Odisha news

ଅଭିରାମ ଅନୁଷ୍ଠାନ ପକ୍ଷରୁ କଳା ସଂସ୍କୃତିର ବିକାଶ ନିମନ୍ତେ କଳା ସଂସ୍କୃତି ପ୍ରେମୀଙ୍କ ସମାଗମ

0

ବାରିପଦା  : ବାରିପଦା ସାଂସ୍କୃତିକ ଅନୁଷ୍ଠାନ ସହଯୋଗରେ ସ୍ଥାନୀୟ ଅଭିରାମ ଅଭିନୟ ଅନୁଷ୍ଠାନ, ଦ୍ୱାରା ମୟୂରଭଞ୍ଜ କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଗୋଟେ ଉଲ୍ଲେଖନୀୟ ସଭା ଅନୁଷ୍ଠିତ ହେଇଯାଇଛି । ଏହି ସଭାରେ ଅବସରପ୍ରାପ୍ତ ଇଂରାଜୀ ପ୍ରୋଫେସର ସନତ୍ ଦାସପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ଏବଂ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଯୋଗଦେଇ ସଭାର ମାନବର୍ଦ୍ଧନ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ରଜଗତର ଆଗଧାଡିର ଲେଖକ, ଅଭିନେତା, ନିଦେ୍ର୍ଦଶକ ତଥା ଆମେ: ବାରିପଦାର କର୍ଣ୍ଣଧାର ଏବଂ ଅଭିରାମ ଅଭିନୟ ଅନୁଷ୍ଠାନର ପ୍ରତିଷ୍ଠାତା ଚିନ୍ମୟ ଦାସପଟ୍ଟନାୟକ ସଭାକୁ ଅଭିନବ ଶୈଳୀରେ ପରିଚାଳନା କରି ମୟୂରଭଞ୍ଜର କଳା ସଂସ୍କୃତିର ସାମୂହିକ ବିକାଶ ନିମନ୍ତେ ଉପସ୍ଥିତ ଅତିଥି ତଥା କଳା-ସଂସ୍କୃତି ପ୍ରେମୀ ଦର୍ଶକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ମାନ୍ୟବର ମୁଖ୍ୟଅତିଥି ମୟୂରଭଞ୍ଜର ବିଶ୍ୱ ପ୍ରସିଦ୍ଧ ଛଉ ଓ ଝୁମର ନୃତ୍ୟର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥିବାବେଳେ, ସମ୍ମାନିତ ଅତିଥି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଉପରେ ଆଲୋକପାତ କରିଥିଲେ ଏବଂ ଏଥିନିମନ୍ତେ ନିଦେ୍ର୍ଦଶକ ଶ୍ରୀ ଦାସପଟ୍ଟନାୟକଙ୍କ ପ୍ରସ୍ତାବକୁ ଅତିଶୀଘ୍ର କର୍ଯ୍ୟକାରୀ କରିବା ଦିଗରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦବା ସଙ୍ଗେ ସଙ୍ଗେ ମୟୂରଭଞ୍ଜର ମଉଡ଼ମଣି ଦିବଂଗତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜୀବନୀ ଉପରେ ଏକ ପ୍ରାମାଣିକ ଚିତ୍ର କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଉପସ୍ଥିତ ବହୁ ଗୁଣୀ ଜ୍ଞାନୀ ସଂସ୍କୃତି ପ୍ରେମୀ ଜୋରଦାର୍ କରତାଳି ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଓ ମହାରାଜାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ବିଶିଷ୍ଟ ସମାଜସେବୀ ଓ କଳାକାର ସୁଧୀର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Har Ghar Tiranga

Leave A Reply