ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ପୟରା ପଞ୍ଚାୟତ ବାସୁଦେବପୁରଗାଁ ଚିତ୍ରସେନ ନାୟକଙ୍କ ପୁଅ ପ୍ରଦୀପ୍ତ କୁମାର ନାୟକ ଜାତୀୟ ମାନବାଧିକାର ( ସାମାଜିକ ନ୍ୟାୟ ପରିଷଦ ) ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ବିଭିର୍ଣ ମହଲରୁ ଶୁଭେଚ୍ଛାର ସୁଅଛୁଟିଛି l ପ୍ରଦୀପ୍ତ ଜଣେ ଚାଷୀ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ଆଉ ପଛକୁ ଚାହଁନାହାନ୍ତି। ଗୋପ କଲେଜରୁ କଳାରେ ଯୁକ୍ତ ତିନି ଅଧ୍ୟୟନ କରୁଥିବା ସମୟରେ ଜାତୀୟ ସେବା ଯୋଜନାରେ ଅନୁପ୍ରାଣିତ ହୋଇ ନିଜର ସେବାକାର୍ଯ୍ୟ ଆରମ୍ଭ କରିଥିଲେ | ପରବର୍ତ୍ତୀ ପର୍ଯ୍ୟାୟରେ ଉର୍ଜାବାନ ଓଡିଶା , ଆଟା, ଏମ, ବି, ସି,ସାହିଭାଈ, ଭଳି ଓଡ଼ିଶାର ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇ ପ୍ରଶାସନିକ ସ୍ତରରେ ଅବଗତ କରାଇଥାନ୍ତି l ନିଜର ସେବା କାର୍ଯ୍ୟ ସହିତ ଅସହାୟ ରୋଗୀଙ୍କୁ କିପରି ସ୍ୱାସ୍ଥ୍ୟ ସେବା ଦିଆଯାଇପାରିବ ସେଥିପାଇଁ ସଦାସର୍ବଦା ତତ୍ପରତା ଅବଲମ୍ବନ କରୁଥିଲେ l ରକ୍ତ ଦାନ ଶିବିର ଆୟୋଜନ କରିବା ସହିତ ରକ୍ତର ଆବଶ୍ୟକତା ପଡୁଥିବା ଗରିବ ରୋଗୀଟି କିପରି ରକ୍ତ ପାଇପାରିବ ସେଥିପାଇଁ ସଦା ଚେଷ୍ଟିତ l ସମାୟାନୁ ବର୍ତିତ ଡିଜିଟାଲ ଦୁନିଆରେ ଟ୍ୱିର୍ଟର ମାଧ୍ୟମରେ କିପରି ସାଧାରଣ ଲୋକଙ୍କ ସମସ୍ୟା କୁ ପ୍ରଶାସନ ପାଖରେ ପହଞ୍ଚାଇ ତାହାର ସମାଧାନ କରିବା ଏଭଳି ଅନେକ କାର୍ଯ୍ୟ କରିଆସୁଛନ୍ତି | ସେଥିପାଇଁ ତାଙ୍କୁ ଅନେକ ସଂଗଠନ ତରଫରୁ ରକ୍ତବୀର,ସେବାରତ୍ନ,ଏଭଳି ଅନେକ ସମ୍ମାନରେ ସନ୍ମାନିତ ହୋଇଛନ୍ତି l ସମଗ୍ର ପୁରୀ ଜିଲ୍ଲା ପାଇଁ ଗୌରବ ମଧ୍ୟ ଆଣିଛନ୍ତି l ତାଙ୍କୁ ଗତ ୧୧-୧୦-୨୦୨୩ ରିଖରେ ଜାତୀୟ ମାନବାଧିକାର (ଭାରତୀୟ ସମାଜିଜ ନ୍ୟାୟ ପରିଷଦ) ଗ୍ଲୋବାଲ ତରଫରୁ ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବାରୁ ଭାରତୀୟ ସମାଜିଜ ନ୍ୟାୟ ପରିଷଦକୁ ଶ୍ରୀ ନାୟକ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି|