କାକଟପୁର : ସେ ହେଲେ ଦୟାମୟୀ, କରୁଣା ମୟୀ ଆଉ ମମତା ର ଉତ୍ସ, ତାଙ୍କ ଠୁ ସୃଷ୍ଟି ଜଗତ ଆଉ ମହାପ୍ରଭୁ ଜଗନ୍ନାଥ, କେବଳ କାକଟପୁର ନୁହେଁ ଭାରତ ଦେଶ ର ଭକ୍ତ ତାଙ୍କୁ କରନ୍ତି ଆରାଧନା, ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ମଙ୍ଗଳମୟୀ ମା ମଙ୍ଗଳା, କାହାକୁ କେତେ ଯେ କରୁଣା ଦାନ କରିଛି ଗୋଟେ ସାଧାରଣ ବ୍ୟକ୍ତି କିପରି ବା ଜାଣିବ, ସେହି ଖୁସି ରେ କିଛି ଏଭଳି ଭକ୍ତ ଅଛନ୍ତି ଯିଏ ମା ଙ୍କୁ ଅକୁଣ୍ଠ ରେ ଦାନ ଦିଅନ୍ତି ମହଣ ମହଣ ଅଳଙ୍କାର, ସେହିପରି ଜଣେ ସେବାୟତ ଭକ୍ତ ଚଳିତ ପାର୍ବଣ ରେ ମା ଙ୍କୁ ସମର୍ପଣ କରିଛନ୍ତି ଏକ ସୁନା ଚକର, ଗ୍ରାମେ କି ୨ ଗ୍ରାମେ ନୁହେଁ ପୁରା ପାଞ୍ଚ ଭରି ର ସୁନା ଚକର, ଯାହା ଏହି ପାର୍ବଣ ରେ ମା ଙ୍କ ଗଳା ରେ ପାଉଛି ଶୋଭା, ଭକ୍ତି ର ଅନ୍ୟୁନ ଉଦାହରଣ ସ୍ୱରୂପ ଭକ୍ତ ନିଜ ର ନାମ ଗୋପନ ରଖିବାକୁ କରିଛନ୍ତି ଅନୁରୋଧ ସ୍ୱତନ୍ତ୍ର ଭାବେ ସୁନା ଚକର କୁ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ରେ ଜିମା ଦିଆଗଲା, କାର୍ଯ୍ୟାଳୟ ନିୟମାବଳୀ ଅନୁଯାୟୀ ରସିଦ କଟାଯାଇ, ସ୍ୱତନ୍ତ୍ର ଭାବେ ଏକ ଥାଳି ରେ ସୁସଜିତ କରାଯାଇ ମନ୍ଦିର ଗର୍ଭ ଗୃହ କୁ ନିଆଯାଇଥିଲା, ଆଉ ସେବାୟତ ମାନେ ସ୍ୱତନ୍ତ୍ର ମନ୍ତ୍ର ଉଚ୍ଚାରଣ କରି ମା ଙ୍କ ଗଳା ରେ ପିନ୍ଧାଇ ଥିଲେ, ମା ଙ୍କ ଗଳା ରେ ସୁନା ଚକର ଟି ଏଭଳି ଆକର୍ଷିତ ହେଉଥିଲା ସତେ ଯେପରି ମା ଆଖି ଖୋଲି ଭକ୍ତ ଙ୍କୁ ଡାକୁଛନ୍ତି, କେବଳ ସେତିକି ନୁହେଁ ଅନ୍ୟ ଜଣେ ଭକ୍ତ ମା ଙ୍କ ର ପାର୍ବଣ ସ୍ନାନ ନିମନ୍ତେ ରୁପା ର ବାସନ ସବୁ ଦାନ କରିଛନ୍ତି, ସେଥିପାଇଁ ସେ ହେଉଛନ୍ତି ମା, ଧନୀ ଗରିବ ନିର୍ବିଶେଷରେ ଭକ୍ତି ର ଆଗରେ ଶ୍ରଦ୍ଧା ର ରୂପକ ହେଉଛନ୍ତି ମା ମଙ୍ଗଳା