Odisha news

କୋମାରେ ଶୀତଳ ଭଣ୍ଡାର ,ଦୀର୍ଘ ବର୍ଷ ଧରି ଝୁଲୁଛି ତାଲା

0
ଫିରିଙ୍ଗିଆ, ୧୦/୧୧ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଉପରପଡା ଛକରେ ନିର୍ମାଣ କରାଯାଇ ଥିବା ଶୀତଳ ଭଣ୍ଡାର କାର୍ଯ୍ୟ କ୍ଷମ ନହୋଇ ତାଲା ପଡ଼ି ରହିଛି। ୨୦୧୨/୧୩ ବର୍ଷରେ ଆଇଟିଡିଏ ପକ୍ଷରୁ ନିର୍ମାଣ କରାଯାଇ ଥିବା ଉଲ୍ଲେଖ ରହିଥିବା ବେଳେ ଦୀର୍ଘ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଅଞ୍ଚଳ ର ଚାଷୀ ଙ୍କ ସୁବିଧା ପାଇଁ ନିର୍ମାଣ କରାଯାଇ ଥିବା ଏହି ଶୀତଳ ଭଣ୍ଡାର ଆଜି ପର୍ଯ୍ୟନ୍ତ ଖୋଲି ପାରିନାହିଁ। ଅବ୍ୟବହୃତ ହୋଇ ପଡିରହିବା ଫଳରେ ଚାରିପଟେ ଲଟାବୁଦାରେ ପରିପୂର୍ଣ ହୋଇଗଲାଣି। ଶୀତଳ ଭଣ୍ଡାର ପରିଚାଳନା ପାଇଁ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଚାଷୀ ଙ୍କୁ ନେଇ କମିଟି ଗଠନ କରାଯାଇଥିଲା ।ଆଇଟିଡିଏ ପକ୍ଷରୁ ଜେନେରେଟର ଶୀତଳ ଭଣ୍ଡାର ଯନ୍ତ୍ରାଂଶ ଓ ଲକ୍ଷାଧିକ ଟଙ୍କାର ଶୀତଳି କରଣ ଯାନ ବ୍ୟାବସ୍ଥା କରାଯାଇ ଥିବା ଚାଷୀ ମାନେ କହିଛନ୍ତି। ଏହି ଜିନିଷ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ । ସଂରକ୍ଷଣ ସୁବିଧା ଅଭାବରୁ ଚାଷୀ ମାନେ ପରିବା ଚାଷ ବେପାରୀ ଙ୍କୁ କମ୍ ଦରରେ ବିକ୍ରି କରି କ୍ଷତି ସହୁଥିବା ବେଳେ ଚାଷୀ ଙ୍କ ଉଦ୍ଧେଶ୍ୟ ରେ ନିର୍ମାଣ କରାଯାଇ ଥିବା ଶୀତଳ ଭଣ୍ଡାର ଖତ ଖାଉଥିବା ରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ନାମକୁ ମାତ୍ର କମିଟି ଗଠନ କରି ଚାଷୀ ଙ୍କୁ ଭୁଆଁ ବୁଲେଇବା ନିତି ରେ ବିଭାଗ ଅର୍ଥ ହଡପ ନିତି ଆପଣା ଇଥିବା କିଛି ଚାଷୀ କହିଛନ୍ତି। ଏନେଇ ଚାଷୀ ମାନେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିବାପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା କହିଛନ୍ତି।ଏଭଳି ପରିସ୍ଥିତି ରେ ଏହି ଶୀତଳ ଭଣ୍ଡାର କେଉଁ ବିଭାଗ ଦାୟିତ୍ବ ରେ ଅଛି ଏବଂ ନିର୍ମାଣ ର ଦୀର୍ଘବର୍ଷ ବି କାହିଁକି ତାଲା ପଡି ରହିଛି ତାହା ପ୍ରଶ୍ନବାଚୀ ଶୃଷ୍ଠି କରିଛି।
Nalco

Leave A Reply