ଆଠଗଡ଼ ୧୯-୧୦-୨୩ ଗୁରୁବାର ଆଠଗଡ଼ ସ୍ଥାନୀୟ ମହୋତ୍ସବ ପଡିଆ ଠାରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବ ଆଭାସୀ ମାଧ୍ୟମରେ ଜନସାଧାରଣ ଙ୍କ ସହ ଏହି ଯୋଜନା ବିଷୟରେ ସୂଚନା ଦେଇଥିଲେ । ଏହାର ମୂଳ ଲକ୍ଷ୍ୟ ଗ୍ରାମ ଗୁଡିକର ଭିତ୍ତିଭୂମିର ବିକାଶ ,ଜଗନ୍ନାଥ ସଂସ୍କୃତିର ପ୍ରଚାର ,ପ୍ରସାର ଓ ଉତ୍କଳୀୟ ସଂସ୍କୃତିର ଗୌରବମୟ ପରମ୍ପରାର ବିକାଶ ସାଧନ। ଆଠଗଡର ୩୪ ଟି ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଟଙ୍କା ହିସାବରେ ମୋଟ ୧୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଠଗଡରେ ୫୦୦ ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ୫ ଟି ଅନୁଯାୟୀ ପ୍ରକଳ୍ପ ଗୁଡିକୁ ସମୟ ଅବଧି ମଧ୍ୟରେ ଶେଷ କରିବା ପାଇଁ ନୀତିଗତ ଭାବରେ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଓଡିଶା ମିଶନ ଶକ୍ତି ମହିଳା ମାନଙ୍କୁ ସ୍କୁଟି ବଣ୍ଟନ କରାଯାଇଥିଲା। ଉକ୍ତ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଆଠଗଡ଼ ବ୍ଲକ ଅଧ୍ୟକ୍ଷା ମୀନତି ଆଚାର୍ଯ୍ୟ, ଆଠଗଡ଼ ବିଡ଼ିଓ ପଦିପ କୁମାର ସାହୁ,ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ମୀନତି ଗାଗରାଇ, ଶାନ୍ତି ଲତା ବେହେରା, ଆଠଗଡ଼ ପ୍ରଶାସନର ବିଭିନ୍ନ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କର୍ମୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।