ଦୁନିଆ ରେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠି ଅନେକ ଅଦ୍ଭୁତ ଘଟଣା ଘଟି ଯାଇଥାଏ l ଯାହାର କି କୌଣସି ସମାଧାନ ହୋଇ ନଥାଏ l ଆଜି ଆମେ ସେହିଭଳି ଗୋଟିଏ ରୋଚକ ଘଟଣା ବିଷୟ ରେ ଶୁଣାଇବୁ l ଭାରତର ସେହିଭଳି ଗୋଟିଏ ଗାଁ ରହିଛି ଯେଉଁଠି କିଛି ଏଭଳି ଘଟଣା ରହିଛି ଯାହାକୁ ବୈଜ୍ଞାନିକ ମାନେ ସମାଧାନ କରିବା କୁ ଚେଷ୍ଟା କରି ମଧ୍ୟ କରି ପାରି ନାହାନ୍ତି l
ଘଟଣାଟି ହେଲା କେରଳ ର ମଲାପୁରମ ଜିଲ୍ଲାରେ କୋଦିହ୍ନି ଗାଁ ରେ ସମୁଦାୟ ୨ ହଜାର ପରିବାର ବସବାସ କରନ୍ତି l ଏହି ଗାଁ ର ବିଶେଷ କଥାଟି ହେଲା ଏଠାରେ ପ୍ରତ୍ୟେକ ପିଲା ଯାଆଁଳା ଜନ୍ମ୍ ହୋଇ ଥାଆନ୍ତି l ଗୋଟିଏ ରିପୋର୍ଟ ଅନୁସାରେ ଯେଉଁଠି ଦୁନିଆର ୧ ହଜାର ରେ ୯ ଟି ଯାଆଁଳା ଛୁଆ ଜନ୍ମ ହୋଇ ଥାଆନ୍ତି , ସେଇଠି ଏହି ଗାଁ ରେ ପ୍ରତି ୧୦୦ ଟି ପିଲାରେ ୪୫ ଟି ପିଲା ଯାଆଁଳା ଜନ୍ମ ହୋଇ ଥାଆନ୍ତି l କୋଦିହ୍ନି ଗାଁ ରେ ୪୦୦ ରୁ ଉର୍ଧ୍ଵ ଯାଆଁଳା ଛୁଆ ଜନ୍ମ ହୋଇ ସାରିଛନ୍ତି l ଏମାନଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି l
୨୦୦୮ ରେ ୨୮୦ ଛୁଆ ଯାଆଁଳା ଜନ୍ମ ହୋଇଥିଲେ l ଏହପରେ ଏହି ଗାଁ ଚର୍ଚାକୁ ଆସିଥିଲା l ଏହାପରେ ଏହି ଗାଁ କୁ ବୁଲିବାକୁ ଲୋକ ମାନଙ୍କ ଭିଡ଼ ଦେଖା ଯାଇଥିଲା l ଏବଂ ଗ୍ରାମ ର ପ୍ରବେଶ ଦ୍ୱାରରେ ଗୋଟିଏ ବୋର୍ଡ ରହିଛି ଯେଉଁଥିରେ ଲେଖା ଯାଇଛି ଯେ ” ଭଗବାନ ଙ୍କ ଯାଆଁଳା ଗାଁ କୁ ଆପଣ ମାନଙ୍କୁ ସ୍ୱାଗତ ” l
ଏହି ଘଟଣା ପରେ ୨୦୧୬ ରେ ଏଠାକୁ ଭାରତ , ଇଁଲାଣ୍ଡ , ଜର୍ମାନୀ ର ଗବେଷକ ଙ୍କ ଗୋଟିଏ ସମୂହ ରିସର୍ଚ୍ଚ କରିବାକୁ ଯାଇଥିଲେ l ଏହାପରେ ଏହି ଗାଁ ର ଲୋକ ମାନଙ୍କ ଡିଏନଏ ସମ୍ପଲ କୁ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇ ଥିଲା l କିନ୍ତୁ କୌଣସି ତଥ୍ୟ ଆଜି ପର୍ଯ୍ୟନ୍ତ ସାମ୍ନା କୁ ଆସି ନଥିଲା l