Odisha news

ମାରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା 

0
 କୋଣାର୍କ,୧୫।୧୦ : ଅର୍କକ୍ଷେତ୍ର କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀ। ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ରାମଚଣ୍ଡୀ ଅନ୍ୟତମ। ପୁରୀ-କୋଣାର୍କ ବେଳାମାର୍ଗ ରାସ୍ତାପାର୍ଶ୍ଵରେ ସମୁଦ୍ର ଓ ନଦୀ ର ସଙ୍ଗମସ୍ଥଳ, ପ୍ରାକୃତିକ ଶୋଭାରାଜି ମଧ୍ୟରେ ମା ରାମଚଣ୍ଡୀ ମନ୍ଦିର ଅବସ୍ତିତ।ଅନ୍ୟ ଦେବିପୀଠ ଭଳି ଏଠାରେ ମଧ୍ୟ ଚାଲିଛି ଦେବୀଙ୍କ ଷୋଳପୂଜା। ମାଙ୍କ ଅବସ୍ଥିତି ଓ ମହାତ୍ମ ସମ୍ପର୍କରେ ସାରଳା ମହାଭାରତ, ମାଦଳା ପାଞ୍ଜି ଓ ପ୍ରାଚ୍ୟ ମାହାତ୍ମ୍ୟରେ ଉଲ୍ଲେଖ ରହିଛି । ମାଙ୍କ ମୁଖ୍ୟ ଭୋଗ ହେଉଛି ଅନ୍ନ, ମାଛ ବେସର, ମାଛ ପୋଡା, ଏଣ୍ଡୁରି ପିଠା ଏବଂ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ। ଷୋଳପୂଜା ଅବସରରେ ଷୋଳଦିନରେ ମାଙ୍କ ପ୍ରସିଦ୍ଧ ବେଶ ହେଉଛି ଶୀତଳା, ନବପତ୍ରିକା, ମହିଷାମର୍ଦିନୀ, ସିଂହାବାହିନୀ, ଓ ଜଗଦ୍ଧାତ୍ରୀ ବେଶ। ମୂଳଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀତି ଅନୁଯାୟୀ ସ୍ୱତନ୍ତ୍ର ଭୋଗ କରାଯାଏ । ପ୍ରତିଦିନ ଦୁଇବେଳା ଚଣ୍ଡୀପାଠ କରାଯାଏ। ସକାଳ ୫ଟାରେ ମଙ୍ଗଳ ଆଳତି,୭ଟାରେ ସାହାଣାମେଳା, ୧୦ଟାରେ ଚଣ୍ଡୀପାଠ,ଦିନ ଗୋଟାଏରେ ଅନ୍ନଭୋଗ, ମାଛପୋଡ଼ା,ମାଛବେସର, ଡାଲମା, ପିଠା ଭୋଗ ହୋଇଥାଏ । ୨ଟାରେ ପହଡ଼ ପରେ ବଡ ସିଂହାର ଭୋଗ,୩ଟାରେ ଦର୍ଶନ, ୬ଟାରେ ସନ୍ଧ୍ୟା ଆଳତି,୭ଟାରେ ବଲ୍ଳଭ ଭୋଗ,ସାଢେ ୭ଟାରେ ଚଣ୍ଡୀପାଠ, ରାତି ୧୦ଟାରେ ଅନ୍ନ ଡାଲମା, କାକରା, ଦହିପଣା ଏବଂ ମହାପ୍ରସାଦ ସମର୍ପଣ ପରେ ରାତି ୧୨ଟାରେ ପହଡ଼ ହୁଏ ବୋଲି କହିଛନ୍ତି ପୂଜକ ପ୍ରକାଶ ଚନ୍ଦ୍ର ପଣ୍ଡା।

Leave A Reply