Odisha news

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

0

ବାରିପଦା : ବୁଧବାର ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଉକ୍ତ ରାଜ୍ୟସ୍ତରୀୟ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଅନ୍ନପୂର୍ଣ୍ଣା ସିଙ୍କୁ ଓ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ମିଶନ ଶକ୍ତି ସଦସ୍ୟା ମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯୋଜନାର ଶୁଭଉଦ୍ଘାଟନ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମିଶନ ଶକ୍ତିର ସଦସ୍ୟା ମାନଙ୍କୁ ସମ୍ବର୍ନ୍ଧିତ କରି କହିଥିଲେ କି ଏହି ଯୋଜନା ଦ୍ୱାରା ମିଶନ ଶକ୍ତିର ମା’ମାନେ ଅଧିକରୁ ଅଧିକ ସଶକ୍ତ ହେବେ । ଗତିଶୀଳତା ହିଁ ସଶକ୍ତିକରଣ ପରିଭାଷା । ମିଶନ ଶକ୍ତିର ମା’ମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ର ରେ ଯାତାୟାତ ପାଇଁ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରିବା ସହିତ ଧର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟସମ୍ପାଦନ ପାଇଁ ଏହି ସ୍କୁଟର ଯୋଜନା ଖୁବ୍ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଜିଲ୍ଲାରେ ୫ହଜାର ସ୍କୁଟର ପ୍ରଦାନ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ମିଶନ ଶକ୍ତି ମା’ମାନଙ୍କ ସହଯୋଗରେ ଏହାର ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ ଏବଂ ଏହି ଅଭିନବ ଯୋଜନା ଦ୍ୱାରା ମହିଳା ମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସ୍ୱୟଂସହାୟକରୁ କ୍ଷୁଦ୍ର ଉଦ୍ୟୋଗୀକୁ ରୂପାନ୍ତରିତ ବାସ୍ତବରେ ସାକାର ହେବ ବୋଲି ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୋଟ୍ ୫୧ଜଣ ମହିଳାଙ୍କୁ ସ୍କୁଟର ପ୍ରଦାନ କରାଯାଇଥିବାବେଳେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ମାନେ ପତାକା ଦେଖାଇ ମିଶନ ଶକ୍ତି ମା’ମାନଙ୍କ ଆଗାମୀ ମିଶନର ଶୁଭ ମନାସି ଥିଲେ ।

Har Ghar Tiranga

Leave A Reply