Odisha news

ଆଜି ହେଉଛି କୁମାର ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ , କଦାପି କରନ୍ତୁ ନାହିଁ ଏହିସବୁ ଭୁଲ

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଅଶ୍ୱିନ ମାସ ପୂର୍ଣିମା କୁ ଶରତ ପୂର୍ଣିମା ବା କୁମାର ପୂର୍ଣିମା ବୋଲି କୁହାଯାଇଥାଏ l ଚଳିତଥର ର କୁମାର ପୂର୍ଣିମା ରେ ବିଶେଷ ସଂଯୋଗ ଘଟୁଛି l ଏହିଦିନ ଚନ୍ଦ୍ରମା ୧୬ କଳାରେ ପରିପୂର୍ଣ ହୋଇଥାଆନ୍ତି l ମାନ୍ୟତା ରହିଛି ଯେ ଏହିଦିନ ରାତିରେ ଅମୃତ ବର୍ଷା ହୋଇଥାଏ l ତେଣୁକରି ଏହିଦିନ ଚନ୍ଦ୍ର ଆଲୋକ ରେ ଖିରି ରଖାଯାଇ ଥାଏ ଏବଂ ପରଦିନ ଏହାକୁ ପ୍ରସାଦ ଭାବରେ ସେବନ କରାଯାଏ l କିନ୍ତୁ ଚଳିତଥର ର କୁମାର ପୁର୍ଣିମା ରେ ଚନ୍ଦ୍ର ଗ୍ରହଣ ଲାଗୁଚି l ତେଣୁ ଏହିଦିନ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ, ନଚେତ ମାଲକ୍ଷ୍ମୀ ଅସନ୍ତୁଷ୍ଟ ହେବେ l ଏହିଦିନ ବିଶେଷ ଭାବରେ ଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ l

ଏହିସବୁ କାର୍ଯ୍ୟ ବର୍ଜନୀୟ ଅଟେ –
* କୁମାରପୂର୍ଣ୍ଣିମା ରେ ମାଂସ ମଦିରା ସେବନ କରିବା ଉଚିତ ନୁହେଁ l ଏହିଦିନ ଚନ୍ଦ୍ର ଗ୍ରହଣ ଲାଗୁଥିବା କାରଣରୁ ପିଆଜ ରସୁଣ ମଧ୍ୟ ଖାଇବା ଉଚିତ ନୁହେଁ l ମାଲକ୍ଷ୍ମୀ କୃପାରେ ବାଧା ସୃଷ୍ଟି ହୋଇଥାଏ l

* ଆଜିର ଦିନରେ କଦାପି କାହା ନିକଟ ରୁ ଉଦ୍ଧାର ଆଣିବା ଉଚିତ ନୁହେଁ କିମ୍ବା ଉଦ୍ଧାର ଦେବା ମଧ୍ୟ ଉଚିତ ନୁହେଁ l ଏପରି କାର୍ଯ୍ୟ ଦରିଦ୍ରତା କୁ ଟାଣି ଆଣି ଥାଏ l

* କୁମାର ପୂର୍ଣ୍ଣିମା ରେ ଚନ୍ଦ୍ର ୧୬ କଳା ରେ ପୂର୍ଣ୍ଣ ହୋଇ ଥାଆନ୍ତି l ତେଣୁ ଏହିଦିନ ଚନ୍ଦ୍ର ଦର୍ଶନ ଶୁଭ ହୋଇଥାଏ l କିନ୍ତୁ ଚଳିତ ଥର ଗ୍ରହଣ ଯୋଗୁଁ ଏହା ବର୍ଜନୀୟ ଅଟେ l

* ଅଶ୍ୱିନ ପୁର୍ଣିମା ଦିନ କଦାପି କୌଣସି ସଦ୍ଧବା ନାରୀ କୁ ଘର ଦୁଆର ମୁହଁ ରୁ ଖାଲି ହାତରେ ଫେରାଇବା ଉଚିତ ନୁହେଁ l ଆଜିର ଦିନ ରେ ସଦ୍ଧବା ନାରୀ ଙ୍କୁ ଶଙ୍ଖା ସିନ୍ଦୁର ଦେବା ଶୁଭ ହୋଇଥାଏ l

Leave A Reply