Odisha news

ଦୀପାବଳୀରେ ଏହି ଦିଗରେ ସ୍ଥାପନା କରନ୍ତୁ ମା ଲକ୍ଷ୍ମୀ ଙ୍କୁ , ବୃଷ୍ଟିହେବ ମାଙ୍କ କୃପା

0

ଆଲୋକର ପର୍ବ ଦୀପାବଳୀ କୁ ହିନ୍ଦୁ ଧର୍ମରେ ଖୁବ ଧୁମ ଧାମ ରେ ପାଳନ କରାଯାଇଥାଏ l ବିଶେଷ ଭାବରେ ଏହିଦିନ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚନା କରାଯାଇଥାଏ l ମାନ୍ୟତା ଅନୁସାରେ ଏହିଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ l ତେଣୁ ଏପରି ସ୍ଥିତିରେ ମା ଙ୍କ କୃପା ଲାଭ କରିବା ପାଇଁ ମାଙ୍କୁ ସଠିକ ଦିଗରେ ସ୍ଥାପନା କରିବା ଜରୁରୀ l

– ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀ ଙ୍କୁ ସର୍ବଦା ସଠିକ ଦିଗରେ ସ୍ଥାପନା କରିବା ଜରୁରୀ l ଏହାଦ୍ୱାରା ଦୁର୍ଭାଗ୍ୟ ସୌଭାଗ୍ୟ ରେ ପରିଣତ ହୋଇଥାଏ ଏବଂ ମାଙ୍କ କୃପା ପରିବାର ଉପରେ ସର୍ବଦା ରହିଥାଏ l

– ଜାଣି ରଖନ୍ତୁ ଯେ ମା ଲକ୍ଷ୍ମୀଙ୍କୁ ଯେବେବି ସ୍ଥାପନା କରିବେ ଘରର ଐଶାନ୍ୟ କୋଣ ଅର୍ଥାତ ଉତ୍ତର ପୂର୍ବ ଦିଗରେ ସ୍ଥାପନା କରନ୍ତୁ l ତେଣୁ ଦୀପାବଳୀ ଦିନ ଏହି ଦିଗରେ ମାତା ଲକ୍ଷ୍ମୀଙ୍କୁ ସ୍ଥାପନା କରିବା ଖୁବ ଶୁଭ ହୋଇଥାଏ l

– କଦାପି ମାତା ଲକ୍ଷ୍ମୀଙ୍କ ଫଟୋ ବା ମୂର୍ତି ଦକ୍ଷିଣ ଦିଗରେ ସ୍ଥାପନା କରିବେ ନାହିଁ l ଏହାଦ୍ୱାରା ଦରିଦ୍ରତା ବାସ କରିଥାଏ l ଏହାଛଡା ମାଙ୍କ ର ନାଲି ବସ୍ତ୍ର ପିନ୍ଧା ଫଟୋ ସ୍ଥାପନା କରିବା ଜରୁରୀ ଅଟେ l

– ଯେବେବି ଘରକୁ ମାଙ୍କ ର ଫଟୋ ସ୍ଥାପନା କରୁଛନ୍ତି ସେତେବେଳେ ହସୁଥିବା ମାଙ୍କ ଫଟୋ ସ୍ଥାପନା କରନ୍ତୁ l ଏହାଦ୍ୱାରା ଘରକୁ ସମୃଦ୍ଧିର ଆଗମନ ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l

– କଦାପି ଘରେ ମାଙ୍କ ର ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ l ମାନ୍ୟତା ଅନୁସାରେ ଏହାଦ୍ୱାରା ଧନ ହାନି ହୋଇଥାଏ l ଏହାଛଡା ଲକ୍ଷ୍ମୀଙ୍କ ନିକଟରେ ଯେଉଁ ହାତୀ ଥିବେ ସେମାନେ ମାଙ୍କ ଆଡକୁ ମୁଖ କରି ରହିବା ଆବଶ୍ୟକ l

Leave A Reply