Odisha news

ରାଜସ୍ଥାନ ମତଦାନ ପୂର୍ବରୁ ମୃଦୁ ଗୁଞ୍ଜରଣ : କଣ ସତରେ ରାଜମାତା ବସୁନ୍ଧରା ରାଜନୀତିରୁ ନେବେ ସନ୍ୟାସ

0

ନୂଆଦିଲ୍ଲୀ : ରାଜସ୍ଥାନ ସମେତ ଦେଶର ୫ଟି ରାଜ୍ୟରେ ମତଦାନ ହେବାକୁ ଯାଉଛି l ଯାହାକୁ ନେଇ ପ୍ରଚାର କାର୍ଯ୍ୟ ଖୁବ ଜୋର ରେ ଧରିଛି l ମିଳିଥିବା ସୂଚନା ଅନୁସାରେ ଗୋଟିଏ ପକ୍ଷରେ ବସୁନ୍ଧରା ଙ୍କ ସମର୍ଥକ ତାଙ୍କୁ ଟିକେଟ ଦେବାକୁ ନେଇ ଦାବି କରୁଥିବା ବେଳେ ଅନ୍ୟ ପକ୍ଷରେ ବସୁନ୍ଧରା ରାଜେ ରାଜନୀତି ରୁ ସନ୍ୟାସ ନେବାର ସଂକେତ ମିଳିଛି l ରାଜସ୍ଥାନ ର ଝାଲlବାଡ଼ା ରେ ଗୋଟିଏ ମତଦାନ ପ୍ରଚାର ରାଲି ସମୟରେ ବସୁନ୍ଧରା ଙ୍କ ପୁତ୍ର ଦୁଷ୍ୟନ୍ତ ସିଂହ ଜନସଭା କୁ ସମ୍ବୋଧନ କରିଥିଲେ l ଏହାଦ୍ୱାରା ବସୁନ୍ଧରା ରାଜେ ଏତେ ଭାବବିହ୍ୱଳ ହୋଇ ଯାଇଥିଲେ ଯେ ନିଜେ ସମ୍ବୋଧନ କରିବା ସମୟରେ ମହତ୍ଵପୁର୍ଣ ସଂକେତ ଦେଇଥିଲେ l ବସୁନ୍ଧରା କହିଥିଲେ ଯେ ‘ ମୋ ପୁତ୍ର ଦୁଷ୍ୟନ୍ତ ସିଂହ ଙ୍କ ସମ୍ବୋଧନ ଶୁଣିବା ପରେ ମୁଁ ଭାବୁଛି ବର୍ତମାନ ମତେ ଅବସର ନେଇଯିବା ଉଚିତ l ଆପଣ ସମସ୍ତେ ତାକୁ ଏତେ ସୁନ୍ଦର ଭାବରେ ପ୍ରଶିକ୍ଷଣ ଦେଇଛନ୍ତି ଯେ ମତେ ତା ପାଇଁ କିଛି କରିବା ଦରକାର ନାହିଁ l କାହିଁକି ନା ସେ ନିଜ ଦମ ରେ ଲୋକଙ୍କ ପାଇଁ କାମ କରିବ l ‘

ରାଜମାତା ବସୁନ୍ଧରା ଙ୍କ ପୁତ୍ର ଦୁଷ୍ୟନ୍ତ ସିଂହ ଝାଲାବାଡ଼ ଲୋକସଭା ର ସଂସଦ ଅଟନ୍ତି l ୫ଥର ସାଂସଦ ଓ ୪ଥର ବିଧାୟକ ରହିଥିବା ବସୁନ୍ଧରା ଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥି ଭାବରେ ଘୋଷଣା କରିବା ପାଇଁ ଲଗାତାର ଦାବି ହୋଇ ଆସୁଛି l ଶୁକ୍ରବାର ନଭେମ୍ବର ୩ତାରିଖ ଦିନ ହୋଇଥିବା ରାଲିରେ ୩୦ ବର୍ଷ ରେ କରାଯାଇଥିବା ଉନ୍ନତିମୂଳକ କାର୍ଯ୍ୟର ଦୁଷ୍ୟନ୍ତ ସିଂହ ଆଲୋଚନା କରିଥିଲେ l ଏହାପରେ ରାଜ୍ୟରେ ରାଜ୍ୟରେ ସରକାର ପରିବର୍ତନ କରିବାର ଆହ୍ୱାନ କରି ବସୁନ୍ଧରା କଂଗ୍ରେସ ସରକାର ଙ୍କ ଭ୍ରଷ୍ଟାଚାର କୁ ଆଲୋଚନା କରିଥିଲେ l ଏହାପରେ ବସୁନ୍ଧରା ନିଜ ଭାଷଣ ରେ କହିଥିଲେ ଯେ ଯଦି ରାଜସ୍ଥାନ ଦେଶର ନମ୍ବର 1 ରାଜ୍ୟ ଭାବରେ ଦେଖିବାକୁ ଜନସାଧାରଣ ଚାହୁଁଛନ୍ତି ତେବେ କଂଗ୍ରେସ କୁ ଗାଦିରୁ ହଟାଇବାକୁ ପଡିବ l ରାଜସ୍ଥାନ ରେ ନଭେମ୍ବର ୨୫ ତାରିଖରେ ନିର୍ବାଚନ ହେବାକୁ ଯାଉଛି l

Nalco

Leave A Reply