Odisha news

ସାବତ ମା ର ନିର୍ଯାତନା ମାମଲାରେ, ସାବତ ମା ଓ ବାପ ଗଲେ ଜେଲ,ଆଠଗଡ ଶିଶୁ ବିକାଶ ସମନ୍ନୟ ଅଧିକାରୀ ଦେଖା ନାହିଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରଙ୍କ ତଦନ୍ତ ଆରମ୍ଭ।,

0
ଆଠଗଡ଼ ତା 1 11 2023 ବହୁଚର୍ଚ୍ଚିତ ସାବତ ମା ର ନିର୍ଯାତନା ମାମଲାରେ ଜନ୍ମିତ ମା ସୁହାସିନଙ୍କ ଥାନା ରେ ଏତଲା ପରେ ଆଠଗଡ ଥାନା ପୋଲିସ ବିଭିନ୍ନ ସଂଗୀନ ଦଫା ଲଗାଇ ସାବତ  ମା ଓ ବାପାଙ୍କୁ ଜେଲ ହାଜତ ପଠାଇ ଦିଆଯାଇଥିବା ଜଣାପଡିଛି,। କିନ୍ତୁ ଆଠଗଡରେ ଏ ଭଳି ଶିଶୁ ଶ୍ରମିକ ଓ ଶିଶୁ ନିର୍ଯ୍ୟାତନା ଘଟଣା  ମାନ ପୂର୍ବରୁ ଘଟିଥିବା  ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଶୂନ, କିନ୍ତୁ ଏତେ ସବୁ ପରେ ଆଠଗଡ ଶିଶୁ ସୁରକ୍ଷା ଓ ଶିଶୁ ବିକାଶ ସମନ୍ନୟ ଅଧିକାରୀଙ୍କ ଅଣଦେଖା ପାଇଁ ପୁଣି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି, ତଥାପି ଆଠଗଡ଼ରେ ଥିବା ଶିଶୁ ବିକାଶ ସମିତି ନା ଶିଶୁ ବିକାଶ ସମନ୍ନୟ ଅଧିକାରୀଙ୍କର  କୌଣସି କାର୍ଯ୍ୟାନୁଷ୍ଠାନ କି ତଦାରଖ କରିବାର ଦେଖିବାକୁ ମିଳି ନ ଥିଲା, ଆଜି ଆଠଗଡ  ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ସମେତ ଆଠଗଡ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ କୋମଳ ମତି ଆହତ ଶିଶୁଙ୍କୁ ଦେଖା କରି ସମବେଦନା ଜଣାଇବା ସହ ରେଡ କ୍ରସରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ବେଳେ ଅଧିକ ଚିକିତ୍ସା ପାଇଁ କଟକରେ ସମସ୍ତ ବ୍ୟବସ୍ଥା  କରାଇ ଦେବା ପାଇଁ ପ୍ରତିଶୃତି ଦେଇ କଟକ ପଠାଇ ଥିଲେ, ପରେ ଆଠଗଡ ଅବାକାରି ଡେପୁଟି ସୁପରଡେଣ୍ଟ ପ୍ରମୋଦ କୁମାର ପଣ୍ଡା ମଧ୍ୟ୍ୟ ଦେଖା କରି ସହାୟତାର ହାତ ବଢ଼ାଇଥିଲେ, ସଂଧ୍ୟାରେ କଟକ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧିକାରୀ ପ୍ରମୋଦ କିଶୋର ଆଚାର୍ଯ୍ୟ ଓ ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତିଙ୍କ ସହ ଏକ ଟିମ ଆସି ଆଠଗଡ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଓ ତଦନ୍ତ କାରୀ ଅଧିକାରୀ  ସବ୍ ଇନ୍ସପେକ୍ଟର ଶକୁନ୍ତଳା ଦାଶଙ୍କ ସହ ଆଲୋଚନା କରି ଏହାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ, ଆହତ ଶିଶୁ ଦୋୟକୁ ଉଚିତ୍ ନ୍ୟାୟ ମିଳିବା ସହିତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ।
Nalco

Leave A Reply