Odisha news

୧୦୦ ବର୍ଷରୁ ଉର୍ଧ୍ଵ ଇଜ୍ରାଏଲ ଓ ପାଲେଷ୍ଟାଇନ ବିବାଦ : କଣ ରହିଛି ଏହି ବିବାଦ ?

0

ଇଜ୍ରାଏଲ ଉପରେ ଶନିବାର ଦିନ ହମାସ ରକେଟ ଆକ୍ରମଣ କରିବା ପରେ ଯୁଦ୍ଧ ପରିସ୍ଥତି ସୃଷ୍ଟି ହୋଇଛି l ଇଜ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଜନସାଧାରଣ ଙ୍କୁ ଜଣାଇ ଦେଇଛନ୍ତି ଯେ ଇଜ୍ରାଏଲ ଯୁଦ୍ଧ ଘୋଷଣା କରିଛି l

ଇଜ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ବିବାଦ କିଛି ନୁଆ ନୁହେଁ l ୨୦୨୧ ରେ ମଧ୍ୟ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା l ଉଭୟ ପରସ୍ପର ଙ୍କୁ ସେହି ସମୟରେ ଅନେକ କ୍ଷତି ଘଟାଇ ଥିଲେ l ସେହିଭଳି କିଛି ଘଟଣା ଶନିବାର ଦିନ ଦେଖିବାକୁ ମିଳିଛି l ହମାସ ପକ୍ଷରୁ ଗାଯାପଟି ରୁ ହଜାର ହଜାର ରକେଟ ଆକ୍ରମଣ କରାଯାଇଛି l ଅନ୍ୟ ପକ୍ଷରେ ଇଜ୍ରାଏଲ ମଧ୍ୟ ରକେଟ ଆକ୍ରମଣ କରି ଏହାର କଡା ଜବାବ ଦେଇଥିଲା l

କଣ ରହିଛି ଏହି ବିବାଦ :-
ଇଜ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏହି ବିବାଦ କିଛି ନୁଆ ନୁହେଁ l ସର୍ବ ପ୍ରଥମେ ଆମେ ଏହାର ଭୌଗଳିକ ସ୍ଥିତି ବିଷୟରେ ଜାଣିବା l ବିଶେଷ ଭାବେ ଇଜ୍ରାଏଲ ର ପୂର୍ବ ଓ ଦକ୍ଷିଣ ପଶ୍ଚିମ ଭାଗରେ ଅଲଗା ଅଲଗା ଦୁଇଟି ଅଞ୍ଚଳ ରହିଛି l ପୂର୍ବ ଭାଗରେ ୱେଷ୍ଟ ବ୍ୟାଙ୍କ ଓ ଦକ୍ଷିଣ – ପଶ୍ଚିମ ଭାଗରେ ଗୋଟିଏ ପଟି ନାମକ ଅଞ୍ଚଳ ରହିଛି , ଯାହାକୁ ଗାଜା ପଟି କୁହାଯାଇ ଥାଏ l ୱେଷ୍ଟ ବ୍ୟାଙ୍କ ଓ ଗାଜା ପଟି କୁ ହିଁ ପାଲେଷ୍ଟାଇନ କୁହାଯାଇ ଥାଏ l ବିଶେଷ ଭାବେ ୱେଷ୍ଟ ବ୍ୟାଙ୍କ ଓ ପାଲେଷ୍ଟାଇନ କୁ ନେସନାଲ ଅଥରୀଟି ସରକାର ପରିଚାଳନା କରି ଥାଏ l ଗାଜା ପଟି ଉପରେ ହମାସ ର କବ୍ଜା ରହିଥାଏ l ଯାହାକି ଇଜ୍ରାଏଲ ବିରୋଧୀ ଗୋଟିଏ ଚରମ ପନ୍ଥୀ ସଂଗଠନ ଅଟେ l

ଇଜ୍ରାଏଲ କୁ ଗୋଟିଏ ଦେଶ ବୋଲି ଗ୍ରହଣ କରେ ନାହିଁ ହମାସ: –
ଯଦି ଇଜ୍ରାଏଲ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ଆମେ ହମାସ କୁ ଉଚିତ ଦଣ୍ଡ ଦେବୁ , କିନ୍ତୁ ହମାସ ଉପରେ ଏହାର କୌଣସି ପ୍ରଭାବ ପଡୁ ନାହିଁ l ସେ ଲଗାତାର ଇଜ୍ରାଏଲ ଉପରେ ବୋମା ପକାଇବାରେ ଲାଗିଛି l ହମାସ ଇଜ୍ରାଏଲ କୁ ଗୋଟିଏ ଦେଶ ଭାବରେ ଦେଖୁନାହିଁ ଯେଉଁ କାରଣରୁ ତା ଉପରେ ଲଗାତାର ଆକ୍ରମଣ କରି ଚାଲିଛି l ଯେବେକି ଇଜ୍ରାଏଲ ଓ ଆମେରିକା ହମାସ କୁ ଗୋଟିଏ ଚରମପନ୍ଥୀ ସଂଗଠନ ଭାବରେ ଗ୍ରହଣ କରିଛନ୍ତି l ପାଲେଷ୍ଟାଇନ ଗୋଟିଏ ସଂଖ୍ୟା ବହୁଳ ମୁସ୍ଲିମ ଅଞ୍ଚଳ l ୧୯୪୭ ପରେ ସଂଯୁକ୍ତ ରାଷ୍ଟ୍ର ପାଲେଷ୍ଟାଇନ କୁ ଇହୁଦି ଓ ଆରବ ରାଜ୍ୟରେ ବିଭାଜିତ କରିବା ପାଇଁ ମତଦାନ କରିଥିଲା l ଏହାପରେ ମାର୍ଚ୍ଚ ୬ ତାରିଖ ୧୯୪୮ ରେ ଆରବ ଓ ଇହୁଦି ମାନଙ୍କ ମଧ୍ୟରେ ପ୍ରଥମ ସଂଘର୍ଷ ହୋଇଥିଲା , ସେହି ସମୟରୁ ନେଇ ଆଜି ମଧ୍ୟ ଏହା ଜାରି ରହିଛି l ଏହି ବିବାଦ ୧୦୦ ବର୍ଷରୁ ଅଧିକ ପୁରୁଣା ହୋଇ ଗଲାଣି ୩

ଇଜ୍ରାଏଲ ଓ ପାଲେଷ୍ଟାଇନ ବିବାଦ ଦୁନିଆର ସବୁଠୁ ଜଟିଳ ଓ ସମ୍ବେଦନଶୀଳ ବିବାଦ ମଧ୍ୟରୁ ଗୋଟିଏ l ଏହି ବିବାଦ କାରଣରୁ ଉଭୟ ପକ୍ଷଙ୍କୁ ହିଂସା , ବିସ୍ଥାପନ ଓ ପୀଡା ର ସାମ୍ନା କରିବାକୁ ପଡୁଛି l ଇଜ୍ରାଏଲ ଓ ପାଲେଷ୍ଟାଇନ ଉଭୟ ଙ୍କର ଏହି ଭୂମି ସହିତ ଗଭୀର ଐତିହାସିକ ଓ ସଂସ୍କୃତିକ ସମ୍ପର୍କ ରହିଛି l

ଗୋଟିଏ ପଟେ ଇଜ୍ରାଏଲ ସୈନ୍ୟ ଗାଯାପଟି ଉପରେ ଲଗାତାର ଗୁଳି ବର୍ଷଣ କରି ଚାଲିଥିବା ବେଳେ ହମାସ ପକ୍ଷରୁ ଆକାଶ ମାର୍ଗରୁ ଲଗାତାର ଆକ୍ରମଣ ହୋଇ ଚାଲିଛି l ହମାସ ପକ୍ଷରୁ କୁହାଯାଇଛି ଯେ ୫୦୦୦ ରୁ ଅଧିକ ରକେଟ ଆକ୍ରମଣ କରାଯାଇଛି l

Leave A Reply