Odisha news

୧୭୫ ବର୍ଷ ଟିଚର୍ସ ହ୍ୱିସ୍କି ର ଇତିହାସ ର କାହାଣୀ : କଣ ରହିଛି ଏହାର ନାମ ପଛର ବିଶେଷ କଥା

0

ନୂଆଦିଲ୍ଲୀ : ମଦ୍ୟପାନ କରୁଥିବା ବ୍ୟକ୍ତି ବିଭିନ୍ନ ବ୍ରାଣ୍ଡ ର ମଦ ସହିତ ବେଶ ପରିଚିତ l ମଦ୍ୟପ ମାନେ ବିଶେଷ ଭାବରେ ବ୍ରାଣ୍ଡ ଦେଖି କିଣି ଥାଆନ୍ତି l ଆଉ ସେହି ବ୍ରାଣ୍ଡ ମାନଙ୍କ ମଧ୍ୟରୁ ସାରା ବିଶ୍ୱରେ ଟିଚର୍ସ ହାଇଲ୍ୟାଣ୍ଡ କ୍ରିମ ହ୍ୱିସ୍କି ଗୋଟିଏ ପ୍ରସିଦ୍ଧ ବ୍ରାଣ୍ଡ ଅଟେ l କିନ୍ତୁ ଯେଉଁମାନେ ଏହି ବ୍ରାଣ୍ଡ କୁ ପିଉଛନ୍ତି ସେମାନେ କଣ ଜାଣିଛନ୍ତି ଏହା ପଛର ଇତିହାସ l ଟିଚର୍ସ ହ୍ୱାଇଲ୍ୟାଣ୍ଡ କ୍ରିମ ଭାରତରେ ଲଞ୍ଚ ହୋଇଥିବା ପ୍ରଥମ ଅନ୍ତରାଷ୍ଟ୍ରୀୟ ସ୍କଚ ଥିଲା l ଆଜିର ସମୟରେ ଟିଚର୍ସ ସବୁଠୁ ଅଧିକ ବିକ୍ରୀ ହେଉଥିବା ସ୍କଚ ଅଟେ l ଆଜିର ସମୟରେ ଏହି ହ୍ୱିସ୍କି ର ମାଲିକାନା ବିମ୍ ସୌଣ୍ଟାରୀ କମ୍ପାନୀ ନିକଟରେ ରହିଛି , ଯିଏ କି ସାରା ବିଶ୍ୱରେ ପ୍ରିମିୟମ ହ୍ୱିସ୍କି ପ୍ରସ୍ତୁତ କରି ଜଣାଶୁଣା ହୋଇଛି l

ଟିଚର୍ସ ହ୍ୱିସ୍କି ର ଇତିହାସ ପାଖାପାଖି ୧୭୫ ବର୍ଷର, ଯେତେବେଳେ ନୂଆ ଅବକାରୀ ଅଧିନିୟମ ପ୍ରସ୍ତୁତ ହୋଇଥିଲା l ନୂଆ ନିୟମ ଅନୁସାରେ ହ୍ୱିସ୍କି କୁ ଡିଷ୍ଟିଲେସନ କୁ ଆଇନ ଗତ ଭାବରେ ମାନ୍ୟତା ମିଳିଛି l ଏହାକୁ ଉଇଲିୟମ ଟିଚର ଗୋଟିଏ ବିଶେଷ ଅବସରରେ ରଖାଯାଇଥିଲା l ୧୮୩୦ ରେ ବିଲିୟନ ଟିଚର ଗ୍ରାସର ସପ ରୁ ହ୍ୱିସ୍କି ବିକ୍ରି କରିବାର ଲାଇସେନ୍ସ ନେଇଥିଲେ l ଦୋକାନର ମାଲିକ ତାଙ୍କ ବାନ୍ଧବୀ ଏଗନେସ ମେକ ଡୋନାଲଡ ଙ୍କ ମା ଥିଲେ l

୧୮୩୨ ରେ ଉଇଲିୟମ ଏଗନେସ ଙ୍କୁ ବିବାହ କରିଥିଲେ ଓ ପିକାଡିଲି ଷ୍ଟ୍ରିଟ ରେ ପ୍ରଥମ ଥର ଦୋକାନ ଖୋଲିଥିଲେ l ଏହି ଦୋକାନରେ ଗ୍ରାହକ ମାନଙ୍କର ଭିଡ଼ ହ୍ୱିସ୍କିର ମଜା ନେବା ପାଇଁ ବେଶ ଜମୁଥିଲା l ଗ୍ଲାସଗୋ ବଢୁଥିବା ଜନସଂଖ୍ୟା କାରଣକୁ ଦେଖି ଉଇଲିୟମ ପାଖାପାଖି ୨୦ ଟି ନୂଆ ଦୋକାନ ଖୋଲି ଦେଲେ l ଏଠାରେ ବସି ଗ୍ରାହକ ହ୍ୱିସ୍କି ପିଉଥିଲେ ଓ ଘରକୁ ଯିବା ସମୟରେ ବୋତଲ କିଣି ନେଉଥିଲେ l ହ୍ୱିସ୍କି ଉଦ୍ୟୋଗ ର ପ୍ରାରମ୍ଭିକ ପର୍ଯ୍ୟାୟ ରେ ଉଇଲିୟମ ଟିଚର ସମ୍ପୂର୍ଣ ସ୍କଟଲ୍ୟାଣ୍ଡ ରେ ଭଲ ବ୍ୟବସାୟ ହେଉଥିଲା l

ଏହାପରେ ୧୮୬୦ ରେ ସ୍ପିରିଟ ଆକ୍ଟ ପାସ ହେବା ପରେ ଉଇଲିୟମ ଟିଚର ଆଇନଗତ ଭାବେ ନିଜେ ହ୍ୱିସ୍କି ପ୍ରସ୍ତୁତ କରି ବିକ୍ରି କରିବାକୁ ଲାଗିଲେ l ଏହି ସମୟରେ ଉଇଲିୟମ ଟିଚର ହାଇ ପିଟ ମଲ୍ଟ ସହିତ ଗୋଟିଏ ହ୍ୱିସ୍କି ପ୍ରସ୍ତୁତ କଲେ l ଏହି ହ୍ୱିସ୍କି ର ସ୍ବାଦକୁ ଟିଚର ନିଜେ ଖୁବ ପସନ୍ଦ କରିଥିଲେ ଓ ସେହି ହ୍ୱିସ୍କି କୁ ନିଜ ନାମରେ ନାମିତ କରିଥିଲେ l

Har Ghar Tiranga

Leave A Reply