପିଲାମାନେ ନିଜ ମଧ୍ୟରେ ନିଜେ ସୀମିତ ରହିବାକୁ ଚାହୁଁଛନ୍ତି, ଯାହାକି ଠିକ ନୁହେଁ l ଏହାଦ୍ୱାରା ସେମାନେ ସାମାଜିକ ହୋଇପାରୁ ନାହାନ୍ତି l ତେଣୁ ନିଜ ପିଲାକୁ ସମସ୍ତଙ୍କ ସହିତ ମିଶିକି ଖାଇବା ନିହାତି ଶିଖାଇବା ଜରୁରୀ l କାହିଁକିନା ଏକାଠି ବସିକି ଖାଇବା ଦ୍ୱାରା ଭାବର ଆଦାନପ୍ରଦାନ ହୋଇଥାଏ ଓ ପିଲାମାନେ ପରିବାର ସଦସ୍ୟଙ୍କ ସହିତ ମିଶି ସାମାଜିକ ହୋଇ ଥାଆନ୍ତି l

* ପଢ଼ିବାର ଅଭ୍ୟାସ କରାନ୍ତୁ –
ଆମେମାନେ ସାଧାରଣ ଭାବରେ ପିଲାଟି ଛୋଟ ଅଛି ଭାବି ତାକୁ ପାଠ ପଢିବାକୁ ଜୋର ଦେଇ ନଥାଉ l କିନ୍ତୁ ଏହା ଭୁଲ ଅଟେ l ପିଲାଟି ଦିନରୁ ନିଜ ପିଲାଙ୍କୁ ପାଠ ପଢିବା ପାଇଁ ବସାଇବା ଜରୁରୀ l ଯାହାକି ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଥାଏ l ଏହାଛଡା ପିଲା ଗୋଟିଏ ଭଲ ଭବିଷ୍ୟତ ଗଢିବାରେ ସକ୍ଷମ ହୋଇଥାଏ l

Leave A Reply