Odisha news

ମାଟିକଳା ବୋର୍ଡ ଗଠନ  କରିବାକୁ କୁମ୍ଭାର ସମ୍ପ୍ରଦାୟ ର ଦାବି  

0
 ବେତନଟୀ : ବେତନଟୀ ବ୍ଳକ ଅନ୍ତର୍ଗତ ଛୋଟରାୟପୁର ଗ୍ରାମରେ ଏକତ୍ରିତ ହେଲେ ଶତାଧିକ କୁମ୍ଭାର ସଂପ୍ରଦାୟର ଲୋକ । ନିଜର ହକ ଦାବି ପୂରଣ ନିମନ୍ତେ ଅଣ୍ଟା ଭିଡି ଥିବା ଜଣାଯାଇଛି | ଦେଶର ବିଭିନ୍ନ ରାଜ୍ୟରେ ମାଟିକଳା ବୋର୍ଡ ଗଠନ ହୋଇଥିବା ସ୍ଥଳେ ଆମ୍ଭରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏହି ବୋର୍ଡ ଗଠନ ହୋଇପାରି ନାହିଁ, ସେଥିପାଇଁ ଛୋଟରାୟ ପୁର ଗ୍ରାମର ଅଧିବାସୀ ଏହି ମାଟି କଳା ବୋର୍ଡ ଗଠନ ନିମନ୍ତେ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରିଛନ୍ତି । ଏପରିକି ଏହି ସଂପ୍ରଦାୟର ର ଜନସାଧାରଣ ତାଙ୍କର ପରିବାର ପ୍ରତିପୋଷଣ ପାଇଁ ମାଟିରୁ ପ୍ରସ୍ତୁତ ବହୁ ସାମଗ୍ରୀ ତିଆରି କରି ବିକ୍ରୀ କରିଥାନ୍ତି । ସରକାରଙ୍କ ପ୍ରଦତ୍ତ ଜମିରୁ ମାଟି ଆଣି ଆବଶ୍ୟକତା ଅନୁଯାଈ  ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ବିଭିନ୍ନ ପୂଜା ସାମଗ୍ରୀ ମଧ୍ୟ ନିର୍ମାଣ କରିଥାନ୍ତି । ଯେଉଁ ଜମିରୁ ମାଟି ଆଣି ଏହି ସମସ୍ତ ସାମଗ୍ରୀ ପ୍ରସ୍ତୁତ କରାଯାଉଥିଲା, ଉକ୍ତ ଜମିକୁ ଖନନ କରି ମାଟି ଉଠାଇ ନେଇ କେନାଲ କାର୍ଯ୍ୟରେ ଠିକାଦାର ଲଗାଇବାରୁ ଗ୍ରାମବାସୀ ମାଟି ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ଏ ଅଞ୍ଚଳରେ ବସବାସ କରୁଥିବା କୁମ୍ଭାର ପରିବାର ମାଟି ପାଇବାରୁ ବଞ୍ଚିତ । ସ୍ଥାନୀୟ ଅଞ୍ଚଳର ଶତାଧିକ କୁମ୍ଭାର ସଂପ୍ରଦାୟର ଜନସାଧାରଣ  ଏକତ୍ରିତ  ହୋଇ ନିଜ ସଂପ୍ରଦାୟକୁ ଆଦିବାସି ବର୍ଗରେ ସାମିଲ କରିବାକୁ ଦାବି  କରିଛନ୍ତି ଓ଼ ଅନ୍ୟ ରାଜ୍ୟ ଭଳି ମାଟିକଳା ବୋର୍ଡ ଗଠନ ପାଇଁ ଦାବି କରିଛନ୍ତି ।

Leave A Reply