Odisha news

ବୁଗୁଡ଼ା ବ୍ଲକ ସ୍ତରୀୟ ଲୋକକଳା ଦଳଙ୍କ ପ୍ରଶିକ୍ଷଣ ଶିବିର 

0
ବୁଗୁଡ଼ା : ତା ୨୮/୦୯/୨୩ :  ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ଲୋକକଳା ଦଳଙ୍କ ଏକ ପ୍ରଶିକ୍ଷଣ ଶିବିର ବୁଗୁଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଡିଓ ସନ୍ତୋଷ କୁମାର ଜେନାଙ୍କ ଦ୍ଵାରା ଉଦଘାଟିତ ତଥା ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ପ୍ରଶିକ୍ଷଣ ଶିବିରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ତାହାର ସଫଳତାକୁ ତୃଣମୂଳ ସ୍ତରରେ ପ୍ରଚାର ପ୍ରସାର କରିବା ସହ ସଚେତନତାର ବାର୍ତ୍ତା ଦେବା ପାଇଁ କଳାକାରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଉକ୍ତ ଶିବିରରେ ଅତିଥି ଭାବେ ତହସିଲଦାର ତାପସ ରାଉତ , ସିଡିପିଓ ବବିତା କୁମାରୀ ପଣ୍ଡା , କ଼ଷି ବିଭାଗ ଓ ମିଶନ୍ ଶକ୍ତି ଅଧିକାରୀ ତୁଷାର କାନ୍ତ ପଣ୍ଡା , ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀ , ବିକେଏସ୍ଏସ୍  ଉପସଭାପତି ଜଟେଶ୍ବର ବିଷୋୟୀ ଓ ସମ୍ପାଦକ ପ୍ରମୋଦ କୁମାର ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରଶିକ୍ଷକ ଭାବେ କେଦାର ଗୌରୀ ଜେନା ଓ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ । ଏ ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା ଯଥା – ବିଜୁ ସ୍ବାସ୍ଥ୍ୟ କଲ୍ଯାଣ , ମଧୁବାବୁ ପେନସନ୍ , ମମତା , ମିଶନ ଶକ୍ତି , ଆଦର୍ଶ ବିଦ୍ୟାଳୟ , ଫସଲ ବୀମା , ବିନା ସୁଧରେ କୃଷି ଋଣ ,ହରିଶ୍ଚନ୍ଦ୍ର ଯୋଜନା , ଆମ ଓଡିଆ ନବୀନ ଓଡିଶା , ଶିକ୍ଷା , ସ୍ବାସ୍ଥ୍ୟ ଓ କ୍ରୀଡା କ୍ଷେତ୍ରରେ ବିଭିନ୍ନ ଯୋଜନାର ସଫଳତାକୁ ପ୍ରଚାର ଓ ପ୍ରସାର କରିବା ପାଇଁ ବୁଗୁଡ଼ା ବ୍ଲକର ୪୬ଟି ଲୋକକଳା ଦଳକୁ ପ୍ରଶିକ୍ଷଣ ଦିଆଯାଇଥିଲା । ଉକ୍ତ ଦ୍ବିଦିବସୀୟ ପ୍ରଶିକ୍ଷଣ ଶିବିରର ଉଦଯାପନୀ କାର୍ଯ୍ୟକ୍ରମରେ ସଂସ୍କୃତି ଭକ୍ତ ଗୁରୁଜୀ ନାରାୟଣ ମହାରଣା , ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ , ଭଞ୍ଜନଗର ବିକେଏସଏସ୍ ଉପସଭାପତି ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ପ୍ରାପ୍ତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।
Har Ghar Tiranga

Leave A Reply