Odisha news

ଆମ୍ବୁଲାନ୍ସ ଆସିବା ଡେରି ହେବାରୁ ଡାକ୍ତରଙ୍କୁ ଆକ୍ରମଣ ।

0
ବାଲିପାଟଣା : ୨୮/୦୯ :  ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଗତକାଲି ରାତିରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି | ସ୍ଥାନୀୟ ଅଞ୍ଚଳ ର ଜନୈକ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର ହେବା ପରେ ଆମ୍ବୁଲାନ୍ସ ଆସିବା ରେ ବିଳମ୍ବ ହେବାରୁ ରୋଗୀଙ୍କ ସମ୍ପର୍କୀୟ ତୁମୁଳ କାଣ୍ଡ ଘଟାଇଛନ୍ତି | ଡାକ୍ତରଙ୍କୁ ଗାଲିମନ୍ଦ କରିବା ସହ ଆକ୍ରମଣ କରି ହସ୍ପିଟାଲ ସାମଗ୍ରୀ ଭଙ୍ଗାରୁଜା କରିଛନ୍ତି  | ସେମାନେ ଦୀର୍ଘ ଏକ ଘଣ୍ଟା କାଳ ମେଡିକାଲ ରେ ଆତଙ୍କ ଖେଳାଇ ଥିଲେ |
ସୂଚନା ଅନୁସାରେ ତୁରିନ୍ତିରା ଅଞ୍ଚଳର ମହେନ୍ଦ୍ର ଜେନା ( ୫୨ ) ଙ୍କ ଶ୍ୱାସ ଜନିତ ସମସ୍ୟା ଥିବା ରୁ ଗତକାଲି ମଧ୍ୟାହ୍ନ ରେ ମେଡିକାଲ ଆସିଥିଲେ | ଅବସ୍ଥା ଗୁରୁତର ଥିବାରୁ ଦିନ ଡ୍ୟୁଟି ରେ ଥିବା ଡାକ୍ତର ତାଙ୍କୁ ମଧ୍ୟାହ୍ନ ପ୍ରାୟ ୧ ଟା ରେ କ୍ୟାପିଟାଲ ହସ୍ପିଟାଲ କୁ ପଠାଇ ଥିଲେ | ହେଲେ ସମ୍ପର୍କୀୟ କ୍ୟାପିଟାଲ ହସ୍ପିଟାଲ ନେଇ ନ ଥିଲେ  | ରାତି ଡ୍ୟୁଟି ରେ ଡାକ୍ତର ବି.ଏମ ,ଶଙ୍କର ପଣ୍ଡା ଯୋଗ ଦେଇଥିଲେ | ରୋଗୀ ଙ୍କ ସମର୍କୀୟ ଡାକ୍ତର ଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ କହିଥିଲେ | ଡାକ୍ତର ଶ୍ରୀ ପଣ୍ଡା ଦ୍ୱିତୀୟ ଥର ପାଇଁ ପୁଣି ରାତି ୧୨.୧0 ରେ କ୍ୟାପିଟାଲ ହସ୍ପିଟାଲ ରେଫର କରିଥିଲେ | ଆମ୍ବୁଲାନ୍ସ ଡାକିବା ପାଇଁ ଡାକ୍ତର ଙ୍କୁ କହିଥିଲେ | କଣ୍ଟ୍ରୋଲ ରୁମ ନମ୍ବର ରେ ଯୋଗାଯୋଗ କରିବାକୁ ଡାକ୍ତର ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ ଏବଂ ସହଯୋଗ କରି ଆମ୍ବୁଲାନ୍ସ କୁ ସମସ୍ତ ସୂଚନା ଦେଇଥିଲେ | ଆମ୍ବୁଲାନ୍ସ ଆସିବା ବିଳମ୍ୱ ହେବା ରୁ ରୋଗୀ ଙ୍କ ସମ୍ପର୍କୀୟ ଉତ୍ୟକ୍ତ ହୋଇ ଡାକ୍ତର ଙ୍କ ଚାମ୍ବର ରେ ପଶି ଆଶ୍ରାବ୍ୟ ଭାଷା ରେ ଗାଳି ଗୁଲଜ କରିବା ସହିତ ହସ୍ପିଟାଲ ସାମଗ୍ରୀ ଭଙ୍ଗା ରୁଜା କରିଥିଲେ | ଭଙ୍ଗା ରୁଜା ସମୟରେ ଡାକ୍ତର ଙ୍କ ଦେହରେ ଆଘାତ ଲାଗିଥିବା ଜଣାପଡିଛି | ସୂଚନା ପାଇ ପୁଲିସ ହସ୍ପିଟାଲ ରେ ପହଁଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା | ଏନେଇ ସାଧାରଣ ରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଛି |
Har Ghar Tiranga

Leave A Reply