ଚଳିତ ବର୍ଷର ଦ୍ଵିତୀୟ ସୂର୍ଯ୍ୟଗ୍ରହଣ ଅକ୍ଟୋବର ୧୪ ତାରିଖରେ ଲାଗିବ l ଏହିଦିନ ଗର୍ଭବତୀ ମହିଳା ମାନଙ୍କୁ ନିଜର ବିଶେଷ ଧ୍ୟାନ ରଖିବା ଆବଶ୍ୟକ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଗ୍ରହଣ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ଏହି ସମୟରେ ନୀତି ନିୟମ ଅନୁସାରେ ସମୟ ଅତିବାହିତ କରିବା ଜରୁରୀ l ନଚେତ ଏହା ଉଭୟ ଗର୍ଭବତୀ ମା ଓ ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ l
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀ ଘର ବାହାରକୁ ବାହାରିବା ଉଚିତ ନୁହେଁ, ଏହାଦ୍ୱାରା ଗ୍ରହଣ ର ଖରାପ ପ୍ରଭାବ ଗର୍ଭବତୀ ନାରୀ ଙ୍କ ଉପରେ ପଡିଥାଏ l ଗ୍ରହଣର ଛାୟା ଠାରୁ ନିହାତି ଗର୍ଭବତୀ ନାରୀ ଦୁରେଇ ରହିବା ଜରୁରୀ l
– ଗର୍ଭବତୀ ନାରୀ କଦାପି ଗ୍ରହଣ ଦେଖିବା ଉଚିତ ନୁହେଁ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ଦେଖିବା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଗ୍ରହଣ ର ଖରାପ ପ୍ରଭାବ ପଡିଥାଏ l
– ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀ କଦାପି କୌଣସି ଧାରୁଆ ହତିଆର ଧରିବା କିମ୍ବା ବ୍ୟବହାର କରିବା ଉଚିତ ନୁହେଁ , ଏବଂ କୌଣସି ସିଲେଇ ମଧ୍ୟ କରିବା ଉଚିତ ନୁହେଁ l ଏହାଛଡା କଇଁଚି ଇତ୍ୟାଦିରେ କିଛି କଟାକଟି ମଧ୍ୟ କରନ୍ତୁ ନାହିଁ l
– ଗ୍ରହଣ ଛାଡିବା ପରେ ଗର୍ଭବତୀ ନାରୀ ନିହାତି ସ୍ନାନ କରିବା ଆବଶ୍ୟକ ଏବଂ ହାତରେ ଦୁବ ଘାସ ଧରି ଈଶ୍ୱର ଙ୍କୁ ସ୍ମରଣ କରନ୍ତୁ l ଏହାପରେ ସେହି ଦୁବଘାସ କୁ ଠାକୁରଙ୍କ ନିକଟରେ ଅର୍ପଣ କରନ୍ତୁ l
– ଗର୍ଭବତୀ ମହିଳା ମାନେ ଗ୍ରହଣ ସମୟରେ ରୋଷେଇ କରିବା ବର୍ଜନୀୟ, ଶୋଇବା ବର୍ଜନୀୟ, ସଜେଇ ହେବା ମଧ୍ୟ ବର୍ଜନୀୟ ଅଟେ l ଏହି ସମୟରେ ଆପଣ ରନ୍ଧା ଜିନିଷ ଭୋଜନ ନକରି କ୍ଷୀର ଫଳ ଇତ୍ୟାଦି ଖାଇ ପାରିବେ l
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀ ମାନେ ତୁଳସୀ ପତ୍ର ସେବନ କରନ୍ତୁ ଏହାଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ବିଷ୍ଣୁ ଙ୍କ କୃପା ରହିବ l ଏବଂ ଏହି ସମୟରେ ଦୁର୍ଗା ସ୍ତୁତି ଓ ହନୁମାନ ଚାଳିଶା ପାଠ କରନ୍ତୁ l