Odisha news

ନିଜ ମାନସିକ ଚାପକୁ ଦୂର ନିଜେ କରନ୍ତୁ , ଟେନସନ ହୋଇଯିବ ଛୁ ମନ୍ତର

0

ଭାଗ ଦୌଡ଼ ଜୀବନ ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ର କିଛି ନା କିଛି କାରଣ ରୁ ମାନସିକ ଚାପ ବା ଟେନସନ ରହିଥାଏ l ଆଗକୁ ଏହି ଚିନ୍ତା ଓ ମାନସିକ ଚାପ ଗମ୍ଭୀର ରୋଗ ର କାରଣ ହୋଇଥାଏ l ଆଜି ଆମେ ଏଭଳି ୫ ଟି ନିୟମ କହିବୁ ଯାହା ଆପଣଙ୍କୁ ଟେନସନ ଠାରୁ ଦୂରେଇ ରଖିବ l

* ଜୀବନ ରେ ଯଦି କୌଣସି ଏଭଳି କ୍ଷଣ ରହିଥଏ , ଯେଉଁ ସମୟ ରେ ଆମେ ମାନସିକ ଚାପ ରେ ରହିଥାଉ l ଯେତେବେଳେ ଭାବିବା ଓ ବୁଝିବାର ଶକ୍ତି ମଧ୍ୟ ଆମର ରହି ନଥାଏ l ଏପରି ସ୍ଥିତି ରେ ୫-୧୦ ମିନିଟ ପର୍ଯ୍ୟନ୍ତ ଆପଣ ଦୀର୍ଘ ନିଶ୍ୱାସ ନେଇ ଆପଣ ଧ୍ୟାନ କେନ୍ଦ୍ରିତ କରନ୍ତୁ l ଏଭଳି କରିବା ଦ୍ୱାରା ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ l

* ଯୋଗ ମଣିଷ ଜୀବନ ର ଗୋଟିଏ ମହତ୍ୱପୂର୍ଣ କାର୍ଯ୍ୟ ବୋଲି ଭାବି ନିଅନ୍ତୁ l ମାନସିକ ଉତେଜନା କୁ ହ୍ରାସ କରିବା ପାଇଁ ଯୋଗ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l ଯୋଗ ଦ୍ୱାରା ମଣିଷ ମଧ୍ୟରେ ଉର୍ଜା ସଂଚାର ହୋଇଥାଏ l ଯାହା ବିପରୀତ ପରିସ୍ଥିତି ରେ ମଧ୍ୟ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ l

* ଯଦି କୌଣସି ସମସ୍ୟା କୁ ନେଇ ଅଧିକ ମାନସିକ ଚାପ ରେ ରହୁଛନ୍ତି ତେବେ କାଉନ୍ସିଲର ଙ୍କ ସହିତ ଯୋଗାଯୋଗ କରନ୍ତୁ l ଯାହାକି ଅପଣଙ୍କୁ ଚାପ ମୁକ୍ତ କରିବାରେ ସାହାଯ୍ୟ କରିବ l ନଚେତ ନିଜ ମନରେ ଚାଲିଥିବା ଛୋଟ ଛୋଟ କଥାକୁ ନିଜ ପରିବାର ସଦସ୍ୟ ଓ ବନ୍ଧୁ ଙ୍କ ସହ ସେୟାର କରନ୍ତୁ l

* ନିଜକୁ ଚାପ ମୁକ୍ତ ରଖିବା ପାଇଁ ଭାରତୀୟ ଚିକିତ୍ସା ଶାସ୍ତ୍ରରେ ଗୋଟିଏ ଭଲ ଉପାୟ ହେଉଛି ଆଧ୍ୟାତ୍ମିକ ରାସ୍ତା l ଯାହାକି ମନୁଷ୍ୟ କୁ ମନୋବଳ ଦେଇଥାଏ ଏବଂ ଚାପ ମୁକ୍ତ ରଖବରେ ସାହାଯ୍ୟ କରିଥାଏ l

* କେବେ କେବେ ମଣିଷ ଚାପ ମୁକ୍ତ ହେବ ପାଇଁ ନିଜ କାମରୁ ବ୍ରେକ ନେବା ଜରୁରୀ ଏବଂ ନିଜେ ଏଭଳି ଗୋଟିଏ ନିର୍ଜନ ସ୍ଥାନ କୁ ଯାଇ ସମୟ ଅତିବାହିତ କରିବା ଆବଶ୍ୟକ ଯେଉଁଠି ତାକୁ ଶାନ୍ତି ମିଳୁଥିବ l

Nalco

Leave A Reply