Odisha news

ରାଜନଗର ବଜାରରୁ ବାଣ ଜବତ, ଜଣେ ଗିରଫ।

0
ରାଜନଗର(,ସ.ଵ୍ୟୁ) ୧୦/୧୧  ଦେଶରେ ବାୟୁ ପ୍ରଦୁଷଣ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଯାହା ଦ୍ୱାରାକି  ଉପକୂଳବାସୀ ଆତଙ୍କିତ ହୋଇପଡିଛନ୍ତି । ବାୟୁ ପ୍ରଦୁଷଣ ପାଇଁ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଦୀପାବଳୀରେ ଶବ୍ଦ ଓ ବାୟୁ ପ୍ରଦୁଷଣକୁ ରୋକିବା ପାଇଁ  ବାଣ ଫୁଟାଇବାକୁ ନିଷିଦ୍ଧ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ପୁଲିସ ବାହିନୀ ବାଣଫୁଟା ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଗତକାଲି ରାତିରେ ରାଜନଗର ଆଇଆଇସି ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ଏସଆଇ ନାରାୟଣ ସାହୁ, ଏଏସଆଇ ବସନ୍ତ କୁମାର ସ୍ୱାଇଁ ପ୍ରମୁଖଙ୍କ ସମେତ ପୁଲିସ ବାହିନୀ ପାଟ୍ରୋଲିଂ କରୁଥିବା ବେଳେ ରାଜନଗର ବଜାରରେ ମହିଁଷାସୁର ଗ୍ରାମର ନାରଣ ଦାସ କରିଥିବା  ଦୋକାନ ଭିତରେ ବେଆଇନ ଭାବେ ରଖିଥିବା ବାଣ ଗୁଡିକୁ ପୁଲିସ ଚଢାଉ କରି ଜବତ କରିଛି । ଏହି ଘଟଣାରେଦୋକାନୀ ନାରାୟଣ ଦାସଙ୍କୁ ଗିରଫ କରିବା ସହିତ ଶୁକ୍ରବାର କୋର୍ଟ ଚାଲାଣ କରିଛିରାଜନଗର ପୋଲିସ। ଏ ନେଇ ରାଜନଗର ଥାନାରେ କେସ ନଂ ୬୩୦/୨୦୨୩ ଦଫା ୨୮୬, ୫, ୯ବି ଆଇଇ ଆକ୍ଟରେ ମୋକଦ୍ଦମା ରୁଜୁ କରାଯାଇଛି । ପାଖା ପାଖି ୨୦ପ୍ରକାରର ବାଣ ଜବତ କରାଯାଇଥିବା ସୂଚନା ମିଳିଛି।
Nalco

Leave A Reply