ସୂର୍ଯ୍ୟ ନମସ୍କାର ଭାରତୀୟ ଆୟୁର୍ବେଦ ର ଗୋଟିଏ ପୁରାତନ ଯୋଗାସନ, ଯେଉଁଥିରେ ରହିଛି ସମୁଦାୟ ୧୨ ଟି ଆସନ l କେଉଁ ଆଦିମ କାଳରୁ ମୁନି ଋଷିମାନେ ସୂର୍ଯ୍ୟ ନମସ୍କାର କୁ ନିଜ ଜୀବନ ସହିତ ଜଡିତ କରି ରଖିଛନ୍ତି l କେବଳ ମୁନି ଋଷି ମାନେ ନୁହନ୍ତି ସୂର୍ଯ୍ୟ ନମସ୍କାର ବର୍ତମାନ ସାଧାରଣ ମଣିଷ ଜୀବନ ପାଇଁ ମଧ୍ୟ ଖୁବ ଉପଯୋଗୀ ହୋଇ ପଡିଛି , ନଚେତ ଏହି ବ୍ୟସ୍ତ ବହୁଳ ଜୀବନ ରେ ରୋଗ ଗ୍ରସ୍ତ ହୋଇ ମଣିଷ ବିଭିନ୍ନ ଗମ୍ଭୀର ରୋଗ ଆଡକୁ ଟାଣି ହୋଇଯିବ l
ନିକଟରେ ଭାରତୀୟ ଯୋଗାସନ ର ସୂର୍ଯ୍ୟ ନମସ୍କାର କୁ ନେଇ ଗୋଟିଏ ରିସର୍ଚ୍ଚ କରାଯାଇ ଥିଲା , ଯେଉଁଥିରେ ଏହାର ଚମତ୍କାର ଲାଭ ବିଷୟରେ ଜାଣିବାକୁ ମିଳିଥିଲା l
* ସୂର୍ଯ୍ୟ ନମସ୍କାର ର ସ୍ୱାସ୍ଥ୍ୟଗତ ଲାଭ :-
* ଓଜନ ହ୍ରାସ –
ଆଜିର ଜୀବନ ଶୈଳୀ ଓ ଖାଦ୍ୟ ପେୟ କାରଣରୁ ଲଗାତାର ଓଜନ ବଢିବାରେ ଲାଗିଛି ଏବଂ ଏହି କାରଣରୁ ଅନେକ ଗମ୍ଭୀର ରୋଗ ର କାରଣ ଉତ୍ପନ୍ନ ହେଉଛି l ତେଣୁ ସକାଳ ର ସୂର୍ଯ୍ୟ ନମସ୍କାର ଆପଣଙ୍କ ବର୍ଦ୍ଧିତ ଓଜନ ବୃଦ୍ଧି ଉପରେ ରୋକ ଲଗାଇବ l
* ଶରୀର କୁ ମଜବୁତ କରିବ :-
ସୂର୍ଯ୍ୟ ନମସ୍କାର ଗୋଟିଏ ଏଭଳି ଯୋଗାସନ ଯାହାକି ଶରୀର ର ବିଭିନ୍ନ ଅଙ୍ଗ କୁ ମଜବୁତ କରିଥାଏ ଓ ମସଲସ କୁ ଫ୍ଲେକ୍ସିବୁଲ କରିଥାଏ l ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ମସଲସ ର କ୍ଷମତା ଶକ୍ତି ବୃଦ୍ଧି ପାଇଥାଏ l
* ଡାଇଜେଷ୍ଟିଭ ସିଷ୍ଟମ ମଜବୁତ ହୋଇଥାଏ –
ଆଜିକାଲି ଖରାପ ଲାଇଫ ଷ୍ଟାଇଲ କାରଣରୁ ପାଚନ ତନ୍ତ୍ର ପ୍ରଭାବିତ ହେଉଛି l ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଗ୍ୟାସ, ଏସିଡିଟି , କୋଷ୍ଠ କଠିନ୍ୟ ଭଳି ପେଟ ସମ୍ବନ୍ଧୀତ ସମସ୍ୟା ଦୂର ହୋଇଥାଏ l
* ନିଦ୍ରା ହୀନତା ଦୂର ହୋଇଥାଏ :-
ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ନିଦ୍ରା ହୀନତା ସମସ୍ୟା ଦୂର ହୁଏ l କାହିଁକି ନା ଏହି ଯୋଗାସନ କୁ କରିବା ଦ୍ୱାରା ମସ୍ତିଷ୍କ ଓ ଶରୀର ରିଲାକ୍ସ ହୋଇ ଯାଇଥାଏ ଏବଂ ହାପି ହର୍ମନ ରିଲିଜ ହୋଇଥାଏ l ଯେଉଁ କାରଣରୁ ଭଲ ନିଦ ହୁଏ l
* ଷ୍ଟ୍ରେସ ଦୂର ହୁଏ -:
ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ମାନସିକ ଉତେଜନା ଦୂର ହୋଇଥାଏ l ସୂର୍ଯ୍ୟ ନମସ୍କାର ର ୧୨ ଟି ଆସନ ଶରୀର ସହିତ ମନକୁ ମଧ୍ୟ ଶାନ୍ତ ରଖିଥାଏ l ସୂର୍ଯ୍ୟ ନମସ୍କାର ମାନସିକ ଚାପ ଦୂର କରି ଜୀବନ କୁ ସୁଖମୟ କରିଥାଏ l
ପୁଷ୍ଟିକରଣ :- ଏହି ସମସ୍ତ ତଥ୍ୟ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ଜରିଆରେ ପ୍ରାପ୍ତ ହୋଇଥିବା ସୂଚନା ଆଧାରରେ ଦିଆ ହୋଇଛି l ତେଣୁ ଏଥିପାଇଁ ସକାଳଖବର ଦାୟୀ ନୁହେଁ l