Odisha news

ଶାଳପଡା ଠାରେ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ୨୦୨୩ ପାଳିତ,, ୩ଜଣଙ୍କୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା ପୁରସ୍କାର ପ୍ରଦାନ

0
ଆନନ୍ଦପୁର : ଆନନ୍ଦପୁର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ  ଜିଲ୍ଲା ସ୍ତରୀୟ ୬୯ ତମ ବନ୍ୟପ୍ରାଣୀ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୩ ଜଣଙ୍କୁ ତଥା କେନ୍ଦୁଝର ସଦର ଉପଖଣ୍ଡର ସତ୍ୟନାରାୟଣ ସାହୁ ,ଆନନ୍ଦପୁର ଉପଖଣ୍ଡର ଚନ୍ଦନ ପଣ୍ଡା, ଚମ୍ପୁଆ ଉପଖଣ୍ଡର  ପୁକମ ମୁଣ୍ଡାଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ଜିଲ୍ଲା ସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା ପୁରସ୍କାର ପ୍ରଦାନ କରାଯାଇଛି |ଏଥିରେ  ଆନନ୍ଦପୁର DFO ଅଭୟ କୁମାର ଦଳେଇଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସ୍ତରୀୟ ପୋଲିସ୍ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଯୋଗଦେଇଥିବା ବେଳେ  ବନ୍ୟ ବିଭାଗର ବରିଷ୍ଠ ପଦାଧିକାରୀ ଅଜିଜ ଖାନଙ୍କ ସମେତ ଅନ୍ୟ ଅଧିକାରୀ ଏଡିଭିଓ ନକୁଳ ଚନ୍ଦ୍ର ନାୟକ ,ଏସିଏଫ ଅଶୋକ ବିଶ୍ୱାଳ ଏବଂ ସୁଯ୍ୟକାନ୍ତ ବେହେରା, ଅଶୋକ କୁମାର ଦାସ,ଜିତେନ୍ଦ୍ର ବେହେରା,ପ୍ରଭାତ କୁମାର କୁଅଁର ପ୍ରମୁଖ ଯୋଗ ଦେଇଥିଲେ ।ଉକ୍ତ କାଯ୍ୟକ୍ରମ ସହଭାଗିତାରେ ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ଅତିଥି ମାନଙ୍କ ଦ୍ଵାରା ସମସ୍ତ ବନ୍ୟପ୍ରାଣୀ ସମିତିର ସଭ୍ୟ ସଭ୍ୟା ଏବଂ ବନ ବିଭାଗର କର୍ମଚାରୀ ଓ ଜନସାଧାରଣଙ୍କୁ ସଚେତନ ବାର୍ତା ଦିଆଯାଇଛି । ସମସ୍ତଙ୍କ ମନରେ ପରସ୍ପର ପ୍ରତି ଭଲ ପାଇବା ବଢିଲେ ଲୋକମାନେ ବନ୍ୟପ୍ରାଣୀଙ୍କ ପ୍ରତି ଭଲ ପାଇବା ପଢିବ ବନଜନ୍ତୁ ମାନେ ଖାଦ୍ୟ ପାନ୍ୟ ପାଇପାରିବେ। ବନ୍ୟ ସୁରକ୍ଷା ସମିତିର ସହଭାଗିତା ରେ କିଭଳି ବନ୍ୟଜନ୍ତୁଙ୍କ ସୁରକ୍ଷା କରିହେବ ସେନେଇ ବିସ୍ତୃତ ଆଲୋଚନା କରାଯାଇଛିଥିଲା । ବିଶେଷ କରି  ବନ୍ୟ ଜନ୍ତୁ ସୁରକ୍ଷା ନିମନ୍ତେ ଏକ ଭ୍ରାମ୍ୟମାଣ ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି। ଏହି ରଥ ଗାଁ କୁ ଗାଁ ବୁଲି ଲୋକଙ୍କୁ ବନ୍ୟଜନ୍ତୁ ସୁରକ୍ଷା ଉପରେ ସଚେତନ କରିବ ବୋଲି ଆନନ୍ଦପୁର ଡିଏଫଓ ପ୍ରକାଶ କରିଥିଲେ ।ଯାହାଦ୍ୱାରା ପରିବେଶ ସୁରକ୍ଷା ରହିବ ସୋନ୍ଦଯ୍ୟ ଭରପୁର ଜଙ୍ଗଲ ସୁଷ୍ଟି ହୋଇପାରିବ ବୋଲି ଅତୀର୍ଥ ମାନେ ଅବଗତ କରିଥିଲେ ।ଏଥିରେ  ବନ ବିଭାଗର ରେଞ୍ଜର ମାସଲ କିସକୁ, ଉମାକାନ୍ତ ଦାସ,ରାମକାନ୍ତ ସେଠି ଓ ଡେପୁଟି ରେଞ୍ଜର ନବକିଶୋର ନାୟକ, ଲକ୍ଷ୍ମଣ ମହାନ୍ତ ଏବଂ ଫରେଷ୍ଟର ମଳୟ କୁମାର ସାହୁ, ବୁଦ୍ଧଦେବ ସାହୁ, ଡମ୍ବରୁଦ୍ଧର ମହାନ୍ତ,କେଦାର ପାତ୍ର, ଅନ୍ତ ଚରଣ ପରିଡା, ଅନାଦି ବାରିକ୍, ଲକ୍ଷ୍ମୀଧର କିସକୁ ଏବଂ ସମସ୍ତ ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ମାନେ ଉକ୍ତ କାଯ୍ୟକ୍ରମରେ ଯୋଗଦେଇଥିଲେ ।

Leave A Reply