Odisha news

ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କଲେ ପ୍ରଭାକର

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ର ପ୍ରଭାକର ନାୟକ ଏକ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କରିଛନ୍ତି  l ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମାଆ ଦୁର୍ଗାଙ୍କୁ ମହା ଆଡ଼ମ୍ବର ସହକାରେ ପାଳନ କରିଛନ୍ତି  l ନିଜ ବାସଭବନ ରେ ବାସ୍ତୁ ପୂଜା, ଗୃହ ପୂଜା, ନବଗ୍ରହ ପୂଜା, କରିବା ସହିତ ହୋମ ଯଜ୍ଞ ମଧ୍ୟ କରିଛନ୍ତି l ତତ୍ ସହିତ ନୂଆସାହି ଗ୍ରାମ୍ୟ କମିଟି ର ସମସ୍ତ  ସଦସ୍ୟ ଓ ସାହିର ବରିଷ୍ଠ ନାଗରିକ ମାନଙ୍କୁ ନିମନ୍ତ୍ରଣ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଗାଁ ର ଅସହାୟ ବିଧବା ବାର୍ଦ୍ଧକ୍ୟ ଙ୍କୁ ଘରକୁ ଡ଼ାକି ନୂଆବସ୍ତ୍ର ବଣ୍ଟନ କରିଛନ୍ତି l ମାଆ ଦୂର୍ଗା ଓ ଦକ୍ଷିଣ କାଳୀ ଙ୍କ ପ୍ରତି ପରିବାର ଲୋକଙ୍କ ଅଗାଢ ବିଶ୍ବାସ ରହିଛି l ମାଆ ଙ୍କ ଆପାର କରୁଣାରୁ ପରିବାର ମଧ୍ୟରେ ଶାନ୍ତି ସଦଭାବନା ଆସିଛି l ଗୋପ ଲକ୍ଷ୍ମୀ ଧନ ଧନ୍ୟ ରେ ପୁରି ଉଠିଛି l ପରିବାର ମଧ୍ୟରେ ଦୁଃଖ କ୍ଲେଶ ରୋଗ ବ୍ୟାଧି ଉଭେଇ ଯାଉଥିବା କହିଛନ୍ତି ପ୍ରଭାକର ଙ୍କ ଧର୍ମ ପତ୍ନୀ l ଜୀବନ ଥିବା ପର୍ଯ୍ୟନ୍ତ ଦୂର୍ଗାପୂଜା ସହିତ ଏହିଭଳି ଭାବରେ ଗରିବ ଅସହାୟ ଙ୍କୁ ବସ୍ତ୍ର ବଣ୍ଟନ କରିବେ ବୋଲି ପ୍ରକାଶ କରିଛନ୍ତି ପ୍ରଭାକର l

Nalco

Leave A Reply