Odisha news

ସ୍ତ୍ରୀଙ୍କ ଯୌତୁକ ନିର୍ଯାତନା ମାମଲାରେ ସ୍ବାମୀଙ୍କୁ ୬ ମାସ ଜେଲ 

0
ବୁଗୁଡା : ତା ୧୦/୧୧/୨୩ : ସ୍ଥାନୀୟ ଜେଏମ୍ଏଫସି କୋର୍ଟ ୨୦୦୭ ମସିହାରେ ବୁଗୁଡ଼ା ଥାନା ଅନ୍ତର୍ଗତ ନୂଆଁ ଦଦରାଖୋଲ ଗ୍ରାମରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାରେ ବିଚାର କରି ଅଭିଯୁକ୍ତକୁ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି । ପ୍ରକାଶ ଯେ , ଗତ ୨୨ ଅକ୍ଟୋବର ୨୦୦୭ରେ ନୂଆଁ ଦଦରାଖୋଲ ଗ୍ରାମର ତ୍ରିବେଣୀ ସାହୁ ନିଜ ସ୍ବାମୀ ଖଲି  ଓରଫ୍ ଟୁକୁନା ସାହୁ ବିରୁଦ୍ଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ବୁଗୁଡ଼ା ଥାନାର ଦ୍ବାରସ୍ଥ ହୋଇଥିଲେ । ଏ ନେଇ ତଦନ୍ତ ପରେ ପୋଲିସ ପକ୍ଷରୁ ଦଫା ୪୯୮ଏ/୫୦୬/୩୪ /୪ ଡିପି ଆକ୍ଟରେ ଏକ ମାମଲା ରୁଜୁ ହୋଇଥିଲା  । ଅଦାଲତର ଜିଆର୍ କେସ୍ ନଂ ୬୧୪/୨୦୦୭ରେ ମାମଲା ବିଚାରାଧୀନ ଥିଲା । ତେବେ ସମସ୍ତ ସାକ୍ଷ୍ଯ ପ୍ରମାଣକୁ ଭିତ୍ତି କରି ବିଚାରପତି ପରିଣିତା ନାୟକ  ଆଜି ଅଭିଯୁକ୍ତ ଖଲି ସାହୁ ଓରଫ୍ ଟୁକୁନା ସାହୁଙ୍କୁ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ମୁଦାଲାଙ୍କ ତରଫରୁ ଓକିଲ ସୁଜିତ୍ ସ୍ବାଇଁ ଓ ରଞ୍ଜନ କୁମାର ଦାଶ ଏବଂ ସରକାରଙ୍କ ପକ୍ଷରୁ ଏପିପି ରତନ କୁମାର ସିଂ ଓ ରବିନ୍ଦ୍ର କୁମାର ପଣ୍ଡା ଉକ୍ତ ମାମଲାଟିକୁ ପରିଚାଳନା କରୁଥିଲେ ।

Leave A Reply