Odisha news

ସରକାରୀ ଅଧିକାରୀଙ୍କ ମମତା ଉଦ୍ୟୋଗ ଗସ୍ତ

0
ଚାଇଁପାଳ :-୧୯/୧୦/୨୦୨୩ ନାବାର୍ଡ  ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନର ତାଳଚେର ର   ସହଯୋଗ ରେ ବଲହର ଛକ ସ୍ଥିତ ମମତା ଉଦ୍ୟୋଗକୁ  ଜିଲ୍ଲା ଓ ବ୍ଲକ ସ୍ତରୀୟ  ବିଭିନ୍ନ ଅଧିକାରୀ, ସଞ୍ଜୀବ ନାୟକ ଲିଡ୍ ବ୍ୟାଙ୍କ ର ଅଧିକାରୀ ,ଜିଲ୍ଲା ସ୍ତରୀୟ ବିଭିନ୍ନ ବ୍ୟାଙ୍କ ଅଧିକାରୀ ନାବାର୍ଡ ଅଧିକାରୀ ଆଶୁତୋଷ ରାୟ , ଶିଳ୍ପ ବିକାଶ ଅଧିକାରୀ ନୃସିଂହ ଚରଣ ସାହୁ ପ୍ରଭୃତି ପରିଦର୍ଶନ କରିବା ସହିତ  ବିଭିନ୍ନ ପ୍ରକାରର ମାଣ୍ଡିଆ ଜାତୀୟ ଖାଦ୍ୟ ଉତ୍ପାଦ, ପଣସ , ଛତୁଆ ବେସନ, କନ୍ଧମାଳ ହଳଦୀ, ତେନ୍ତୁଳି , କାନ୍ଦୁଲ ଡାଲି, କଳା ଚାଉଳ, ଫୁଲଝାଡୁ, ମସଲା ଜାତୀୟ ଖାଦ୍ୟଦ୍ରବ୍ୟ ଦେଖିବା ଶହ ଖାଦ୍ୟର ଗୁଣବତ୍ତା, ବ୍ୟବସାୟ ଭିତ୍ତିକ ଯୋଜନା, ପ୍ୟାକିଂ ଉପରେ ପରିଦର୍ଶନ କରିବା ସହ ମମତା ଉଦ୍ୟୋଗ ର ପ୍ରୋପାଇଟର ମମତାରାନୀ ବିଶିମାଝୀ ଗ୍ରାମୀଣ ବଜାରକୁ କିପରି ସୁଦୃଢ଼ କରିବା ସହ ମହିଳା ମାନଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ବ ଦେବାକୁ କହିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ଅଧିକାରୀ ମହାଦେବ ଦାସ୍ ଅତିଥି ପରିଚୟ ପ୍ରଦାନ କରିବା ସହ P2C ମଡେଲ ଉପରେ ବୁଝାଇଥିଲେ।ଉକ୍ତ ଗସ୍ତ ସମୟରେ  ଉଦ୍ୟୋଗ, ଗୋଷ୍ଟି ସଦସ୍ୟା,  ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା ପଦ୍ମାଳୟା ବିଶିମାଝୀ,  ସୁଦର୍ଶନ ବଳ ପ୍ରଭୃତି ଯୋଗଦାନ କରିଥିଲେ।
Har Ghar Tiranga

Leave A Reply