Odisha news

ଆତ୍ମବିଶ୍ୱାସ ବଢାଇବା ପାଇଁ ଆପଣାନ୍ତୁ ଏହି ୭ଟି ସାଇକୋଲୋଜିକାଲ ଟ୍ରିକ୍ସ : ଯାହା ଆପଣଙ୍କୁ ଜୀବନ ରେ ଦେବ ପ୍ରତିଷ୍ଠା

0

ଜୀବନରେ ଭିନ୍ନ ଭିନ୍ନ ପ୍ରକାରର ଲୋକଙ୍କ ସହିତ ସାକ୍ଷାତ ହୋଇଥାଏ ଓ ମିଶିବାକୁ ପଡିଥାଏ, କିନ୍ତୁ ଏହା ସମସ୍ତଙ୍କ ପାଇଁ ସହଜ ହୋଇନଥାଏ l ଯାହାଦ୍ୱାରା ମଣିଷ ବେଳେବେଳେ ମାନସିକ ସ୍ତରରେ ଭାଙ୍ଗି ପଡିଥାଏ ଓ ନିଜର କନ୍ଫିଡେନ୍ସ ହ୍ରାସ କରିଥାଏ l କିନ୍ତୁ ଏଭଳି କିଛି ସାଇକୋଲୋଜିକାଲ ଟ୍ରିକ୍ସ ବିଷୟରେ ଆମେ କହୁଚୁ ଯାହାକୁ ଆପଣ ଆପଣାଇ ନିଜର କନ୍ଫିଡେନ୍ସ ଲେବୁଲ କୁ ବୃଦ୍ଧି କରିପାରିବେ l

– ନିଜର ଟାର୍ଗେଟ ବା ଲକ୍ଷ ସବୁବେଳେ ସ୍ଥିର କରିବା ଜରୁରୀ, ଯାହାକୁ ଆପଣ କରିବା ଦ୍ୱାରା ସମ୍ପୂର୍ଣ ସନ୍ତୁଷ୍ଟ ଅନୁଭବ କରିବେ l

– ଯେକୌଣସି କାର୍ଯ୍ୟକୁ ଶିଖିବା ପାଇଁ ବା ଅଭ୍ୟାସ କରିବା ପାଇଁ ନିଜେ ହିଁ ନିଜର ଆତ୍ମବିଶ୍ୱାସ ବୃଦ୍ଧି କରିବା ଜରୁରୀ l

– ନିଜକୁ ଜାଣିବାର ପ୍ରୟାସ କରନ୍ତୁ l ଆପଣଙ୍କର ଦୁର୍ବଳତା କଣ , ଆପଣଙ୍କ ଶକ୍ତି କଣ l ଏହାକୁ ଜାଣି ନିଜର ଆତ୍ମବିଶ୍ଵାସ ବଢ଼ାନ୍ତୁ l

– ପ୍ରତିଦିନ ସକାଳୁ ଯୋଗାସନ କରନ୍ତୁ ଯାହାଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ ଓ କାର୍ଯ୍ୟ କରିବା ପାଇଁ କନ୍ଫିଡେନ୍ସ ବଢିବ l

– ନିଜର ଉପଲବ୍ଧି ଓ ଯୋଗ୍ୟତା କୁ ସ୍ୱୀକାର କରନ୍ତୁ ଓ ନିଜର ସମ୍ମାନ କରନ୍ତୁ l ଏହାଦ୍ୱାରା ଆପଣ ଯେବେବି କୌଣସି ସ୍ଥାନରେ ଠିଆ ହେବେ ନିଜକୁ ନେଇ ଗର୍ବିତ ଅନୁଭବ କରିବେ l

– ମଣିଷ ସବୁ କାମ ମଧ୍ୟରେ ନିଜ ପାଇଁ ନିଜେ ସମୟ ବାହାର କରିବା ଜରୁରୀ l ଦିନର କିଛି ସମୟ ନିଜକୁ ନିଜେ ଦର୍ପଣ ସମୁଖରେ ରଖି କିଛି ସମୟ ନିଜ ସହ କଥା ହୁଅନ୍ତୁ l

Leave A Reply