Odisha news

ଘରେ ଘରେ କଂଗ୍ରେସ – ଘରେ ଘରେ ହାତ” କାର୍ଯ୍ୟକ୍ରମ ଆୟୋଜିତ

0
ବିଂଝାରପୁର,୨୬ା୯,(ସବ୍ୟୁ)ବିଂଝାରପୁର ବ୍ଲକ୍ ଯୁବ କଂଗ୍ରେସ କମିଟି ସଭାପତି ଶ୍ରୀମତୀ ସୁଲୋଚନା ଦାସ ଙ୍କ ଅଧ୍ୟକ୍ଷତାରେ ଆଜି ପ୍ରିତିପୂର୍ ଡାକ୍ତରଖାନା ଠାରୁ  ପଦଯାତ୍ରା ଆରମ୍ଭ କରାଯାଇ ପ୍ରୀତିପୂର୍ ବଜାର, ସାଇନ୍ତିପଡ। ଗ୍ରାମ ଦେଇ ପ୍ରିତିପୁର ଗ୍ରାମ ପଞ୍ଚାୟତ ର ପାଖାପାଖି ୫୦୦ ଘରକୁ ଘର ବୁଲି ଲିଫ୍ଲେତ୍ ମାଧ୍ୟମରେ ବିଜେଡ଼ି ଓ ବିଜେପିର ଅସାଧୁ ଓ ପରକୀୟା ପ୍ରୀତି ର ସରକାର ଓଡ଼ିଶାର ଦୂର୍ଗତିର ମୂଳ କାରଣ ବୋଲି କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ମାନେ ଜନସାଧାରଣ ଙ୍କୁ ବୁଝାଇଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ରେ ସାରା ଓଡ଼ିଶା ସମେତ ଆଜି ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ପ୍ରିତିପୁର୍ ଠାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ଯୁବ କଂଗ୍ରେସ ର ସାଧାରଣ ସମ୍ପାଦିକା ସୁଶ୍ରୀ ବନିତା ଦାସ ଯୋଗ ଦେଇ ବିଂଝାରପୁର ର ପ୍ରକୃତ ବିକାଶ ସେତେବେଳେ ହେଇପାରିବ ଯେତେବେଳେ ରାଜ୍ୟରେ କଂଗ୍ରେସ କ୍ଷମତାସୀନ ହେବ ଓ ଏହା  କେବଳ ସମ୍ଭବ ଭୋଟରଦାତ। ମାନେ ଯେତେବେଳେ ରାଜ୍ୟ ରୁ ବିଜଦ କୁ ହଟାଇ କଂଗ୍ରେସ କୁ ସୁଯୋଗ ଦେବେ । ଆଜି ନବୀନ ବାବୁ ଙ୍କ ଭୁଲ ଆର୍ଥିକ ପରିଚାଳନା ଯୋଗୁଁ ରାଜ୍ୟର ଋଣ ଭାର ୧୮୦୦୦ କୋଟି ଟଙ୍କାରୁ ୮୫୦୦୦ କୋଟିରେ ପହଞ୍ଚିଛି ଓ ବ୍ୟକ୍ତି ପିଛା ଋଣ ୧୯୦୦୦ ଟଙ୍କାରୁ ଉର୍ଦ୍ଧ୍ବ ସେଥିଲାଗି ନବୀନ ବାବୁ ହିଁ ଦାୟୀ । ଏହି କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ନିରନ୍ତର ବ୍ୟବଧାନରେ ଜାରି ରହିବ ଓ ଉଭୟ କେନ୍ଦ୍ର – ରାଜ୍ୟ ସରକାର ଙ୍କ ବିଫଳତା କୁ ଘରେ ଘରେ ପହଞ୍ଚ।ଯିବ ବୋଲି ସୁଶ୍ରୀ ଦାସ ପ୍ରତିକ୍ରିୟାରେ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିଂଝାରପୁର ବ୍ଲକ୍ ର ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ଅନ୍ୟୁନ ୩୦୦ ରୁ ଉର୍ଦ୍ଧ ମହିଳା କଂଗ୍ରେସ, ଯୁବ କଂଗ୍ରେସ ଓ କଂଗ୍ରେସ କର୍ମୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ପଦଯାତ୍ରା କୁ ଆଗେଇ ନେଇଥିଲେ । କାର୍ଯ୍ୟକ୍ରମରେ ସର୍ବଶ୍ରୀ ସରୋଜ କୁମାର ନାୟକ, ବସନ୍ତ କୁମାର ଦାସ, ବିଜନ କୁମାର ଦାସ, ଭରତ ସେଠୀ, ପ୍ରଶାନ୍ତ ଶେଖର ସାହୁ, ପ୍ରକାଶ ଦାସ, ଧୀରେନ୍ଦ୍ର ମହାଳିକ, ନାରାୟଣ ମଳିକ, ପୂର୍ଣ୍ଣ  ଚନ୍ଦ୍ର ଜେନା, ଶେଖ୍ ହନିଫ, ସରସ୍ଵତୀ ମଳିକ, ମଞ୍ଜୁଲତା ମଳିକ, ଚନ୍ଦନୀ ଦାସ, ଦିପୁନ। ଦାଶ, କାଶୀନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply