ଆମେରିକାର ରାଷ୍ଟ୍ରପତି ହେଲେ ସମାପ୍ତ କରିବି H-1B ଭିସା ପ୍ରୋଗ୍ରାମ : ଭାରତୀୟ ମୂଳ ଓ ଟ୍ରମ୍ପଙ୍କ ଉତ୍ତରାଧିକାରୀ ରାମସ୍ଵାମୀଙ୍କ ଘୋଷଣା
ନୂଆଦିଲ୍ଲୀ : ଆମେରିକାରେ ଭାରତୀୟ ମୂଳ ର ରିପବ୍ଲିକାନ ଦଳର ରାଷ୍ଟ୍ରପତି ପାର୍ଥି ପାଇଁ ଦାବିଦାର ବିବେକ ରାମସ୍ଵାମୀ ଏଚ 1 ବି ଭିସା ଲଟେରୀ ସିଷ୍ଟମ କୁ ସମ୍ପୂର୍ଣ ସମାପ୍ତ କରିବା ପାଇଁ ଘୋଷଣା କରିଛନ୍ତି l ଏହାକୁ ରାମସ୍ଵାମୀ ଅନୁବନ୍ଧିତ ଦର୍ଶାଇ ଛନ୍ତି l ଏହାଛଡା ସେ କହିଛନ୍ତି କି ୨୦୨୪ ରେ ଯଦି ସେ ରାଷ୍ଟ୍ରପତି ପଦବୀ ଅଳଙ୍କୃତ କରିବେ ତେବେ ଲଟେରୀ ଆଧାରିତ ସିଷ୍ଟମ କୁ ସମାପ୍ତି କରିବେ l ଏହାପରେ ସେ ଯୋଗ୍ୟତା ଆଧାରରେ ଆମେରିକାରେ ପ୍ରବେଶ କରିବାର ନିୟମ ନେଇ ଆସିବେ l H-1B ଭିସା ଭାରତୀୟ ଆଇଟି ପ୍ରଫେସନ ଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ଅଟେ l ଏହା ଏଭଳି ନନ ଇମିଗ୍ରେଟ ଭିସା ଅଟେ ଯାହାକି ଆମେରିକୀୟ କମ୍ପାନୀ ଗୁଡିକ ରେ ଏଭଳି ପଦବୀ ରେ ନିଯୁକ୍ତି ଦେଇଥାଏ ଯେଉଁଥିରେ ଯାନ୍ତ୍ରିକ ବିଶେଷଜ୍ଞ ଙ୍କ ଆବଶ୍ୟକତା ପଡିଥାଏ l
ଭାରତ ଓ ଚୀନ ଏହା ଉପରେ ନିର୍ଭରଶିଳ ଅଟନ୍ତି –
ସଫ୍ଟ ୱେୟର କମ୍ପାନୀ ଗୁଡିକ ଭାରତ ଓ ଚୀନ ଭଳି ଦେଶ ରୁ ପ୍ରତିବର୍ଷ ହଜାର ହଜାର ଆବେଦନକାରୀ ଙ୍କୁ ଭର୍ତି କରିବା ପାଇଁ ଏହି ଭିସା କାର୍ଯ୍ୟକ୍ରମ ଉପରେ ନିର୍ଭର କରି ଥାଆନ୍ତି l ସମାଚାର ପତ୍ରିକା ଦି ପଲିଟିକାଲ ରିପୋର୍ଟ ଅନୁସାରେ ୨୦୧୮ ରୁ ୨୦୨୩ ମଧ୍ୟରେ ବର୍ତମାନ ଆମେରିକୀୟ ନାଗରିକ ଏବଂ ଅବ୍ରାଜନ ସେବା ଦ୍ୱାରା କର୍ମୀ ମାନଙ୍କୁ H-1B ଭିସା କାର୍ଯ୍ୟକ୍ରମ ଅନ୍ତର୍ଗତ ରେ ଭର୍ତି କରିବା ପାଇଁ ରାମସ୍ଵାମୀ ଙ୍କ ପୂର୍ବ କମ୍ପାନୀ ରୈବଣ୍ଟ ସାଇନ୍ସ କୁ ୨୯ ଥର ମଞ୍ଜୁରୀ ଦିଆଯାଇଛି l ଏହାଛଡା ରାମସ୍ଵାମୀ ଏହା ମଧ୍ୟ କହିଛନ୍ତି ଯେ ବିନା ପ୍ରମାଣପତ୍ର ରେ ଜନ୍ମିତ ଶିଶୁ ମାନଙ୍କୁ ନିର୍ବାସିତ କରିଦେବେ l
ଭାରତୀୟ ମୂଳ ୩୮ ବର୍ଷୀୟ ରାମସ୍ଵାମୀ ଙ୍କୁ ଡୋନାଲଡ ଟ୍ରମ୍ପ ଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି l ଯିଏକି ନିଜ ବକ୍ତବ୍ୟ ରେ ଜନସାଧାରଣ ଙ୍କୁ ଆକର୍ଷିତ କରି ପାରିଛନ୍ତି l