Odisha news

ବାଲିତୁଠ ବିଦ୍ୟାଳୟ ରେ ସୁରଭି କାର୍ଯ୍ୟକ୍ରମ

0

ବାଲିତୁଠ ୬/୧୦ ଏରସମା ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ଅଧିନ ବାଲିତୁଠ କ୍ଳଷ୍ଟରର ବାଲିତୁଠ ପ୍ରାଥମିକ ବିଦ୍ୟାଳୟ ପରିସର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସଭାପତି ମାନଗୋବିନ୍ଦ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲା ବେଳେ ସଂମ୍ମାନୀତ ଅତିଥି ରୂପେ ସି ଆର ସି ମେନେକା ମଞ୍ଜରୀ ସ୍ୱାଇଁ,ପ୍ରଧାନ ଶିକ୍ଷୟତ୍ରୀ ଲିନା ନନ୍ଦ ,ଦିଲ୍ଲୀପ ପ୍ରଧାନ ରବୀନ୍ଦ୍ର ରାଉତ ,ବିଭୁରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।ଏହି ସୁରଭି କାର୍ଯ୍ୟକ୍ରମ ରେ ତେର ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ।ଏହି କାର୍ଯ୍ୟକ୍ରମ ରେ କ୍ଳଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଶେଷରେ ଶିକ୍ଷକ ଦିଲୀପ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ

Nalco

Leave A Reply