Odisha news

ବ୍ରାହ୍ମଣୀ ନଦୀ ଦକ୍ଷିଣପାର୍ଶ୍ଵ ତଟକ୍ଷୟ ସୁରକ୍ଷା କାର୍ଯ୍ୟ ର ଅନୁଧ୍ୟାନ କଲେ ଅଧିକ୍ଷଣ ଯନ୍ତ୍ରୀ ।

0
ରାଜନଗର ୧୦/୧୧ ବାରଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ମାଟିଆ ମଙ୍ଗଳା ମନ୍ଦିର ନିକଟରେ ବ୍ରାହ୍ମଣୀ ନଦୀକୂଳରେ ଥିବା ଚାନ୍ଦିବାଉଁଶମୂଳ ପଂଚାୟତ ବାରଗାଁର ଯଦୁଚନ୍ଦ୍ରପୁର ନିକଟରେ ନଦୀର କ୍ରମାଗତ ତଟ ପରିବର୍ତନ ଯୋଗୁଁ ପ୍ରଖର ସ୍ରୋତରେ ଅତଡା ଖସିବାରେ ଲାଗିଛି । ଯାହାଫଳରେ ନଦୀକୂଳିଆ ଯଦୁଚନ୍ଦ୍ରପୁର ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ନଦୀର ତଟକ୍ଷୟ ରୋକାଯିବା ପାଇଁ ଶୁକ୍ରବାର ଆଳି ତଟବନ୍ଧ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁବ୍ରତ କୁମାର ଦାଶ, ରାଜନଗର ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀଇଂ  ନିରଂଜନ ବେହେରା, ମହାକାଳପଡା ସବଡିଭିଜନର ନିର୍ବାହୀଯନ୍ତ୍ରୀଇଂ ପ୍ରାଣନାଥ ମୁଣ୍ଡା, ରାଜକନିକା ସବ୍ ଡିଭିଜନ ସହକାରୀ ଯନ୍ତ୍ରୀଇଂ ଧିରେନ କୁମାର ସାହୁ, ସହକାରୀ ଯନ୍ତ୍ରୀ ଇଂ ରବିନ୍ଦ୍ର ନାଥ ସାମଲ ପ୍ରମୁଖ ଘଟଣାସ୍ଥଳରେ ପହଁଛି ନଦୀ ଗ୍ରାସ କରୁଥିବା ତଟକ୍ଷୟକୁ ଅନୁଧ୍ୟାନ କରିବା ସହ କାର୍ଯ ର ଇନିସିଆଲ ନେଇ ଫେରିଛନ୍ତି । ଆତଙ୍କିତ, ଓ ଭୟଭିତ ଅବସ୍ଥାରେ ଥିବା ଯଦୁଚନ୍ଦ୍ରପୁର ଗ୍ରାମବାସୀମାନେ ଅଧିକ୍ଷଣଯନ୍ତ୍ରୀଙ୍କ ସହିତ ତୁରନ୍ତ ଗ୍ରାମକୁ ରକ୍ଷା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବୀ ଉପସ୍ଥାପନ କରିବା ସହ ଆବଶ୍ୟକ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି। ତଟକ୍ଷୟ ରୋକିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସ୍ପର ଏବଂ ପଥର ପ୍ୟାକିଂ ପାଇଁ ୧୦ କୋଟି ୬୧ ଲକ୍ଷ ୪୦ ହଜାର ୮୭୦ ଟଙ୍କା ବ୍ୟୟ ବରାଦ କରାଯାଇଥିବା ନେଇ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଦାଶ ପକ୍ଷରୁ ସୂଚନା ମିଳିଛି ।
Nalco

Leave A Reply