Odisha news

ବଲେରୋ ସହିତ ବାଇକ ଧକ୍କା : ବାଇକ ଆରୋହୀ ମୃତ

0
ଢ଼େଙ୍କିକୋଟ ତା ୨୮.୯.୨୩. : ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତିୟ ରାଜପଥ ଡ଼େଞ୍ଜର ଜୋନ କୁହାଯାଉଥିବା କପାସପଡ଼ା ବାଙ୍କ ନିକଟରେ ଆଜି ଏକ ବଲେରୋ ସହିତ ବାଇକ ମୁଁହାମୁଁହି ଧକ୍କାରେ ବାଇକ ଆରୋହୀ ଜଣକଂ ମୃତ୍ୟୁ ବରଣ କରିଛନ୍ତି l ତେବେ ଖବର୍ ନେବାରୁ ଜଣାଯାଏ ଯେ ବଲେରୋ ଗାଡି ଓଡ଼ିଠ୯. ଏଲ ୧୪୬୦ ଭଣ୍ଡା ରୁ ଢ଼େଙ୍କିକୋଟ ଅଭିମୁଖେ ଯାଉଥିଲା  l ସମ୍ମୁଖରୁ ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଟିକିରା ଗ୍ରାମର  କୃଷ୍ଣ ନାଏକ ର ପୁଅ ସୁବ୍ରତ ନାଏକ ବାଇକ ଯୋଗେ ଟିକିରା ଠାରୁ  କେତାଙ୍ଗ ଯାଉଥିଲେ l  ଡ଼େଞ୍ଜର ଜୋନ କପାସପଡ଼ା ବାଙ୍କ ନିକଟରେ ମୁହାମୁହିଁ ଧକ୍କା ହୋଇଥିଲା l ସୁବ୍ରତ ଗୁରୁତ୍ବର ଆହତ ହୋଇଥିଲେ l ତାଂକୁ   ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଘଟଗାଁ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖlନାକୁ ସ୍ତାନାନ୍ତରିତ କରାଯାଇଥିଲା l ତେବେ ସେଠlରେ ଚିକିତ୍ସିତ ଅବସ୍ତାରେ ତାର ମୃତ୍ୟୁ ହୋଇଯାଇଛି l ଖବରପାଇ ଢ଼େଙ୍କିକୋଟ ପୋଲିସ ଘଟଣାସ୍ତଳରେ ପହଂଚି ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋସ୍ଟ ମୋଟମ କରାଇଛନ୍ତି  l ସୁବ୍ରତ ର ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l
Har Ghar Tiranga

Leave A Reply