Odisha news

ଶାରଦୀୟ ନବରାତ୍ରି ରେ କଦାପି କରନ୍ତୁ ନାହିଁ ଏହିସବୁ ଭୁଲ, ଅସନ୍ତୁଷ୍ଟ ହୋଇ ଥାଆନ୍ତି ମାଦୁର୍ଗା

0
ଗଣେଶ ପୂଜା ସମାପ୍ତି ପଛେ ପଛେ ଆରମ୍ଭ ହୋଇ ଯାଇଥାଏ ଶ୍ରାଧ ପକ୍ଷ l ଏବଂ ଏହାପରେ ଶାରଦୀୟ ନବରାତ୍ରି ଆରମ୍ଭ ହୋଇ ଯାଇଥାଏ l ଚଳିତ ବର୍ଷ ଶାରଦୀୟ ନବରାତ୍ରି ଅକ୍ଟୋବର ୧୫ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ ଅକ୍ଟୋବର ୨୩ ତାରିଖ ରେ ଏହା ସମାପ୍ତ ହେବ l ନବରାତ୍ରି ରେ ମାଦୁର୍ଗା ଙ୍କୁ ୯ ଦିନ ପର୍ଯ୍ୟନ୍ତ ପୂଜାର୍ଚନା କରାଯାଇଥାଏ l ଏହା ସହିତ ହିନ୍ଦୁ ଧର୍ମରେ ଘରର ସୁଖଶାନ୍ତି କାମନା କରାଯାଏ l କିନ୍ତୁ ନବରାତ୍ରି ରେ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ୱାରା ମା ଦୁର୍ଗା ଅସନ୍ତୁଷ୍ଟ ହୋଇ ଥାଆନ୍ତି l
ନବରାତ୍ରୀରେ କେଉଁସବୁ କାର୍ଯ୍ୟ କରିବା ଉଚିତ ନୁହେଁ -:
* ନବରାତ୍ରି ର ନଅଦିନ ସାତ୍ଵିକ ଭୋଜନ କରାଯିବା ଉଚିତ l ନଚେତ ମା ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* ଯଦି ଆପଣ ନବରାତ୍ରି ରେ ଘରେ କଳସ ସ୍ଥାପନା କରୁଛନ୍ତି କିମ୍ବା ଅଖଣ୍ଡ ଦୀପ ଜଳଉ ଛନ୍ତି ତେବେ ୯ ଦିନ ପର୍ଯ୍ୟନ୍ତ କଦାପି ଘରକୁ ଖାଲି ଛାଡି ଯିବା ଉଚିତ ନୁହେଁ l ଏହା ଦ୍ୱାରା ମା ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* ଯଦି ଆପଣ ନଅଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ଜଳାଉଛନ୍ତି ତେବେ ଧ୍ୟାନ ରଖନ୍ତୁ ଯେ ଯେପରି ଏହି ଦୀପ ନଲିଭିବ l କାହିଁକି ନା ଅଖଣ୍ଡ ଦୀପ ଲିଭିବା ଅଶୁଭ ହୋଇଥାଏ l
* ନବରାତ୍ରି ର ନଅଦିନ କଦାପି କେଶ, ନଖ ଓ ଦାଢ଼ି କାଟନ୍ତୁ ନାହିଁ l କାହିଁକି ନା ଏହା ହେଉଛି ଅଶୌଚ କାର୍ଯ୍ୟ l
* ହିନ୍ଦୁ ଧର୍ମରେ ଛୋଟ ଛୋଟ କନ୍ୟା ଙ୍କୁ ମାଙ୍କ ରୂପ ବୋଲି ଗ୍ରହଣ କରାଯାଇ ଥାଏ l ତେଣୁ ଏହି ନଅଦିନ କୌଣସି ଛୁଆଙ୍କ ମନରେ କଷ୍ଟ ଦେବା ଉଚିତ ନୁହେଁ l
* ନବରାତ୍ରି ସମୟରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟ କରିବା ଉଚିତ ନୁହେଁ l
* ଏହି ନଅଦିନ କୌଣସି ରଙ୍ଗର କପଡା ପିନ୍ଧନ୍ତୁ ପଛେ କଳାରଙ୍ଗର ବସ୍ତ୍ର ପିନ୍ଧିବା ବର୍ଜନୀୟ ଅଟେ l ବିଶେଷ ଭାବରେ ନାଲି, ହଳଦୀ, ସବୁଜ, ଗୋଲାପୀ ଇତ୍ୟାଦି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ l

Leave A Reply