Odisha news

କମ ବୟସର ଝିଅ ମାନଙ୍କ ନିକଟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ବ୍ରେଷ୍ଟ କ୍ୟାନ୍ସର : ରିସର୍ଚ୍ଚ ରୁ ଆସିଛି ଭୟଙ୍କର ତଥ୍ୟ

0

ଦୁନିଆରେ ଯେଉଁ କ୍ୟାନ୍ସର ଦ୍ୱାରା ମହିଳା ମାନେ ଅଧିକ ପ୍ରଭାବିତ ହୋଉଛନ୍ତି l ଅନ୍ୟ ପକ୍ଷରେ ଭାରତରେ ବର୍ତମାନ କ୍ୟାନ୍ସର ଦ୍ରୁତ ଗତିରେ କାୟା ବିସ୍ତାର କରୁଛି l ବିଶେଷ ଭାବରେ ଭାରତରେ ଖୁବ କମ ବୟସ ର ଝିଅ ମାନଙ୍କ ନିକଟରେ ଅଧିକ ବ୍ରେଷ୍ଟ କ୍ୟାନ୍ସର ଦେଖିବାକୁ ମିଳୁଛି l ୨୦ରୁ୪୦ ବର୍ଷ ଆୟୁର ମହିଳା ମାନଙ୍କ ନିକଟରେ ଅଧିକ ବ୍ରେଷ୍ଟ କ୍ୟାନ୍ସର ସମସ୍ୟା ଦେଖିବାକୁ ମିଳୁଛି l ନିକଟରେ ବ୍ରେଷ୍ଟ କ୍ୟାନ୍ସର କୁ ନେଇ ହୋଇଥିବା ଗୋଟିଏ ରିସର୍ଚ୍ଚ ରେ ଏହି ତଥ୍ୟ ସାମ୍ନା କୁ ଆସିଛି l

ବ୍ରେଷ୍ଟ କ୍ୟାନ୍ସର ର ପ୍ରାରମ୍ଭିକ ଲକ୍ଷଣ –
– ବ୍ରେଷ୍ଟ କ୍ୟାନ୍ସର ମହିଳା ମାନଙ୍କ ନିକଟରେ ଦେଖା ଯାଉଥିବା ଗୋଟିଏ ସାଧାରଣ କ୍ୟାନ୍ସର ବୋଲି କୁହାଯାଇଛି l ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାନ୍ସର ର ପ୍ରାରମ୍ଭିକ ଲକ୍ଷଣ କୁ ଜାଣିବା ସବୁଠୁ ଜରୁରୀ l
– ସ୍ତନ ରେ ଗେଟା ରହିବା
– ସ୍ତନ ର ଆକୃତିରେ ପରିବର୍ତନ
– ନିପଲ ସହିତ ଜଡିତ ସମସ୍ୟା
– ନିପୁଲ ରୁ ରକ୍ତ ପ୍ରବାହ
– ଶରୀରର ଆକୃତିରେ ପରିବର୍ତନ

– ତେଣୁ ଉପୋରକ୍ତ କୌଣସି ଲକ୍ଷଣ କୁ ନେଇ ଯଦି ସନ୍ଦେହ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ l
– ନେସନାଲ କ୍ୟାନ୍ସର ରେଜିଷ୍ଟ୍ରି ପ୍ରୋଗ୍ରାମ ର ସୂଚନା ଅନୁସାରେ ଭାରତରେ ସ୍ତନ କ୍ୟାନ୍ସର ମହିଳା ମାନଙ୍କ ନିକଟରେ ଦେଖାଯାଉଥିବା କ୍ୟାନ୍ସର ମାନଙ୍କ ମଧ୍ୟରୁ ମୁଖ୍ୟ ଗୋଟିଏ କାରଣ l ଏହି ଅଧ୍ୟୟନ ରେ କୁହାଯାଇଥିଲା ଯେ ଆଜିକାଲିର ଜୀବନଶୈଳୀ , ସୂର୍ଯ୍ୟଙ୍କ ଅତି ବାଇଗଣୀ କିରଣ ଓ ମୋବାଇଲ ଆଲୋକ ଯୋଗୁଁ ଅତ୍ୟଧିକ ସ୍ତନ କର୍କଟ ରୋଗ ବୃଦ୍ଧି ପାଉଛି l ତେଣୁ ଉପୋରକ୍ତ ସମସ୍ତ ଲକ୍ଷଣକୁ ଆକ୍ଷି ଆଗରେ ରଖି ଡାକ୍ତରଙ୍କୁ ପରାମର୍ଶ ନିହାତି କରିବା ଜରୁରୀ l

– ଏହାଛଡା ନିୟମିତ ବ୍ୟାୟାମ
– ସନ୍ତୁଳିତ ଭୋଜନ
– ଉଚିତ ମାତ୍ରାର ପାଣି ପିଇବା ଓ ସତେଜ ଫଳ ଜୁସ ପିଇବା
– ଫାଷ୍ଟ ଫୁଡ ଠାରୁ ଦୁରେଇ ରହିବା
– ମେଡ଼ିଟେସନ ନିୟମିତ କରିବା
– ଅପ୍ରାକୃତିକ ଜିନିଷକୁ ବ୍ୟବହାର କରନ୍ତୁ ନାହିଁ

Nalco

Leave A Reply