Odisha news

ନବୀନ ସରକାରଙ୍କ ଉନ୍ନୟନ କାର୍ଯ୍ୟ କେନ୍ଦୁଝର ପାଇଁ ଇତିହାସ ହୋଇ ରହିବ -ବଦ୍ରି ପାତ୍ର

0
କେନ୍ଦୁଝର : ହରିଚନ୍ଦନ ପୁର ବ୍ଲକର ଠାକୁର ପଡା ସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପଡିଆ ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ପାଦାମୁଜ ସାହୁଙ୍କ ସଂଯୋଜନାରେ ଏବଂ ବିଜେଡି ଜିଲ୍ଲା ସଭାପତି ମାଧବ ସର୍ଦ୍ଦାରଙ୍କ ସଭାପତିତ୍ବରେ ମୂକ୍ଷ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଯୋଗଦେଇ କହିଥିଲେ ଯେ ନବୀନ ସରକାରଙ୍କ ଅମଳରେ ସରକାର ମେଡିକାଲ କଲେଜ ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମୂକ୍ଷ ସ୍ଥଳେଆଦର୍ଶ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ସମସ୍ତ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ସହରାଞ୍ଚଳରେ ଇଣ୍ଡୋର ଷ୍ଟାଡିୟମ ୫ଟି ଅନୁଦାନର ନୂତନ ସ୍କୁଲ ନିର୍ମାଣ, ଜିଲ୍ଲାର ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ଜିଲ୍ଲାର ସମସ୍ତ ବ୍ଲକ୍ ଅଞ୍ଚଳରେ ମହିଳା ସଶକ୍ତିକରଣ ଯୋଜନା , ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପିଚୁ ଓ ଫେବର ରାସ୍ତା,ଖଣିଅଞ୍ଚରେଫ୍ଲାଇ ଓଭର ନିର୍ମାଣ ବିଭିନ୍ନ ନଦୀରେ ପୋଲ ନିର୍ମାଣ ଖଟିଖିଆ ଲୋକଙ୍କ ପାଇ ଏକଟଙ୍କାରେ ବିନାମୂଲ୍ୟରେ ଚାଉଳ ଯୋଗାଣ, ଗରିବଙ୍କୁ ଭତା ଯୋଗାଣ, ନୂତନ ଗୃହ ପାଇଁ ଅର୍ଥ ଯୋଗାଣ, ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ଯୋଗାଣ ଓ ନୂତନ ସ୍କୁଲ ନିର୍ମାଣ ଭଳି ବିଭିନ୍ନ ସାହାଯ୍ୟ ସହାନୁଭୂତି ଯୋଗାଇ ଦିଆଯାଇଥିବାରୁ ନବୀନ ସରକାରଙ୍କ ଉନ୍ନୟନ କାର୍ଯ୍ୟ ଏକ ଇତିହାସ ହୋଇ ରହିବ ବୋଲି ବିଧାୟକ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ରାଣୀ ମୂର୍ମୂ, ବିଧାନ ଜଗନ୍ନାଥ ନାୟକ,ବିଧାୟିକା ମୀନାକ୍ଷୀ ମହାନ୍ତି, ମହିଳା ବିଜେଡି ସଭା ନେତ୍ରୀ ରମଣୀ ନାୟକ,ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ପର୍ଯ୍ୟବେକ୍ଷକ ଅଶୋକ ବଳ ଓ ଲଳିତ ପ୍ରଧାନ,ଆଶିଷ ଚକ୍ରବର୍ତ୍ତୀ,ଅମର କୁଅଁର ଯୋଗଦେଇ ସରକାରଙ୍କ ଉନ୍ନୟନ କାର୍ଯ୍ୟ ସମ୍ପର୍କେ ବ୍ୟକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ,ସରପଞ୍ଚ,ଛାତ୍ର ବିଜେଡ଼ି,ଯୁବ ଓ ମହିଳା ବିଜେଡି ସମେତ ବହୁ ବିଜେଡି କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାରୁ ପଦଯାତ୍ରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଜେଡି କର୍ମୀମାନେ ଉତ୍ସାହିତ ଥିବା ଦେଖାଯାଇଥିଲା ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମରେ ହଜାର ହଜାର କର୍ମୀଙ୍କ ସ୍ଥିତ ଥିଲେ।

Leave A Reply