Odisha news

ଆଠଗଡ଼ ବିଦ୍ୟୁତ ବିଭାଗ ସେସ୍କନ ରୁ ଲକ୍ଷାଧିକ ଟଙ୍କାର ତାର ଚୋରି : ୪ ଜଣ ଗିରଫ ସହିତ କୋର୍ଟ ଚାଲାଣ, କାର୍ଯ୍ୟରତ ବିଦ୍ୟୁତ ବିଭାଗ ଅଧିକାରୀ କର୍ମଚାରୀ ସନ୍ଦେହ ଘେରରେ।

0
ଆଠଗଡ଼ ତା ୮-୧୧-୨୩ ।ଆକାଶରେ ମେଘ ଉଠିଲେ ଆଠଗଡ଼ ରେ ଲାଇନ୍ କଟେ। କେତେବେଳେ ଶଙ୍ଖ ଫାଟିଜାଇଛି ତ କେତେବେଳେ ତାର ଚୋରି ହୋଇଯାଇଛି ବୋଲି ଶୁଣିବାକୁ ମିଳେ। ପୁଣି କେତେବେଳେ ବ୍ରେକ ଡାଉନ୍ ଅଛି ବୋଲି କଣ୍ଟ୍ରୋଲ ରୁମ୍ କର୍ମଚାରୀ ମାନେ କହିଥାନ୍ତି। କିନ୍ତୁ ଏବେ ବାଡ଼ ଖେତ ଖାଉଛି ଜଣାପଡିବା ପରେ ତିନି ଜଣ କଣ୍ଟ୍ରୋଲ ରୁମ୍ କର୍ମଚାରୀ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଆଠଗଡ଼ ବିଦ୍ୟୁତ ସେସ୍କନ ଦୁଇ ନମ୍ବର ରୁ ଲକ୍ଷାଧିକ ଟଙ୍କାର ତାର ଚୋରି ହୋଇଥିବା ଗତ ଦୁଇ ତାରିଖ ଦିନ ନଂ ୨ କନିଷ୍ଠ ଯନ୍ତ୍ରୀ ଅଶୋଘୋଷ ବେହେରା ଆଠଗଡ଼ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ଆଠଗଡ଼ ପୋଲିସ କେଶ୍ ନଂ ୨୩୬/୨୦୨୩ ରୁଜୁ କରି ବିଦ୍ୟୁତ କଣ୍ଟ୍ରୋଲ ରୁମ୍ ରେ କାର୍ଯ୍ୟ କରୁଥିବା ତିନି ଜଣ କର୍ମଚାରୀଙ୍କୁ ଉଠାଇ ଆଣି ପଚରା ଉଚରା କରିବା ପରେ ବାଡ଼ ଖେତ ଖାଉଥିବା ପ୍ରମାଣ ମିଳିଛି। ପୋଲିସ ତଦନ୍ତରୁ ଜଣାପଡିଛି ନଂ ୧ ସେସ୍କନ ରେ କାର୍ଯ୍ୟ କରୁଥିବା ଆଠଗଡ଼ ଥାନା କରିକୋଲ ଗ୍ରାମ ର ସୂର୍ଯ୍ୟକାନ୍ତ ମଲ୍ଲିକ, ଆଠଗଡ଼ ଥାନା ଚେରେଇପାଟଣା ଗ୍ରାମ ର ତାପସ କୁମାର ମହାନ୍ତି, ଆଠଗଡ଼ ଥାନା ରେଗେଡାପଡା ଗ୍ରାମ ର ଧର୍ମାନନ୍ଦ ଖଟୁଆ ନଂ ୨ ଅଫିସ ପରିସରରେ ଥୁଆ ହୋଇଥିବା ଦୁଇ କିଲୋମିଟର ଲମ୍ବା  ନୂତନ ବିଦ୍ୟୁତ ତାରକୁ ଚୋରି କରିଆଣି ଆଠଗଡ଼ ଥାନା ରାଧାଗୋବିନ୍ଦ ପୁର ଗ୍ରାମର କବାଡି ବେପାରୀ ବସନ୍ତ କୁମାର ରାଉତ ଙ୍କୁ ବିକ୍ରି କରିଥିଲେ। ପୋଲିସ କବାଡି ବେପାରୀ ଙ୍କ ସହିତ ତିନି ଜଣ କର୍ମଚାରୀଙ୍କୁ ଗିରଫ କରି ପ୍ରକୃତ ସତ୍ୟ ବାହାର କରିବା ସହ ଅପରାଧୀ ମାନଙ୍କୁ କୋର୍ଟ ଚାଲାଣ କରିଛି। ଏହି ତିନି ଜଣ କର୍ମଚାରୀ ପୂର୍ବରୁ କର୍ତ୍ତବ୍ୟ ଏଜେନ୍ସି ମାଧ୍ୟମରେ କାର୍ଯ୍ୟ କରୁଥିବା ବେଳେ ଏବେ ଏକ ମାସ ହେବ କି ଷ୍ଟୋନ ଏଜେନ୍ସି ମାଧ୍ୟମରେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଅନେକ ଥର ଏଭଳି ଚୋରି ହୋଇ କେହି ଧରାପଡିନଥିବାରୁ ଦୀର୍ଘ ଦିନ ହେବ ଏଠାରେ କାର୍ଯ୍ୟ କରୁଥିବା ବିଦ୍ୟୁତ ଠିକାଦାର ଏଜେନ୍ସି ମାନେ ଏବେ ସନ୍ଦେହ ଘେରକୁ ଆସିଛନ୍ତି। ଏସମ୍ପର୍କରେ ଆଠଗଡ଼ ରେ କାର୍ଯ୍ୟରତ ବିଦ୍ୟୁତ ବିଭାଗ ଅଧିକାରୀ ମାନଙ୍କ କାର୍ଯ୍ୟ କଳାପ ମଧ୍ୟ ସନ୍ଦେହ ଜନକ। ଆଠଗଡ଼ ବିଦ୍ୟୁତ ବିଭାଗ ବଡ଼ ବଡ଼ ଅଧିକାରୀ ମାନେ ଅନେକ ସମୟରେ କାର୍ଯ୍ୟାଳୟ ରେ ଅନୁପସ୍ଥିତ ରୁହନ୍ତି। ପଚାରିଲେ ସାର୍ ନାହାନ୍ତି ମିଟିଂ ଯାଇଛନ୍ତି।ଯେ କୌଣସି କାର୍ଯ୍ୟ ପାଇଁ ଗାଁ ଗଣ୍ଡାରୁ ଆସୁଥିବା ସାଧାରଣ ଗରିବ ଲୋକେ ଧାଇଁ ଧାଇଁ ହତୋତ୍ସାହିତ ହୋଇ ଫେରିଯାଆନ୍ତି। କିନ୍ତୁ ବିଦ୍ୟୁତ ବିଭାଗ ର ଅଧିକାରୀ ମାନଙ୍କ ଦେଖା ମିଳିନଥାଏ।ବିଦ୍ୟୁତ କାର୍ଯ୍ୟାଳୟ କୁ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସବ୍ ଇନ୍ସପେକ୍ଟର ଜନ୍ମିତା ସାସମଲ ଘଟଣାର ତଦନ୍ତକାରୀ ଅଧିକାରୀ ଅଛନ୍ତି। ଖୁବଶୀଘ୍ର ଆଠଗଡ଼ ରେ କାର୍ଯ୍ୟ କରୁଥିବା ଚାରି, ପାଞ୍ଚ ଜଣ କବାଡି ବେପାରୀ ଙ୍କୁ ତଦନ୍ତରେ ସାମିଲ୍ କରି ସମସ୍ତ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।
Har Ghar Tiranga

Leave A Reply